କେବେ ଦୁଇଟି ଚନ୍ଦ୍ର ଗ୍ହଣ ଓ ଗୋଟିଏ ସୂର୍ଯ୍ୟ ପରାଗ

0
prabaha-1

ଭୁବନେଶ୍ୱର, : ଅ ।ମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡରର ମାସ ସହିତ ଖୁବ୍ ପରିଚିତଛ ତେବେ ଏହି କ୍ୟାଲେଣ୍ଡର ପ୍ରଚଳନର ଢେର ପୂର୍ବରୁ ଲୋକମାନେ ଚନ୍ଦ୍ରର ଗତିରୁ ମାସର କଳ୍ପନା କରିଥିଲେଛ ଏକ ଚନ୍ଦ୍ର ମାସ କହିଲେ ଅ ।ମେ ଗୋଟିଏ ପୂର୍ଣ୍ଣିମା ରୁ ପରବର୍ତ୍ତି ପୂର୍ଣ୍ଣିମା ନଚେô ଗୋଟିଏ ଅମାବାସ୍ୟରୁ ପରବର୍ତ୍ତି ଅମାବାସ୍ୟ ଭିତରେ ଥିବା ୩୧ ଦିନକୁ ବୁଝିଥାଉଛ ଅ ।ସନ୍ତା ଜୁନ୍ ୫ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସଙ୍ଗଠିତ ହେବ ୨ଟି ଉପଛାୟା- ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗଛ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା ଛ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଏକ ଛାଇ ଅ ।ଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏଛ ବିଶ୍ୱର ଅନେକ ଦେଶର ବୈଜ୍ଞାନିକମାନେ ଏବେଠୁ ଲାଗିପଡିଲେଣି ଏହି ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାକୁଛ କିନ୍ତୁ ଠିକ୍ ଏତିକି ବେଳେ କିଛି ଲୋକ ସୋସିଅ ।ଲ୍ ମିଡିଅ ।ରେ ଏ ବିଷୟରେ ଅପ ପ୍ରଚାର ଓ କିଛି ଭ୍ରମାତ୍ମକ ଖବର ଦ୍ୱାରା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତିଛ ନିମ୍ନରେ ଦୁଇଟି ଗ୍ରହଣ ଏବଂ ଗୋଟିଏ ପରାଗର ସଂପୂର୍ଣ୍ଣ ବୈଜ୍ଞାନିକ ବିବରଣୀ ଦିଅ ।ଗଲା ।
ଉପଛାୟା-ଚନ୍ଦ୍ର ଗ୍ରହଣ କଣ : ଚନ୍ଦ୍ର ଗ୍ରହଣ ସମୟରେ \”ଚନ୍ଦ୍ର ଓ ସୂର୍ଯ୍ୟଦ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏଛ ପୃଥିବୀର ଦୁଇପ୍ରକାରର ଛାଇ ରହିଛିଛ ପ୍ରଥମଟି ଛାୟା ଯାହା ଏକ ଗାଢା କଳା ରଙ୍ଗର ଛାଇ ଓ ଖାଲି ଅ ।ଖିରେ ପରିଷ୍କାର ଦେଖି ହୁଏ ଓ ଦ୍ୱିତୀୟଟି ଉପଛାୟା : ଏକ ଫିକା କଳା ଛାଇ ଯାହା ଖାଲି ଅ ।ଖିରେ ଦେଖିବା କଷ୍ଟକରଛ ଉପଛାୟାଟି ବଡ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଅ ।କାରରଛ ବିଜ୍ଞାନର ବ୍ୟାକ୍ଷାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଅ ।ରମ୍ଭ ହୁଏ ଓ ଏଥିରୁ ପୁରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ ଛ ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି କେବଳ ଉପଛାୟାରେ ପ୍ରବେଶ କରି ସେଥିରୁ ବାହାରିଯାଇଥାଏଛ ଯେହେତୁ ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଅ ।ଖିରେ ଦେଖିହୁଏନାହିଁ ବୋଧହୁଏ ସେଥିପାଇଁ ଅ ।ମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଇ ନାହିଁ ଓ କୌଣସି ପଞିକାରେ ଏହାର ଉଲ୍ଲେଖ କରାଯାଏ ନାହିଁ କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏକ ଗ୍ରହଣ ରୂପେ ଗଣନା କରନ୍ତି କାରଣ ଏଠି ଚନ୍ଦ୍ରର ଛାଇ ପୃଥିବୀରେ ପଡୁଛିଛ
ବଳୟ ସୂର୍ଯ୍ୟ ପରାଗ କଣ : ସୂର୍ଯ୍ୟ, ଚନ୍ଦ୍ର ତୁଳନାରେ ଅ ।କାରରେ ଖୁବ୍ ବଡ କିନ୍ତୁ ଅ ।ମ ଅ ।କାଶରେ ଦୁଇଟି ପିଣ୍ଡ ସମାନ ଅ ।କାରର ଦେଖାଯାନ୍ତିଛ ତେଣୁ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମଝିରେ ଏକ ସରଳରେଖାରେ ରହିଲେ, ଚନ୍ଦ୍ର ସୂର୍ଯ୍ୟକୁ ପୂରା ଘୋଡାଇ ଦେଇଥାଏଛ ଅ ।ମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ଉପବୃତ୍ତାକାର ପଥରେ ଘୂରିବୁଲୁଛି ଫଳରେ ପୃଥିବୀର ନିକଟରେ ଥିବା ସମୟରେ ଏହା ଅମଠାରୁ ପ୍ରାୟ ୩ ଲକ୍ଷ ୬୫ ହଜାର କିଲୋମିଟର ଦୂରରେ ରହୁଥିବା ବେଳେ ଦୂରରେ ଥିବାସମୟରେ ଏହା ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ରୁହେଛ ଫଳରେ ନିକଟରେଥିବା ସମୟରେ ଚନ୍ଦ୍ର ଅ ।ମକୁ ପ୍ରାୟ ୧୨ % ବଡ ଦେଖାଯାଏ ଓ ଏହି ସମୟରେ ସୂର୍ଯ୍ୟ ପରାଗ ଘଟିଲେ ଚନ୍ଦ୍ର ସଂପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ଦେଇଥାଏ ଓ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୁଏଛ କିନ୍ତୁ ଅ ।ମଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଅ ।ମକୁ ଛୋଟ ଦେଖାଯାଏ ଓ ସେହି ଅବସ୍ଥାରେ ପରାଗ ଘଟିଲେ ଛୋଟ ଦେଖାଯାଉଥିବା ଚନ୍ଦ୍ରଟି ସଂପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ପାରେନାହିଁ ଓ ସୂର୍ଯ୍ୟ ଚାରି ପାଖରେ ଏକ ବଳୟ ଦେଖାଯାଏ ଛ ଏହାକୁ ବଳୟ ସୂର୍ଯ୍ୟ ପରାଗ କୁହାଯାଏ ଛ ଜୁନ୍ ମାସ ୨୧ ତାରିଖରେ ହେବାକୁ ଥିବା ବଳୟ ସୂର୍ଯ୍ୟ ପରାଗଟି ଉତ୍ତର ଭାରତର କିଛି ଅଞ୍ଚଳକୁ ପୂରା ଦେଖାଯିବଛ ଓଡିଶାରେ ଏହା ୬୦% ରୁ ୭୨% ଅ ।ଂଶିକ-ପରାଗ ଭାବେ ଦେଖାଯିବ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *