ସିବିଏସ୍‍ଇ ଦଶମଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କିଟ୍‍ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

0
23

ଭୁବନେଶ୍ୱର,୧୫ ।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରାପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏଥିରେ ଦଶମ ଶ୍ରେଣୀରେ କିଟ୍‍ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି ।ସ୍କୁଲ୍‍ର ଛାତ୍ର ଅଦ୍ୱେୟ ଷଡ଼ଙ୍ଗୀ ସର୍ବାଧିକ ୯୯.୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପରହୋଇଥିବା ବେଳେ ଛାତ୍ରୀ ସ୍ୱସ୍ତିକା ମିଶ୍ର ୯୯.୪ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେଅଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ସମସ୍ତ ଛାତ୍ର ପ୍ରଥମ ଶ୍ରେଣୀରେ ପାସ୍‍କରିଥିବ ବେଳ ୭୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ସେହିପରି କିଟ୍‍ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ରେ ସ୍ପେଶିଆଲ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସେନ୍‍ ଗ୍ଲୋବ୍‍ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବେଶ ସନ୍ତୋଷଜନକ ସଫଳତା ହାସଲକରିଛନ୍ତି । ସେନ୍‍ ଗ୍ଲୋବ ଛାତ୍ର ସାତ୍ୱିକ ସନ୍ତୋଷ ତ୍ରିପାଠି ସର୍ବାଧିକ ୯୫.୪ ପ୍ରତିଶତ  ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି ।

ପରୀକ୍ଷାଫଳାଫଳରେ ଖୁସି ବ୍ୟକ୍ତ କରି ଅଦ୍ୱେୟ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେକିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ ଓ ପରିବାର ଲୋକଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ସ୍କୁଲ୍‍ ରେ ଯୋଗଦେବା ମୋପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

ସ୍କୁଲ୍‍ର ଏହିସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବାସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୮ବର୍ଷ ହେଲା ଏହି ସଫଳତାସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ.ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ସେନ୍‍ଗ୍ଲୋବର ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରୁଥିବାରୁ ସେମାନେ ପରୀକ୍ଷାରେ ଭଲପ୍ରଦର୍ଶନ କରୁଛନ୍ତି। ମାନସିକସ୍ତରରେ ସେମାନେ ଦୁର୍ବଳ ଥିଲେ ମଧ୍ୟ ବହୁ କଷ୍ଟକରି ସେମାନେସଫଳତା ପାଇବା ସ୍କୁଲ୍‍ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

କଲରାବାଙ୍କଇଂଲିଶ ମିଡିୟମ୍‍ ସ୍କୁଲ୍‍:

କଲରାବାଙ୍କଇଂଲିଶ ମିଡିୟମ୍‍ ସ୍କୁଲ୍‍ ରେ ମଧ୍ୟ ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ୍‍କରିଛନ୍ତି। ସ୍କୁଲ୍‍ର ଦିବ୍ୟଜ୍ୟୋତି ଦୀପଙ୍କର ସାହୁ ସର୍ବାଧିକ ୯୮% ରଖି ସ୍କୁଲ୍‍ ଟପ୍‍ପରହୋଇଛନ୍ତି। ଏହି ସଫଳତାରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସ୍କୁଲ୍‍ର ଅଧ୍ୟକ୍ଷ ଅଶୋକ କୁମାର ପରିଡ଼ାଙ୍କସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *