ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା ଓଡିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଙ୍ଘ

ଖଇରା,ପ୍ରବାହ ନ୍ୟୁଜ୍ : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ ଏ-୧ ପାଇଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧିତ କଲା ଓଡିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ଖଇରା ମଣ୍ଡଳ । ଉକ୍ତ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଙ୍ଘ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପଦ୍ମଲୋଚନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଚେୟାରମ୍ୟାନ ଅଭିଲିପ୍ସା ସାହୁ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ନାରାୟଣ ସାହୁ, ବିଇଓ ଗଦାଧର ଦାସ, ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ଜିଲ୍ଲାପରିଷଦ ସଦସ୍ୟା ସଦସ୍ୟ ମାନସ ଦାଶ, ରଶ୍ମିତା ମହାପାତ୍ର ଏବଂ ଶିକ୍ଷକ ଭରତ ଚନ୍ଦ୍ର ଦାସ, ଜୟନ୍ତ କୁମାର ପଣ୍ଡା, ପ୍ରଦୀପ କୁମାର ବେହେରା ଓ ସଙ୍ଘ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ମଞ୍ଚାସୀନ ହୋଇ ପିଲାଙ୍କ ଉଦ୍ଦେଶ୍ୟରେ ବହୁ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ବେଦପାଠ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ । ପ୍ରତ୍ୟେକ ପିଲାଙ୍କୁ ବିଧାୟକ ଏକ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ । ସମସ୍ତଙ୍କୁ ଫୁଲ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲା ଓଷ୍ଟା ସଙ୍ଘ । ଏ-୧ ପାଇଥିବା ବିଭିନ୍ନ ବିଦ୍ୟାଳୟର ସମୀକ୍ଷା ସମନ୍ବିତା ଶତପଥୀ, ଅର୍ପିତା ପ୍ରିୟଦର୍ଶିନୀ ଦଳେଇ, କ୍ଷିତିଶ କୁମାର ରଥ, ଅଲିଭା ଉପାଧ୍ୟାୟ, ପ୍ରିୟଙ୍କା ନାୟକ, ଜ୍ଯୋତିପ୍ରଭା ବେହେରା, ରାନୁସ୍ମିତା ବନ୍ଧ, ହରପ୍ରିୟା ରାଉଳ, ନିରୋଜ କୁମାର ମହାପାତ୍ର, ଶୁଭସ୍ମିତା ବେହେରା, ମୃତ୍ୟୁଞ୍ଜୟ ପଣ୍ଡା, ରିତେଶ ମିଶ୍ର, ଝୁମା ସାହୁ, ଶୁଭସ୍ମିତା ବେହେରା, ଧରିତ୍ରୀ ସେଠୀ, ସ୍ବପ୍ନାଲିସା ବାରିକ, କାହ୍ନୁ ଚରଣ ସାହୁ, ମଧୁସ୍ମିତା ରଥ, ଦୀପାଳୀ ରାଉଳ, ଶୁନ୍ୟସକ୍ତା ବିଶ୍ବାଳ, ଲିପ୍ପିସିତା ମହାନ୍ତି, ସ୍ବୟଂ ସମୀକ୍ଷା ମହାନ୍ତି, ଧିରଜ କୁମାର ଦାସଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରି ଚଲାପଥ କୁସୁମିତ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶିକ୍ଷକ ଭରତ ସାହୁ ଓ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ସଫଳତା ନିମନ୍ତେ ବେଶ ତତ୍ପର ଥିଲେ । ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଶେଷରେ ସଙ୍ଘ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।।

Leave a Reply

Your email address will not be published. Required fields are marked *