ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳଆଦାନୀ ଡିଏଭି ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା

0
7f7fd946-d50a-4756-bb2a-54142d1cb7ce

ଧାମରା, ୧୬.୦୪.୨୦୨୬: ଚଳିତ ବର୍ଷ ଧାମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ସିବିଏସ୍‌ଇ ୧୦ମ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । ଛାତ୍ର ପ୍ରିନ୍ସ ପ୍ରିୟାଂଶୁ ଦାସ ୯୫.୬୦ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ସ୍ୱୟଂ ଶ୍ରୀୟା ବାରିକ ୯୫.୨୦ ଓ ଜୀବନ ଆଦିତ୍ୟ ଦାସ ୯୪.୬୦ ପ୍ରତିଶତ ନମ୍ବର ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପ୍ରତି ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ଦେଖି ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ସମସ୍ତ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ଅଭିଭାବକମାନେ ଶ୍ରେୟ ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କ ଅନବରତ ଉଦ୍ୟମ ସହ ଅଭିଭାବକ ତଥା ଆଦାନୀ ଫାଉଣ୍ଡେସନର ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସଫଳତା ପାଇ ପାରିଛନ୍ତି ବୋଲି ଅଧ୍ୟକ୍ଷା ଶ୍ରୀମତୀ କୃଷ୍ଣପ୍ରିୟା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଡିଏଭି ଓଡ଼ିଶା ଜୋନ୍‌ର ଆଞ୍ଚଳିକ ନିର୍ଦ୍ଦେଶିକ ଡ. କେଶବ ଚନ୍ଦ୍ର ଶତପଥୀ, ଆଞ୍ଚଳିକ ଅଧିକାରୀ ଡ. ସୁଜାତା ସାହୁ ସହ ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ଇପ୍ସିତା ଦାସ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ଠକର, ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡ଼ଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *