କିସ୍କୁ ୟୁନେସ୍କୋ ଅନ୍ତର୍ଜାତୀୟ ସାକ୍ଷରତା ପୁରସ୍କାର- ୨୦୨୨
ଭୁବନେଶ୍ୱର, ୯ ।୯: ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା
କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଅନ୍ତର୍ଜାତୀୟ ଲିଟେରାସି ପୁରସ୍କାର୨୦୨୨ । ଜନଜାତି ‘ପିଲାଙ୍କ ମଧ୍ୟରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା’ କାର୍ଯ୍ୟକ୍ରମ ପାଇଁ କିସ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ପ୍ରତ୍ୟେକ ବର୍ଷ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ୟୁନେସ୍କୋ କିଂ ସେଜଂ ଲିଟେରାସୀ ପ୍ରାଇଜ୍ ନାମରେ ନାମିତ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକ୍ୁ ପ୍ରଦାନ କରିଥାଏ । ଶିକ୍ଷା ସମ୍ପର୍କିତ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ୟୁନେସ୍କୋ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରିଥାଏ । ଚଳିତ ବର୍ଷ ୟୁନେସ୍କୋ
ପକ୍ଷରୁ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ସେମାନଙ୍କୁ ପ୍ରାଥମିକସ୍ତରରେ ମାତୃଭାଷା ଓ ସେମାନଙ୍କ କଥିତ
ଭାଷାରେ ଶିକ୍ଷା ପ୍ରଦାନ ବଷି ୟବସ୍ତୁ ରଖାଯାଇଥଲି । ।
ବିଶ୍ୱ ସାକ୍ଷରତା ଦିବସ ପରିପ୍ରେକ୍ଷୀରେ ଗରୁ ୁ୍ବାର କୋଟ ଡି ଆଇଭୋରଠାରେ
ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଥିଲା । ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍ଜିଓ ବୋଲି ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ
ସମ୍ମିଳନୀରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା,
କିସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରାଶାନ୍ତ କୁମାର ରାଉତରାୟ ଓ କିସ୍ର ମହାନିର୍ଦ୍ଦେଶକ କାହ୍ନୁ ଚରଣ ମାହାଲି
ପ୍ରମୁଖ ସୂଚନା ଦେଇଥିଲେ ।
କିସ୍ ହେଉଛି ଭାରତର ଏକମାତ୍ର ଶିକ୍ଷାନୁଷ୍ଠାନ ଯାହାକି ୨୦୧୩ରେ କିସ୍ ମାତୃଭାଷା ଭିତ୍ତିକ ବହୁଭାଷୀ ପ୍ରାଥମିକ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ କରିଥିଲା । ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଶିଶୁମାନଙ୍କୁ
ସେମାନଙ୍କ କଥିତ ଓ ପ୍ରଚଳିତ ଭାଷାରେ ଶିକ୍ଷାଦାନ କରାଯାଇଥାଏ । ଫଳରେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି
ପାଇଥାଏ । ପର୍ଯ୍ୟୟକ୍ରମେ ସେମାନଙ୍କୁ ବହିରେ ଲିଖିତ ଭାଷା ବ୍ୟବହାର ସହ ଅଭ୍ୟସ୍ତ କରାଯାଇଥାଏ । ଧିରେ ଧିରେ ସେମାନଙ୍କ
ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢିଥାଏ ଏବଂ ଅଧାରୁ ପାଠ ପଢୁଥିବା ପିଲାଙ୍କ ସଂଖ୍ୟା କମାଇବାରେ ଏହା ଏକ ଅଭିନବ ଓ
ସଫଳ ପ୍ରୟାସ । କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୩୦ ବର୍ଷ ହେଲା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏହି ଅନନ୍ୟ ଶିକ୍ଷାଦାନ
କୌଶଳ ଆଜି ଏକ ସଫଳ କୌଶଳ ଭାବେ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିପାରିଛି ।
କିସ୍ ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ଶ୍ରୀ ସାମନ୍ତ ୟୁନେସ୍କୋକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ଶିକ୍ଷା ସମ୍ମାନ ଆମକୁ ଶିକ୍ଷା ମଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ ସହ ଅଧିକରୁ ଅଧିକ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ
ଆହୁରି ଉତ୍ସାହିତ କରିବ । ସୂଚନା ଯୋଗ୍ୟ କିସ୍ ଜରିଆରେ ୭୦ହଜାରରୁ ଊର୍ଦ୍ଧ୍ୱ ଜନଜାତି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇ
ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିଛନ୍ତି । ୨୦୧୫ରେ କିସ୍ ୟୁନେସ୍କୋର ସ୍ପେଶିଆଲ୍ କନ୍ସଲଟିଭ ଷ୍ଟାଟସ
(ଟଘ-ଋଉଙଝଙଉ) ପାଇବାର ଗୌରବ ଅର୍ଜନ କରିଥିଲା ।