ତିନି ଦିନ ବ୍ୟାଟେରି ଜୀବନ ବିଶିଷ୍ଟ ନୋକିଆ ଜି୨୧ ଓ ଅନ୍ୟାନ୍ୟଡିଭାଇସ୍ ଭାରତରେ ଉନ୍ମୋଚିତ

ଭୁବନେଶ୍ୱର: ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୋକିଆ ଜି୨୧କୁ ଉନ୍ମୋଚନ କରାଯାଇଛି ଯାହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ତିନି ଦିନ ପର୍ଯ୍ୟନ୍ତ ରହିବ । ଏହା ସହିତ କଂପାନି ନୋକିଆ ସି୦୧ ପ୍ଲସ୍‌, ଦୁଇଟି ଫିଚର୍ ଫୋନ ନୋକିଆ ୧୦୫ ଓ ନୋକିଆ ୧୦୫ ଫ୍ଲସ୍‌, ଦୁଇଟି ନୂଆ ଅଡିଓ ଆକ୍‌ସେସୋରିଜ୍ ନୋକିଆ କମ୍ଫର୍ଟ ଇୟର୍‌ବଡ୍ ଓ ନୋକିଆ ଗୋ ଇୟର୍‌ବଡ୍‌+କୁ ଉନ୍ମୋଚନ କରାଯାଇଛି ।


ନୋକିଆ ଜି୨୧ ସ୍ମାର୍ଟଫୋନ୍‌ର ଡିଜାଇନ୍ ବେଶ୍ ଆକର୍ଷଣୀୟ ଥିବା ବେଳେ ଏଥିରେ ରହିଛି ଏଆଇ ଇମେଜିଂ ସୁବିଧା ଥିବା ୫୦ ଏମ୍‌ପି ଟ୍ରିପଲ୍ କ୍ୟାମେରା ଓ ତିନି ଦିନର ବ୍ୟାଟେରି ଜୀବନ ପ୍ରଦାନ କରୁଥିବା ବ୍ୟାଟରି ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଓଏସ୍ ଅପ୍‌ଗ୍ରେଡ୍ କରିବା ଏବଂ ଦୁଇ ଥର ସିକ୍ୟୁରିଟି ଅପ୍‌ଡେଟ୍ କରିବାର ପ୍ରତିଶ୍ରୁତି ।


ଏହି ଅବସରରେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି ସନମିତ୍ ସିଂହ କୋଚ୍ଚର୍ କହିଛନ୍ତି ଯେ, “ନୋକିଆର ଘର ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ରେ ଆମେ ପ୍ରତି ଲୋକଙ୍କୁ ଶ୍ରେଷ୍ଠ ଯୋଗାଯୋଗ ସମାଧାନ ପ୍ରଦାନ କରିବା ଉପରେ ବିଶ୍ୱାସ କରୁଛୁ । ନୋକିଆ ଜି-ସିରିଜ୍ ହେଉଛି ଆମର ମଧ୍ୟମ ବର୍ଗର ସ୍ମାର୍ଟଫୋନ୍ ଯାହାର ଷ୍ଟାଇଲିସ୍ ନର୍ଡିକ୍ ଡିଜାଇନ୍ ବହୁ ଲୋକଙ୍କ ପାଇଁ ଯଥା ସମ୍ଭବ ପ୍ରିମିୟମ୍ ସ୍ମାର୍ଟଫୋନ୍ ଅନୁଭୂତି ଆଣିଦେଇଛି । ଆପଣମାନଙ୍କ ବ୍ୟାଟେରିରେ ଚାର୍ଜ କମ୍ କରିବା ଏବଂ ସୁରକ୍ଷା ଚିନ୍ତାକୁ ଦୂର କରିବା ଲାଗି ଅର୍ଥପୂର୍ଣ୍ଣ ସୁବିଧା ସୁଯୋଗ ସହିତ ନୋକିଆ ଜି୨୧କୁ ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ନୂଆ କିିଛିି କରିବାକୁ ଭଲ ପାଆନ୍ତି । ଏହି ସ୍ମାର୍ଟଫୋନ୍ ସେହିମାନଙ୍କ ପାଇଁ ଯେଉଁମାନେ କେବଳ କଥାକାର ନୁହନ୍ତି, ବରଂ ସୃଷ୍ଟିକାରୀ ଯେଉଁମାନେ ନିଜ ଜୀବନର ଇତିହାସକୁ ଉପଭୋଗ କରିବାକୁ ଚାହାନ୍ତି ଏବଂ ସେଭଳି ଏକ ଫୋନ୍ ଦରକାର କରୁଛନ୍ତି ଯାହାକୁ ସେମାନେ ଭରସା କରିପାରିବେ, ଯାହାର ବ୍ୟାଟେରି କେବେ ଶେଷ ହେଉନଥିବ, କ୍ୟାମେରା ଯାହା ଅଳ୍ପ ଆଲୋକରେ ମଧ୍ୟ ପ୍ରତିଟି ବିବରଣୀକୁ ଧରି ରଖିପାରୁଥିବ କିମ୍ବା ସଦ୍ୟତମ ଆଣ୍ଡ୍ରଏଡ୍ ଓଏସ୍ ଯାହା ଆପଣଙ୍କ ତଥ୍ୟକୁ ସୁରକ୍ଷିତ ରଖୁଥିବ । ଏହା ହେଉଛି ଏକ ସ୍ମାର୍ଟଫୋନ୍ ଯାହା ସର୍ବଦା ଆପଣଙ୍କକୁ ସମର୍ଥନ କରିବ ।’’
ନୋକିଆ ସି୦୧ ପ୍ଲସ୍ ନୂଆ ୨+୩୨ ଜିବି ଭାରିଆଣ୍ଟ୍‌ରେ ଉପଲବ୍ଧ ହୋଇଛି ।

ଏଥିରେ ଥିବା ଆଣ୍ଡ୍ରଏଡ୍ ଗୋ ଅପରେଟିଂ ସିଷ୍ଟମ୍ ୨୪ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଏହା ସହିତ ରିଲାଏନ୍ସ ଜିଓ ଅଫର୍ ମଧ୍ୟ ଉପଲବ୍ଧ ହୋଇଛି । ନୋକିଆ ଜି୨୧ ସ୍ମାର୍ଟଫୋନ୍ (୪+୬୪ଜିବି)ର ଦାମ୍ ୧୨,୯୯୯ ଟଙ୍କା ରହିଥିବା ବେଳେ ୬+୧୨୮ ଜିବିର ଦାମ୍ ୧୪,୯୯୯ ଟଙ୍କା ରହିଛି । ନୋକିଆ ୧୦୫ର ଦାମ୍ ୧୨୯୯ ଟଙ୍କା ଓ ନୋକିଆ ୧୦୫ ପ୍ଲସ୍‌ର ଦାମ୍ ୧୩୯୯ ଟଙ୍କାରେ ରହିଛି । ନୋକିଆ କମ୍ଫର୍ଟ ଇୟରବଡ୍‌ର ଦାମ୍ ୨୭୯୯ ଟଙ୍କା ଓ ନୋକିଆ ଗୋ ଇୟରବଡ୍‌+ର ଦାମ୍ ୧୯୯୯ ଟଙ୍କା ରହିଛି । ଏହି ଡିଭାଇସ୍‌ଗୁଡ଼ିକୁ ଗ୍ରାହକମାନେ ନୋକିଆ ଡଟ୍ କମ୍‌, ଅଗ୍ରଣୀ ଇ-କମର୍ସ ସାଇଟ୍‌ରୁ ମଗାଇପାରିବେ । ରିଟେଲ୍ ଗ୍ରାହକମାନେ ବଜାଜ୍ ଫାଇନାନ୍ସର ଟ୍ରିପଲ୍ ଜିରୋ ଫାଇନାନ୍ସ ସୁବିଧା ହାସଲ କରିପାରିବେ । ନିକଟତମ ପ୍ରମୁଖ ମୋବାଇଲ୍ ଷ୍ଟୋର୍‌ଗୁଡ଼ିକରେ ମଧ୍ୟ ଏଗୁଡ଼ିକ ଉପଲବ୍ଧ ହୋଇଛି ।

Leave a Reply

Your email address will not be published. Required fields are marked *