ମେଟ୍ରିକ୍ ପରୀକ୍ଷା ରେ ମୟୂରଭଞ୍ଜ ଜିଲ୍ଲାର ଉଲ୍ଲେଖନୀୟ ପ୍ରଦର୍ଶନ

0
BSE-announces-Matric-result-2019

ବାରିପଦା, (୦୨/୦୫): ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏଥର ଜିଲ୍ଲାର ପାହ୍ ହାର ୯୭.୫୨ ପ୍ରତିଶତ । ଯାହାକି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଢେର୍ ଭଲ ପ୍ରଦର୍ଶନ କରିଛି । ଚଳିତବର୍ଷ ୧୪୬ ଜଣ ଛାତ୍ରଛାତ୍ରୀ ମଧ୍ୟ ଏ୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାର୍ଥସାରଥୀ ମହାନ୍ତ ( ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା) ୫୮୮ ମାର୍କ ରଖି ଜିଲ୍ଲା ଟପ୍ପର ଭାବେ ଉଭା ହୋଇଛନ୍ତି ।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ମେଧାବୀ ମୟୂରଭଞ୍ଜ” ଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ହାତକୁ ନିଆଯାଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଉଥିଲା । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ମାଗଣା କୋଚିଂ ବ୍ୟବସ୍ଥା କରାଯାଇଥିଲା । ପିଲାଙ୍କ ପାଠ ପଢାରେ ସହାୟକ ହେବା ପରି ବିଭିନ୍ନ ଇ-କଣ୍ଟେଣ୍ଟ ଯୋଗାଇ ଦିଆଯାଇଥିଲା । ଏହାଦ୍ୱାରା ପିଲାମାନେ ଭଲ ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇପାରିଥିଲେ।  ଯାହାଦ୍ୱାରା ସମଗ୍ର ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ପାସ୍ ହାରରେ ୧୦ ସ୍ଥାନରେ ରହିଛି । ସେହିପରି ଚଳିତ ବର୍ଷ ଜିଲ୍ଲାର ୨୮୪ଟି ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି ।

Leave a Reply

Your email address will not be published. Required fields are marked *