ଓଡ଼ିଶା ୨.୦ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ଏକ ନୂତନ ଅଧ୍ୟାୟ ଆରମ୍ଭ

ସେଫ୍ଟି ଭର୍ଟିକାଲ୍ ଅଧିନରେ “ଟ୍ରେନିଂ ଅନ୍ ହ୍ୱିଲ୍ସ” ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : “କେୟାର ବିୟଣ୍ଡ ପାୱାର- ବିକଜ ପିପୁଲ ମ୍ୟାଟର’ ଶୀର୍ଷକ ବିଷୟବସ୍ତୁ ଅନ୍ତର୍ଗତ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏକ ପ୍ରୟାସ, ଓଡ଼ିଶା ୨.୦ ର ଉନ୍ମୋଚନ ସହିତ ଆଜି ଓଡ଼ିଶା ଡିସକମ୍ ଗୁଡିକ ଓଡ଼ିଶାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଭୁବନେଶ୍ୱରର ବିଦ୍ୟୁତ ବଣ୍ଟନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ଓଡ଼ିଶା ୨.୦ ଅନ୍ତର୍ଗତ “ଟ୍ରେନିଂ ଅନ୍ ହ୍ୱିଲ୍ସ’ ପ୍ରକଳ୍ପକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ସିଦ୍ଧାନ୍ତ ମହାପାତ୍ର – ବିଧାୟକ ଦିଗପହଣ୍ଡି, ଶ୍ରୀ ଆକାଶ ଦାସ ନାୟକ – ବିଧାୟକ କୋରେଇ, ଅଭିନେତ୍ରୀ ସୁଶ୍ରୀ ଅନୁ ଚୌଧୁରୀ, ଶ୍ରୀ ଗଜାନନ କଲେ – ଚିଫ୍ ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଏବଂ ସିଇଓ, ଟିପିଏନ୍‌ଓଡିଏଲ୍ ଏବଂ ଶ୍ରୀ ଅରଭିନ୍ଦ ସିଂହ- ସିଇଓ, ଟିପିସିଓଡିଏଲ୍ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ୨.୦ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ନେଇ ତିଆରି ହୋଇଛି, ଯେଉଁଥିରେ ରହିଛି ଟ୍ରେନିଂ ଅନ୍ ହ୍ୱିଲ୍ସ, ଅତ୍ୟାଧୁନିକ ଅଫିସ୍ ଭିତ୍ତିଭୂମି, କର୍ମଚାରୀ ସଂଯୋଗ, ବ୍ୟବସାୟ ସହଯୋଗୀଙ୍କ ଜୀବନକୁ ଛୁଇଁବା ଭଳି କିଛି ପଦକ୍ଷେପ, ହାତ ପାହାନ୍ତରେ ଚିକିତ୍ସା ସୁବିଧା ଏବଂ ତୃଣମୂଳ ସ୍ତରରେ କ୍ରୀଡା ପ୍ରତିଯୋଗୀତା। ଏହି ପ୍ରତ୍ୟେକ ପ୍ରକଳ୍ପକୁ ଏଭଳି ଭାବେ ଯତ୍ନର ସହ ଡିଜାଇନ୍ କରାଯାଇଛି ଯାହା ଓଡିଶା ରେ ସୁରକ୍ଷିତ, ସୁସ୍ଥ ଏବଂ ଅଧିକ ନିବିଡ ସମ୍ପ୍ରଦାୟ ଗଠନ ପାଇଁ ଡିସକମ୍ ଗୁଡିକର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଓଡ଼ିଶା ୨.୦ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ଭାବରେ, ପ୍ରୋଜେକ୍ଟ ଟ୍ରେନିଂ ଅନ୍ ହ୍ୱିଲ୍ସ ୬ ଅକ୍ଟୋବର ୨୦୨୫ ରେ ଭୁବନେଶ୍ୱର ସ୍ଥିତ ପାୱାର ଡିଷ୍ଟ୍ରିବ୍ୟୁସନ୍ ଟେକ୍ନୋଲୋଜି ସେଣ୍ଟରରେ ଟିପିଏସ୍‌ଡିଆଇ ସହଯୋଗରେ ଓଡ଼ିଶା ଡିସକମ୍ ଗୁଡିକ ଦ୍ୱାରା ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଛି। ଆଶା କରାଯାଉଛି ଯେ ଏହି ପ୍ରକଳ୍ପ ଅଧିନରେ ତାଲିମ ଭିତ୍ତିଭୂମିକୁ ଓଡ଼ିଶାର ୧.୫୪ ଲକ୍ଷ ବର୍ଗ କିଲୋମିଟର ସେବା କ୍ଷେତ୍ରରେ ଥିବା ଫ୍ୟୁଜ୍ କଲ୍ ସେଣ୍ଟର ଏବଂ ପିଏସ୍‌ଏସ୍ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ପାଖକୁ ପହଞ୍ଚାଯିବ, ଯାହା ୭୪୩ ଟି ସେକ୍ସନ କୁ କଭର କରିବ, ଯାହା ଦ୍ୱାରା ରାଜ୍ୟର ଦୂରଦୁରାନ୍ତ ପର୍ଯ୍ୟନ୍ତ ମଧ୍ୟ ଗୁଣାତ୍ମକ ତାଲିମ ପହଞ୍ଚିପାରିବ।
ଏହି ପ୍ରକଳ୍ପ ବୈଦ୍ୟୁତିକ ସୁରକ୍ଷା, ଆଚରଣଗତ ସୁରକ୍ଷା, ଅତ୍ୟାବଶ୍ୟକ ସୁରକ୍ଷା ଅଭ୍ୟାସ, ବୈଷୟିକ ତାଲିମ, ଉଚ୍ଚତାରେ କାମ କରିବା ସମୟରେ ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ପରିଚାଳନା ଉପରେ ତାଲିମ ପ୍ରଦାନ କରିବ। ଏହି ପଦକ୍ଷେପ ମାଧ୍ୟମରେ, ଓଡ଼ିଶା ଡିସକମ୍ ଗୁଡିକ ସୁରକ୍ଷା ସଚେତନତା ଏବଂ ସୁରକ୍ଷା ନିୟମ ଅନୁପାଳନରେ ଉଲ୍ଲେଖନୀୟ ଉନ୍ନତି ଆଣିବା, ସୁରକ୍ଷା ଏବଂ ବୈଷୟିକ ମାନଦଣ୍ଡକୁ ଭଲ ଭାବରେ ଗ୍ରହଣ କରିବାକୁ ଉତ୍ସାହିତ କରିବା ଏବଂ ଦୂରବର୍ତ୍ତୀ ଭୌଗୋଳିକ ଅଞ୍ଚଳରେ ତାଲିମର ସୁଗମତା ବୃଦ୍ଧି କରିବାକୁ ଆଶା ରଖିଛନ୍ତି।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, “ଏହି “ଟ୍ରେନିଂ ଅନ୍ ହ୍ୱିଲ୍ସ’ ପଦକ୍ଷେପ ଆମ ଲୋକଙ୍କର ବୈଷୟିକ ଦକ୍ଷତା ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରିବ। ଓଡ଼ିଶା ଡିସକମ ଗୁଡିକ ଦ୍ୱାରା ନିଆଯାଇଥିବା ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ଏବଂ ମୁଁ ଏହି ପଦକ୍ଷେପ ପାଇଁ ସେମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି”।
ଏହି ଅବସରରେ ଶ୍ରୀ ଗଜାନନ କାଲେ, ଚିଫ୍ ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଏବଂ ସିଇଓ, ଟିପିଏନ୍‌ଓଡିଏଲ୍ କହିଛନ୍ତି ଯେ, “ଏହି ବର୍ଷ, ରାଜ୍ୟର ଚାରୋଟି ଓଡ଼ିଶା ଡିସକମ୍ ପାଞ୍ଚ ବର୍ଷ ପୂରଣ କରୁଛନ୍ତି, ଏହି ସମୟ ମଧ୍ୟରେ ଆମେ ଅନେକ ସଫଳତା ହାସଲ କରିଛୁ।

ବର୍ତ୍ତମାନ, ଆମେ ଓଡିଶା ୨.୦ କୁ ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟ ଭାବେ ଅପେକ୍ଷା କରିଛୁ । ‘ଟ୍ରେନିଂ ଅନ୍ ହ୍ୱିଲ୍ସ’ ପଦକ୍ଷେପ ଏହି ପରିବର୍ତ୍ତନ କାର୍ଯ୍ୟକ୍ରମର ଏକ ଅଂଶ। ଆମର ଲକ୍ଷ୍ୟ ହେଉଛି ଲାଇନମ୍ୟାନ୍ ଏବଂ ହେଲପରଙ୍କ ସମେତ ତୃଣମୂଳ ସ୍ତରରେ ଯଥାସମ୍ଭବ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ପ୍ରଭାବଶାଳୀ ଭାବରେ ତାଲିମ ଦେବା”।
ଶୁଭାରମ୍ଭ ଅବସରରେ ଟିପିସିଓଡିଏଲ୍‌ର ସିଇଓ ଏବଂ ଟ୍ରେନିଂ ଅନ୍ ହ୍ୱିଲ୍ସର ପ୍ରୋଜେକ୍ଟ ମେଣ୍ଟର ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଓଡ଼ିଶା ୨.୦ ଆମର ବିଶ୍ୱାସକୁ ପ୍ରତିଫଳିତ କରେ ଯେ ପ୍ରକୃତ ପ୍ରଗତି ରାଜ୍ୟକୁ ଶକ୍ତିଯୋଗାଇବା ସହିତ ଆମ ଲୋକଙ୍କ ଯତ୍ନ ନେବାରେ ମଧ୍ୟ ରହିଛି। ଓଡ଼ିଶାର ପ୍ରତ୍ୟେକ କୋଣରେ ସୁରକ୍ଷା ଏବଂ ବୈଷୟିକ ଶିକ୍ଷାକୁ ସୁଗମ କରିବା ପାଇଁ ଟ୍ରେନିଂ ଅନ୍ ହ୍ୱିଲ୍ସ ଏକ ଅନନ୍ୟ ପଦକ୍ଷେପ। ବ୍ୟବହାରିକ ସୁରକ୍ଷା ଏବଂ ବୈଷୟିକ ମଡ୍ୟୁଲ୍ ଉପରେ କେନ୍ଦ୍ରିତ, ଏହି ପଦକ୍ଷେପ ଦୀର୍ଘସ୍ଥାୟୀ ଏବଂ ପ୍ରଭାବଶାଳୀ ସୁରକ୍ଷା ସଂସ୍କୃତି ସୃଷ୍ଟି କରିବାରେ ସାହାଯ୍ୟ କରିବ”।

Leave a Reply

Your email address will not be published. Required fields are marked *

You may have missed