ଭୁବନେଶ୍ୱରରେ ମହିଳା ଓ ଶିଶୁମାନଙ୍କ ପାଇଁ ୧୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର, ୨୧ ଫେବୃଆରୀ ୨୦୨୪ : ହାଇଦ୍ରାବାଦସ୍ଥିତ ମହିଳା ଓ ଶିଶୁ ହସପିଟାଲ ଅଙ୍କୁରା ହସପିଟାଲ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବାରେ ପରିବର୍ତନ ଆଣିବାକୁ ଯାଉଛି । ବିଭିନ୍ନ କ୍ଷେତ୍ରରେ ଯତ୍ନ ନେବା ପାଇଁ ଏକ ପ୍ରତିଶ୍ରୁତି ସହ ଉଚ୍ଚ ଆପଦପୂର୍ଣ୍ଣ ଶିଶୁ, ପ୍ରେଡିଆଟ୍ରିକ ଗ୍ୟାଷ୍ଟ୍ରୋ,ଏଂଟେରୋଲୋଜି, ଶିଶୁ ସ୍ନାୟବିକ ବିଜ୍ଞାନ, ଅର୍ଥୋପେଡିକ୍ସ, କ୍ୟାନସର ଚିକିତ୍ସା ଓ ଜରୁରୀକାଳୀନ ଚିକିତ୍ସା ପାଇଁ ଏହି ୧୨୦ ଶଯ୍ୟା ବିଶିଷ୍ଟ ହସପିଟାଲ ଉଦଘାଟିତ ହୋଇ ଯାଇଛି । ଏହି ହସପିଟାଲ ମହିଳା ଓ ଶିଶୁମାନଙ୍କ ପାଇଁ ବିଶେଷ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଛି ଓ ଗୁଣମାନର ସେବା ଯୋଗାଇବା ଲକ୍ଷ୍ୟ ରଖିଛି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା-ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପବ୍ଲିକ ଏଂଟରପ୍ରାଇଜେସ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ; ସମ୍ମାନିତ ଅତିଥି- ଶ୍ରୀ ଅନନ୍ତ ନାରାୟଣ ଜେନା-ମାନ୍ୟବର ବିଧାୟକ, କେନ୍ଦ୍ରୀୟ ଭୁବନେଶ୍ୱର; ଶ୍ରୀ ଅମର ପଟ୍ଟନାୟକ, ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀ ସୁଶାନ୍ତ କୁମାର ରାଉତ, ମାନ୍ୟବର ବିଧାୟକ, ଭୁବନେଶ୍ୱର ଉତର, ଶ୍ରୀମତୀ ସୁଲୋଚନା ଦାସ-ମାନ୍ୟବର ମେୟର, ବିଏମସି, ଭୁବନେଶ୍ୱର; ଶ୍ରୀମତୀ କବିତା ସ୍ୱାଇଁ ମାନ୍ୟବର କର୍ପୋରେଟର ୱାଡନଂ ୪୧, ଶ୍ରୀ ନିଖିଳ ପବନ କଲ୍ୟାଣ, ଆଇଏଏସ, ନିର୍ଦ୍ଦେଶକ, ଗ୍ରାମ୍ୟବିକାଶ ଓଡ଼ିଶା, ଲଭୁ ଶ୍ରୀ କ୍ରିଷନ ଦେବରାୟାଲୁ ମାନ୍ୟବର ଏମପି ଓ ଡ. କ୍ରିଷନ ପ୍ରସାଦ ଭୁନାମ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ, ଅଙ୍କୁରା ହସପିଟାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅଭିଜ୍ଞତା ଓ ଭାରତର ତିନୋଟି ରାଜ୍ୟରେ ୧୪ ଟି କେନ୍ଦ୍ରରେ ଅଙ୍କୁରା ହସପିଟାଲ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶ୍ୱସନୀୟତା ଅର୍ଜନ କରିପାରିଛି । ଭୁବନେଶ୍ୱରରେ ଏହି ୧୨୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ହସପିଟାଲରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ପ୍ରସ୍ତୁତ । ସୁସଜ୍ଜିତ ଆମ୍ବୁଲାନସ, ରୋଗୀ ପରିବହନ ସେବା, ଫାର୍ମାସି, ପରୀକ୍ଷାଗାର ଓ ଗୋଟିଏ ଛାତ ତଳେ ରେଡିଓଲୋଜି ସେବା ଉପଲବ୍ଧ ହେବ । ଉଚ୍ଚ ଶିକ୍ଷିତ ଡାକ୍ତରଙ୍କ ସହ ସୁପର ବିଶେଷଜ୍ଞ ମାନେ ସର୍ବଦା ଉପଲବ୍ଧ ରହିବେ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ହସପିଟାଲ ଏକ ପରିବର୍ତନ ଆଣିବାକୁ ଯାଉଛି ।

ଶୁଭାରମ୍ଭ ଅବସରରେ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. କୃଷ୍ଣ ପ୍ରସାଦ ଭୁନାମ ଜଣେ ଭାରତୀୟ ଉଦ୍ୟୋଗୀ, ନବଜାତ ଶିଶୁ ବିଶେଷଜ୍ଞ କହିଛନ୍ତିଯେ- ଅଙ୍କୁରା ହସପିଟାଲ ରୋଗୀ ସେବା ଉପରେ ସର୍ବଦା ଧ୍ୟାନ ପ୍ରଦାନ କରି ଆସିଛି । ମହିଳା ଓ ଶିଶୁମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ଲାଗି ଏହା କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମେ ନରନ୍ତର ନିଜର ପ୍ରତିବଦ୍ଧତା ପୂରଣ କରି ଆସିଛୁ ଏହାକୁ୍ୱଧ୍ୟ ଓଡ଼ିଶାରେ ପ୍ରତିଫଳିତ କରିବୁ ।

ସେ ଆହୁରି ମଧ୍ୟ କହିଛନ୍ତିଯେ ଆମର ଏହି ରୋଗୀ କେନ୍ଦ୍ରିତ ଚିକିତ୍ସା କ୍ଲନିକାଲ ଉତ୍କର୍ଷତା ଉପରେ ନିର୍ଭର କରିବ । ଓଡ଼ିଶା ଏକ ପ୍ରଗତିଶୀଳ ରାଜ୍ୟ ଯାହାକି ଗତ କିଛି ବର୍ଷ ମଧ୍ୟରେ ବହୁ ସଫଳତା ହାସଲ କରିଛି ।

ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା-ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପବ୍ଲିକ ଏଂଟରପ୍ରାଇଜେସ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କହିଛନ୍ତିଯେ-ଭୁବନେଶ୍ୱରରେ ଏହି ନୂଆ ମହିଳା ଓ ଶିଶୁ ଡାକ୍ତରଖାନା ପ୍ରତିଷ୍ଠା କରିଥିବାରୁ ଅଙ୍କୁରା ହସପିଟାଲକୁ ଧନ୍ୟବାଦ ଜଣାଉଛି । ଅଙ୍କୁର ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା େକ୍ଷେତ୍ରରେ ବିଶେଷ ଧ୍ୟାନ ଦେବା ଲାଗି ପ୍ରତିଶ୍ରୁତିବଦ୍ଧ । ମୁଁ ଏହାର ଉଜ୍ୱଳ ଭବିଷ୍ୟତ କାମନା କରୁଛି ।

Leave a Reply

Your email address will not be published. Required fields are marked *