ଲୋହିଆ ଏକାଡେମୀରେ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର ପ୍ରବାହ ନ୍ୟୁଜ୍‌(୨୧/୨) : ଭାଷା ନିମିତ୍ତ ସାମାଜିକ ଦିଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜର ପ୍ରବହମାନଧାରା ଭାଷାକୁ ବଞ୍ଚାଇ ରଖେ ଓ ବିକଶିତ କରିଥାଏ। ଦୁଃଖର ବିଷୟ ସମ୍ପ୍ରତି ଓଡ଼ିଆ ଭାଷା ଧୀରେ ଧୀରେ ସାମାଜିକ ପରିସରରୁ ଅପସରି ଯିବାକୁ ବସିଲାଣି ଏବଂ ଏହାର ଜୀବନୀଶକ୍ତି କ୍ଷୀଣ ହେବାକୁ ବସିଲାଣି। ମାତୃଭାଷା ପ୍ରତି ଆମେ ସଂକଳ୍ପବଦ୍ଧ ରହିଲେ ହିଁ ଭାଷା ହେବା ସହ ସାମାଜିକ, ସାଂସ୍କୃତିକ ତଥା ପାରମ୍ପରିକ ଵ୍ୟଵସ୍ଥାର ପ୍ରଗତି ସମ୍ଭବ ହୋଇପାରିବ। ମାତୃଭାଷା ବିନା କୌଣସି ଦେଶ ସମ୍ବନ୍ଧରେ ବିଚାର କରାଯାଇନପାରେ ବୋଲି ବିଶ୍ୱ ମାତୃଭାଷା ଦିବସ ଅବସରରେ \’ଓଡ଼ିଶାରେ ମାତୃଭାଷା ଓଡ଼ିଆର ବର୍ତ୍ତମାନ ଓ ଭବିଷ୍ୟତ\’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ବୈଜ୍ଞାନିକ ତଥା ଭାଷାବିତ୍ ଡ଼. ଚିତ୍ତରଞ୍ଜନ ମିଶ୍ର ବକ୍ତବ୍ୟ ପ୍ରଦାନ କରିଛନ୍ତି।

ଲୋହିଆ ଏକାଡେମୀ ପକ୍ଷରୁ ଶିକ୍ଷାବିତ୍ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରଫେସର ବିରେନ୍ଦ୍ର ନାୟକ, ସୁମିତ୍ରା ପଟେଲ, ନରେନ୍ଦ୍ର ମହାନ୍ତି, ମହମ୍ମଦ ସୁକୃ, ନିରୂପମା ପାଣି, ସ୍ୱୟଂପ୍ରଭା ପାଢ଼ୀ, ବ୍ଲୋରିନ ମହାନ୍ତି, ସୁବ୍ରତ ପୃଷ୍ଟି, ଅନୁଭଵ ବଳିଆରସିଂ, ନଳିନୀକାନ୍ତ ନାୟକ, ବିଶ୍ଵରଞ୍ଜନ ଦାସ, ସୁକାନ୍ତ ମହାପାତ୍ର, ଦିଲ୍ଲୀପ ବେହେରା, ଅମର ପାଲ, ସୁସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହିବା ସହ ନିଜ ମତପ୍ରକାଶ କରିଥିଲେ। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ କାର‌୍ୟ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *