ଉଜ୍ଜ୍ବଳା ଯୋଜନା ଦିଗହରା : ପୁଣି ଜଙ୍ଗଲ ଉପରେ ନିର୍ଭରଶୀଳ ହିତାକାରୀ

0
ଉଜ୍ଜ୍ବଳା ଯୋଜନା ଦିଗହରା : ପୁଣି ଜଙ୍ଗଲ ଉପରେ ନିର୍ଭରଶୀଳ ହିତାକାରୀ

କଳାହାଣ୍ଡି : ସରକାରଙ୍କର ଉତ୍କଳା ଯୋଜନା ଜିଲ୍ଲାରେ ଆଉ କାମ କରୁନାହିଁ। ଉଜ୍ଜ୍ବଳା ଯୋଜନା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ପୁଣି ଉଜ୍ଜଳା ଯୋଜନାରେ ହିତାଧିକାରୀ ଲାଭ ଉଠାଇପାରିବେ ବୋଲି ଘୋଷଣା ହୋଇଥିଲା I କିନ୍ତୁ ଜିଲ୍ଲାରେ ୫୦ ହଜାରରୁ ଊର୍ଦ୍ଧ୍ଵ ଉଜ୍ଜ୍ଵଳା ହିତାଧିକାରୀ ରହିଥ‌ିବା ବେଳେ ଏହାର ଫାଇଦା ଉଠାଇବାରେ ଅସଫଳ ରହିଛନ୍ତି। ନିର୍ବାଚନ ପାଇଁ ଏବେ ଦୁଇ ମାସ ପୁଣି ଉଜ୍ଜାଲା ଯୋଜନା ବନ୍ଦ ରହିଛି ଏହି ଯୋଜାରେ ହିତାଧିକାରୀଙ୍କୁ ମାଗଣାରେ ସିଲିଣ୍ଡର, ରେଗୁ ଲେଟର ପ୍ରଦାନ କରାଯାଉଥିଲେ ମଧ୍ୟ ଗ୍ୟାସ ଚୁଲା ବାବାଦକୁ ରଣ ଆକାରରେ ଟଂକା ଦିଆଯାଉଛି । ନଚେତ ଗ୍ୟାସ ଚୁଲାପ୍ରଦାନ କରାଯାଉଛି! କିନ୍ତୁ ମିଳୁଥିବା ୩ ଥର ସବସିଡି ହିଁ ଗ୍ୟାସ ଚୁଲାର ଋଣ ବାବଦକୁ  ପରିଶୋଧ ପରେ ଚୂଲା ନେଲେ ସବସିଡି ବ୍ୟାଙ୍କ ଆକାଉଣ୍ଟକୁ ଚଢିବ ଏହା ପ୍ରାୟତଃ କୌଣସି ଉଜ୍ଜଳା ହିତାଧିକାରୀ ଅବଗତ ନୁହନ୍ତି | ଜିଲ୍ଲାରେ ଉଜ୍ଜ୍ବଳା ଯୋଜନା ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ  ନାହିଁ । ହିତାଧିକାରୀମାନେ ଆର୍ଥକ ଅନାଟନରେ ଜୀବନ ବିତାଉଥିବା ବେଳେ ଗ୍ୟାସ ଭରିବା ପାଇଁ ପାଖରେ ଟଂକା ନାହିଁ, ଫଳରେ ସରକାର ଦେଇଥିବା ଗ୍ୟାସ ସରିବା ପରେ ତାହା ଏବେ ଘରର ଗୋଟିଏ କୋଣରେ ପଡି ରହିଛି | ପୁଣି ଯେପରି ପୂର୍ବରୁ ଜଂଗଲରୁ ଶୁଖିଲା କାଠ ସଂଗ୍ରହ କରି ରୋଷେଇ କରୁଥିଲେ, ଏବେ ତାହା ଦେଖିବାକୁ ମିଳିଛି । ଗାଁ ଗାଁ ରେ ଲୋକେ ନିକଟସ୍ଥ ଜଂଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ସକାଳରୁ ହିଁ ମାଣ୍ଡିଆ ଜାଉ ଖାଇ ଚାଲିଯାନ୍ତି I କାଠ ସଂଗ୍ରହ ପରେ ସଂଧ୍ୟାରେ ଘରକୁ ଫେରି ଥାନ୍ତି। ଏବେ ପ୍ରତ୍ୟେକ ହିତାଧିକାରୀଙ୍କ ଘରେ ଗ୍ୟାସ ବଦଳରେ କାଠରେ ଚୁଲି ଜଳୁଛି | ଗରିବ ହିତାଧିକାରୀମାନେ ନିଜର ଗ୍ୟାସକୁ ଲିଜ ଆକାରରେ କିଛି ଧନୀକ ଶ୍ରେଣୀର ଲୋକଙ୍କୁ ଦେଇଥିବା ଜଣାପଡିଛି |ଆଉ କିଛି ହିତାଧିକାରୀ ଗ୍ୟାସକୁ ବିକ୍ରି ମଧ୍ଯ କରିଦେଇଛନ୍ତି | ଯାହା ତଦନ୍ତ ହେଲେ ସବୁ ପଦାକୁ ଆସିବ | ସରକାର ଯୋଜନା କରୁଛନ୍ତି ସତ କିନ୍ତୁ ତାହା ଲୋକଙ୍କର କେତେ କାମରେ ଆସୁଛି ତାହା ତଦନ୍ତ କରାଯାଉ ନାହିଁ | ଯଦ୍ୱାରା ଉତ୍କଳା ଯୋଜନା ଭଳି ଏକ ଉତ୍ତମ ଯୋଜନା ଫେଲ ମାରିଛି | ବର୍ତ୍ତମାନ ଗ୍ୟାସର ଫ୍ରି ଟଂକା ହୋଇଥିଲେ ମଧ୍ୟ ଉଜ୍ଜ୍ଵଳା ହିତାଧିକାରୀମାନେ ୩୦୦ ଟଂକା ସବସିଡି ପାଇ ମଧ୍ଯ ଗ୍ୟାସ ନେବାରେ କୁଣ୍ଠାବୋଧ କରୁଛନ୍ତି | ମାଗଣାରେ ଶୁଖିଲା କାଠ ମିଳୁଥିବାରୁ କାହିଁକି ସେମାନେ ଗ୍ୟାସ ଚୂଲା କିଣିବେ ବୋଲି କିଛି ହିତାଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ପ୍ରାୟତଃ ବିଭିନ୍ନ ହୋଟେଲ ଏବଂ ଫାଷ୍ଟ ଫୁଡ ଦୋକାନଗୁଡିକରେ କମରସିଆଲ ଗ୍ୟାସ ବଦଳରେ ଘରୋଇ ଗ୍ୟାସ ବ୍ୟବହୃତ ହେଉଛି, ଯାହାକି ଉତ୍କଳା ଯୋଜନାରେ ପାଇଥିବା  ହିତାଧିକାରୀମାନେ କମ୍ ଟଂକାରେ ଦୋକାନୀଙ୍କୁ ବିକ୍ରି କରିଦେଉଥିବା ଜଣାପଡିଛି। ଯୋଗାଣ ବିଭାଗ ଏହାର ତଦନ୍ତ କଲେ ସବୁ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

You may have missed