ଆସିଲା ମେଟ୍ରିକ୍ ପରୀକ୍ଷା ଫଳାଫଳ: ସାଇ ଆଦର୍ଶ ବିଦ୍ୟାମନ୍ଦିର ସମସ୍ତ ଛାତ୍ର ଛାତ୍ରୀ ଗ୍ରେଡ ଏ ରେ ଉର୍ତିଣ୍ଣ
ବାରିପଦା, ୦୨/୦୪( ନିପ୍ର): ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି। ମେଟ୍ରିକ୍ ଫଳ ପ୍ରକାଶିତ କୁ ନେଇ ଓଡ଼ିଶାରେ ପାସ ହାର ଗଜପତି ଏବଂ ସର୍ବନିମ୍ନ ପାସ ହାର କେନ୍ଦୁଝର ଜିଲ୍ଲା । ଏହା ସହିତ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଫଳରେ ମୟୂରଭଞ୍ଜ ଜିଲ୍ଲା ଗ୍ରେଡ଼ A ରେ ସର୍ବାଧିକ ୧୪୬ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ଛାତ୍ର ଛାତ୍ରୀ ମଧ୍ୟରେ ଖୁସୀରେ ଲହରୀ ଖେଳିଯାଇଛି। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ସାଇ ଆଦର୍ଶ ବିଦ୍ୟାମନ୍ଦିର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ରହିଥିବା ବେଳେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ଅନୁଯାଇ ଏହି ଶିକ୍ଷାନୁଷ୍ଠାନ ରେ ମୋଟ ୮୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନରେ ଗ୍ରେଡ଼ ଏ ବାଜିମାତ କରିଛନ୍ତି ।
ସେଥି ମଧ୍ୟରୁ ୧୩ ଜଣ ଛାତ୍ର ଛାତ୍ରୀ ୯୦ % ରୁ ଉର୍ଦ୍ଧ ନମ୍ବର ରଖିଥିବା ବେଳେ ସେଥମଧ୍ୟରୁ ଦୁଇ ଜଣ ବିକାଶ କୁମାର ବେହେରା ମୋଟ ୫୭୦ ନମ୍ବର( ୯୫ %) ରଖି ଉକ୍ତ ଶିକ୍ଷାନୁଷ୍ଠାନର ଟପ୍ପର ହୋଇଥିବା ସହ ଜିଲ୍ଲାର ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଶୁଭମ ଶ୍ରୀରାଜ ହେମ୍ବ୍ରମ ୯୩ % ନମ୍ବର ରଖି ଶିକ୍ଷାନୁଷ୍ଠାନରେ ଦ୍ୱିତୀୟ ସ୍ଥାନ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ଶିକ୍ଷା କୁ ମନ୍ତ୍ର ଭାବରେ ନିୟମିତ ସାଧନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ତଥା ଉକ୍ତ ଶିକ୍ଷାନୁଷ୍ଠାନ ରେ ପାଠ୍ୟକ୍ରମରେ ସମସ୍ତ ପ୍ରକାର ସହଜ ପ୍ରଣାଣି ତଥା ପ୍ରଧାନ ଶିକ୍ଷକ କୋମଲ ଲୋଚନ ସାହୁ, ସମସ୍ତ ବିଭାଗର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସଠିକ୍ ମାର୍ଗଦର୍ଶିକା ନିମନ୍ତେ ସବୁବେଳେ ଆଗ ଧାଡିରେ ପ୍ରମୁଖ ଶିକ୍ଷାନୁଷ୍ଟାନ ଭାବରେ ପରିଗଣିତ ହୋଇପାରିଛି। ଶିକ୍ଷାନୁଷ୍ଠାନ ଏହି ସଫଳତା ପଛରେ ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ପତ୍ନୀ ମୀନାରାଣୀ ସାହୁ ଏବଂ ଉପଦେଷ୍ଟା ପ୍ରଦୀପ କୁମାର ସାହୁ ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ବିଭିଗୀୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
