ସଚେତନତାଧର୍ମୀ ଚଳଚଚ୍ଚିତ୍ର “ଆସକ୍ତ’ର ସ୍ୱତନ୍ତ୍ର ପ୍ରଦର୍ଶନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ନିଶା ସେବନ ଆଧୁନିକ ସମାଜର ବିପର୍ଯ୍ୟୟର କାରଣ । ଏହା ଏକ ସାମାଜିକ ବ୍ୟାଧି । ଏହା ସମାଜରେ ଅପରାଧ ବୃଦ୍ଧି ଘଟାଇବା ସହ ଜାତୀୟ ପ୍ରଗତିରେ ବାଧକ ସାଜେ । ଯୁବ ଓ ଛାତ୍ର ସମାଜର ଭବିଷ୍ୟତକୁ ଅନ୍ଧକାକୁ ଠେଲିଦିଏ । ତେଣୁ ଏ ନେଇ ସଚେତନତା କରାଯିବା ନିହାତି ଜରୁରୀ । ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କରଙ୍କ ଉଦ୍ୟମ ଏବଂ ଏଫ.ଏମ୍‌.ଡି. ଫିଲ୍ମ ଦ୍ୱାରା ଏକ ସଚେତନତା ମୂଳକ ଚଳଚ୍ଚିତ୍ର “ଆସକ୍ତ’ର ସ୍ୱତନ୍ତ୍ର ପ୍ରଦର୍ଶନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ତଥା ଜଣାଶୁଣା ସମାଜସେବୀ ଡ. ପ୍ରକାଶ ଶ୍ରୀଚନ୍ଦନ ଓ ଜଣାଶୁଣା ହାସ୍ୟ ଅଭିନେତା ଜୀବନ ପଣ୍ଡା ଓ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଏହିଭଳି ଚଳଚ୍ଚିତ୍ର ତିଆରି ହେବା ଦରକାର ବୋଲି ମତବ୍ୟକ୍ତ କରିବା ସହ ଅଭିନେତା ଚନ୍ଦନକରଙ୍କ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ଚନ୍ଦନ କର, ଜ୍ଞାନ ବାରିକ, ସୁରଭି ପ୍ରିୟଦର୍ଶିନୀ, ଦୀପକ ମହାରଣା, କୁସୁମ ତ୍ରିପାଠୀ, ମାନସ ମିଶ୍ର ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । ରାକେଶ ସାମଲ୍ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଇ ପ୍ରସାଦ ପଣ୍ଡା କ୍ରିଏଟିଭ୍ ଦାୟିତ୍ୱ ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *