ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବକ୍ସାଇଟ୍ ଖଣି ଖୋଲିବା ଦାବି ଉଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି

0
WhatsApp Image 2025-08-24 at 17.37.20_f3e9e861

ବକ୍ସାଇଟ୍ ଖଣି ଖୋଲିବା ପାଇଁ ଲାଞ୍ଜିଗଡ଼ ବିଧାୟକଙ୍କୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଛନ୍ତି

କଳାହାଣ୍ଡିର ୩ ଲକ୍ଷରୁ ଅଧିକ ସ୍ଥାନୀୟ ଲୋକଙ୍କ ଜୀବନ ଜିବିକା ବିପଦରେ ପଡ଼ିଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଲାଞ୍ଜିଗଡ଼ ଆଂଚଳିକ ବିକାଶ ପରିଷଦ (ଏଲଏଭିପି) ବ୍ୟାନରରେ ଗତକାଲି ଲାଞ୍ଜିଗଡ଼ରେ ଏକ ବିଶାଳ ପ୍ରତିବାଦ ପରେ, ଯେଉଁଠାରେକି କଳାହାଣ୍ଡିର ପ୍ରାୟ ୫,୦୦୦ ଗ୍ରାମବାସୀ, ଯୁବକ ଏବଂ ସମ୍ପ୍ରଦାୟ ନେତା ସ୍ଥାନୀୟ ବକ୍ସାଇଟ୍ ଖଣି ତୁରନ୍ତ ଖୋଲିବା ପାଇଁ ଦାବି କରିଥିଲେ, ଆନ୍ଦୋଳନର ପ୍ରତିନିଧିମାନେ ଲାଞ୍ଜିଗଡ଼ର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କୁ ଭେଟିଥିଲେ।

ବୈଠକ ପରେ ବିଧାୟକ ପ୍ରଦୀପ କୁମାର ଦିଶାରୀ କହିଥିଲେ, “ଓଡ଼ିଶା ବିଶ୍ୱର ସବୁଠାରୁ ଧନୀ ବକ୍ସାଇଟ୍ ସଂରକ୍ଷଣ ସ୍ଥାନ ରଖିଛି, ତଥାପି ଆମେ ଏବେ ବି ଆମଦାନୀ ଉପରେ ନିର୍ଭର କରୁଛୁ। ଏହା ଆମ ଲୋକଙ୍କ ଏବଂ ଆମର ସମ୍ଭାବନା ଉଭୟ ପ୍ରତି ବିଶ୍ୱାସଘାତକତା। ଏହି ଲଢ଼େଇ ଆମ ଯୁବପିଢ଼ିଙ୍କ ଭବିଷ୍ୟତ ବିଷୟରେ। ସ୍ଥାନୀୟ ଖଣି ବିନା, ପ୍ରତିବର୍ଷ ହଜାର ହଜାର ଲୋକ କାମ ଖୋଜିବାକୁ କଳାହାଣ୍ଡି ଛାଡି ବାହାରକୁ ଯାଆନ୍ତି। ଯଦି ଖଣି ଖୋଲିଯାଏ, ତେବେ ସେମାନେ ଏଠାରେ ରହିପାରିବେ, କାମ କରିପାରିବେ ଏବଂ ସମୃଦ୍ଧ ହୋଇପାରିବେ। ଜଷ୍ଟିସ୍ ଏସ.ଏଚ୍‌. କାପାଡିଆଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ୨୦୦୮ ମସିହାର ରାୟ ଦାୟିତ୍ୱ ସହିତ ଅଭିବୃଦ୍ଧି ପାଇଁ ଏକ ସ୍ପଷ୍ଟ ପଥ ଦେଇଥିଲା। ଏହା ସ୍ଥାୟୀ ଖଣିକୁ ସୁରକ୍ଷା ସହିତ ବାଧ୍ୟତାମୂଳକ କରିଥିଲା – ସ୍ଥାନୀୟ ସମ୍ପ୍ରଦାୟ ବିକାଶ, ବନୀକରଣ, ପରିବେଶଗତ ପୁନରୁଦ୍ଧାର, ଭୂତଳ ଜଳ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଏବଂ ଏକ ବ୍ୟାପକ ଆଦିବାସୀ ବିକାଶ ଯୋଜନା ପାଇଁ ୫% ଲାଭ। ଏହି ମଡେଲ୍ ନିଶ୍ଚିତ କରେ ଯେ ଖଣି ଶୋଷଣ ନୁହେଁ ବରଂ ସଶକ୍ତିକରଣ। ଏହା ପରିବେଶକୁ ସୁରକ୍ଷା ଦେବା ସହିତ ଆମ ଲୋକଙ୍କ ପାଇଁ ସ୍କୁଲ, ହସ୍ପିଟାଲ, ରାସ୍ତା, ଚାକିରି ଏବଂ ମର୍ଯ୍ୟାଦା ସୃଷ୍ଟି କରେ।”

ବିଧାୟକ କଳାହାଣ୍ଡିର ଲୋକଙ୍କ ସହିତ ତାଙ୍କର ଏକତା ବୃଦ୍ଧି କରି ଆଶ୍ୱାସନା ଦେଇଥିଲେ ଯେ ସେମାନଙ୍କର ଦାବି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉଠାଇବେ। ସେ ପ୍ରତିଶ୍ରୁତି ଦେଇଥିଲେ ଯେ କଳାହାଣ୍ଡିର ଲୋକଙ୍କ ସ୍ୱର ଶୁଣାଯିବା ପାଇଁ ସେ ବ୍ୟକ୍ତିଗତ ଭାବରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଏହି ମାମଲା ଉଠାଇବେ। ଶ୍ରୀ ଦିଶାରୀ ଜୋର ଦେଇ କହିଥିଲେ ଯେ ବକ୍ସାଇଟ୍ ଖଣି ଖୋଲିବା ପାଇଁ ଦାବି କେବଳ ଏକ ଆର୍ôଥକ ଆବଶ୍ୟକତା ନୁହେଁ ବରଂ ଏକ ସାମାଜିକ ବାଧ୍ୟବାଧକତା, ଏବଂ ସେମାନଙ୍କ ସପକ୍ଷରେ ଏକ ଦୃଢ଼ ନିଷ୍ପତି ନନିଆଯିବା ପର୍ଯ୍ୟନ୍ତ ସମ୍ପ୍ରଦାୟ ସହିତ ଠିଆ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଭାରତ ୫ ବିଲିୟନ ଟନ୍ ରୁ ଅଧିକ ବକ୍ସାଇଟ୍ ସଂରକ୍ଷଣ ରଖିଛି, ତଥାପି ଦେଶ ବାର୍ଷିକ ୪.୫ ନିୟୁତ ଟନ୍ ରୁ ଅଧିକ ଆମଦାନି କରୁଛି, ଯାହା ଜାତୀୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ସେ କହିଛନ୍ତି ଯେ ଆମଦାନି ଉପରେ ଏପରି ନିର୍ଭରଶୀଳତା ଅର୍ଥନୈତିକ ଭାବରେ ସ୍ଥାୟୀ ନୁହେଁ ଏବଂ କଳାହାଣ୍ଡି ଭଳି ଖଣିଜ ସମୃଦ୍ଧ ଜିଲ୍ଲା ପ୍ରତି ଏକ ଘୋର ଅନ୍ୟାୟ ଅଟେ।

ବିଧାୟକଙ୍କ ମନ୍ତବ୍ୟ ପ୍ରତିବାଦକାରୀଙ୍କ ଦୀର୍ଘକାଳୀନ ଦାବିକୁ ଆହୁରି ଦୃଢ଼ କରିଥିଲା ଯେ କଳାହାଣ୍ଡିର ପ୍ରଚୁର ବକ୍ସାଇଟ୍ ସଂରକ୍ଷଣ ଆମଦାନି ଉପରେ ନିର୍ଭରଶୀଳତା ପରିବର୍ତେ ସ୍ଥାନୀୟ ବିକାଶ ପାଇଁ ବ୍ୟବହାର କରାଯାଉ।
ଦିନର ପ୍ରତିବାଦରେ ଗ୍ରାମବାସୀମାନେ “ଦେଶ କା ବକ୍ସାଇଟ୍‌, ଦେଶ କା ବିକାଶ” ଏବଂ “ଆମ ଖଣି ଖୋଲ, ଆମ ଭବିଷ୍ୟତ ସୁରକ୍ଷିତ କର” ଭଳି ସ୍ଲୋଗାନ ସହିତ ପ୍ଲାକାର୍ଡ ଧରି ସମସ୍ୟାର ଜରୁରୀତାକୁ ଉଲ୍ଲେଖ କରିଥିଲେ। ପ୍ରତିବାଦକାରୀମାନେ ଚେତାବନୀ ଦେଇଥିଲେ ଯେ ନିଷ୍କ୍ରିୟତା ଜାରି ରଖିବା ଦ୍ୱାରା କଳାହାଣ୍ଡିରେ ଦୁଇ ଦଶନ୍ଧିର ପ୍ରଗତି ବିଫଳ ହେବ। ଯଦି ବକ୍ସାଇଟ୍ ଖଣିଗୁଡ଼ିକ ଶୀଘ୍ର ଖୋଲା ନ ଯାଏ, ତେବେ କଳାହାଣ୍ଡି ଦୁଇ ଦଶନ୍ଧି ପୂର୍ବର ଭୟଙ୍କର ପରିସ୍ଥିତିକୁ ଫେରିଯିବାର ଆଶଙ୍କା ରହିଛି, ଯାହା କ୍ଷୁଧା, ଦାରିଦ୍ର‌୍ୟ ଏବଂ ବହୁ ସଂଖ୍ୟକ ପ୍ରବାସନ ଦ୍ୱାରା ଚିହ୍ନିତ।

ଏଲଏଭିପି ନେତାମାନେ ବକ୍ସାଇଟ୍ ଖଣି ଖୋଲିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାମସଭା ବୈଠକ ଡାକିବାକୁ ସେମାନଙ୍କର ଆହ୍ୱାନକୁ ପୁନର୍ବାର ଦୋହରାଇଥିଲେ, ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସମ୍ପ୍ରଦାୟର ଅଂଶଗ୍ରହଣ ଏବଂ ବାଧ୍ୟତାମୂଳକ ସୁରକ୍ଷା ବ୍ୟବସ୍ଥା ଦ୍ୱାରା ଲୋକ ଏବଂ ପରିବେଶ ଉଭୟର ଲାଭଦାୟକ ଦାୟିତ୍ୱପୂର୍ଣ୍ଣ ଖଣି କାର୍ଯ୍ୟ ସୁନିଶ୍ଚିତ ହେବ।

ଶ୍ରୀଯୁକ୍ତ ଶ୍ରୀଧର ପେସନିଆ, ସଭାପତି- ଏଲଏଭିପି, ଚନ୍ଦ୍ର ବେହେରା, ପରାମର୍ଶଦାତା- ଏଲଏଭିପି, ଚନ୍ଦ୍ର ପେସନିଆ, ପରାମର୍ଶଦାତା, ଏବଂ ଯୁବ ନେତା, ସୁବାସ ଅଗ୍ରୱାଲ, ସମାଜସେବି ଦାବି ଜଣାଇବା ପାଇଁ ଲାଞ୍ଜିଗଡ଼ର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *

You may have missed