ଟିପିସିଓଡିଏଲ୍ ପକ୍ଷରୁ ଖୋର୍ଦ୍ଧାରେ ନୂଆ ଡିଭିଜନ କାର୍ଯ୍ୟାଳୟ, ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

0
TPCODL.jpeg
  • କାର୍ଯ୍ୟାଳୟରେ ରହିଛି ଖୋର୍ଦ୍ଧା ଡିଭିଜନ୍ ପାଇଁ ସମର୍ପିତ ନୂଆ ଗ୍ରାହକ ସେବା କେନ୍ଦ୍ର
  • ୧,୮୦,୦୦୦ରୁ ଅଧିକ ଉପଭୋକ୍ତା ଉପକୃତ ହେବେ

ଭୁବନେଶ୍ୱର: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଖୋର୍ଦ୍ଧାରେ ଏକ ନୂଆ ଡିଭିଜନ୍ ଅଫିସ (ମଣ୍ଡଳ କାର୍ଯ୍ୟାଳୟ) ଉଦ୍‌ଘାଟନ କରାଯାଇଛି । ଖୋର୍ଦ୍ଧା ବିଦ୍ୟୁତ୍ ଡିଭିଜନ୍‌ର ସମସ୍ୟାଗୁଡ଼ିକର ମୁକାବିଲା ଲାଗି ଏହି କାର୍ଯ୍ୟାଳୟ ସ୍ଥାପନ କରାଯାଇଛି ଯେଉଁଥିରେ ଖୋର୍ଦ୍ଧା ଆଖପାଖ ଅଂଚଳର ଗ୍ରାହକମାନଙ୍କ ପାଇଁ ଏକ ସମର୍ପିତ ଗ୍ରାହକ ସେବା କେନ୍ଦ୍ର ମଧ୍ୟ ରହିଛି । ଏକ ଭ୍ରାମ୍ୟମାଣ ଗ୍ରାହକ ସେବା କେନ୍ଦ୍ର (ସିସିସି) ସହ ଏହା ହେଉଛି ଟିପିସିଓଡିଏଲ୍‌ର ୧୬ତମ ଗ୍ରାହକ ସେବା କେନ୍ଦ୍ର ।


ଟାଟା ପାୱାର୍ କୋ. ଲିମିଟେଡ୍‌ର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା ଓ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ କଂପାନିର ବରିଷ୍ଠ ଅଧିକାରୀ ଓ ଖୋର୍ଦ୍ଧା ବିଦ୍ୟୁତ୍ ଡିଭିଜନ୍‌ର କର୍ମଚାରୀମାନଙ୍କ ଉପସ୍ଥିତିରେ ନୂଆ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ।


ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ଦେଇ ଏହି ଗ୍ରାହକ ସେବା କେନ୍ଦ୍ର ଉଚ୍ଚ ପ୍ରଶିକ୍ଷିତ ଅଧିକାରୀମାନଙ୍କ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁଠାରେ ନୂଆ ସଂଯୋଗ ପାଇଁ ଆବେଦନ, ବିଲ୍ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଓ ଅଭିଯୋଗକୁ ସମାଧାନ କରିବା ଭଳି ବ୍ୟାପକ ପ୍ରକାର ଗ୍ରାହକ ସେବା ପ୍ରଦାନ କରାଯିବ । ଗ୍ରାହକମାନଙ୍କ ଲାଭ ପାଇଁ ଓ ସେମାନେ ଯେଭଳି ସୁବିଧାରେ ସେଠାରେ ପହଂଚିପାରିବେ ସେଥିପାଇଁ ଏହି ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକଙ୍କ ଆଗମନକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ଲାଗି ଧାଡ଼ି ପରିଚାଳନା ବ୍ୟବସ୍ଥା, ନୂଆ ସଂଯୋଗ ସଂପର୍କିତ ସୂଚନା / ନକଲି ବିଲ୍ / ଗ୍ରାହକ ସଂଯୋଗ ବିବରଣୀ, ଗ୍ରାହକ ସେବା କେନ୍ଦ୍ରରେ ପ୍ରଦାନ କରାଯାଉଥିବା ସେବା ଉପରେ ଗ୍ରାହକମାନଙ୍କ ମତାମତ ସଂଗ୍ରହ କରିବା ଲାଗି ଫିଡ୍‌ବ୍ୟାକ୍ ଟ୍ୟାବ୍ ଏବଂ ଅନ୍‌ଲାଇନ୍ ପେମେଂଟ୍ ବିକଳ୍ପ, ସୁରକ୍ଷା ଓ ଅନ୍ୟାନ୍ୟ ସ୍କିମ୍ ବିଷୟରେ ଗ୍ରାହକଙ୍କୁ ସୂଚିତ କରିବା ଲାଗି ଟେଲିଭିଜନ ଭଳି ଉନ୍ନତ ସେବା ପ୍ରଦାନ କରିବାକୁ ଏହି ଗ୍ରାହକ ସେବା କେନ୍ଦ୍ର ପ୍ରସ୍ତୁତ ରହିଛି । ଏହି ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ଖୋର୍ଦ୍ଧା ଡିଭିଜନର ୧,୮୦,୦୦୦ ଗ୍ରାହକ ଉପକୃତ ହେବେ ।


ଏହି ଅବସରରେ ଟାଟା ପାୱାର୍‌ର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଖୋର୍ଦ୍ଧାରେ ନୂଆ ଡିଭିଜନ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରି ମୁଁ ଅତ୍ୟନ୍ତ ଖୁସି । ଏହା ସହିତ ଖୋର୍ଦ୍ଧା ବିଦ୍ୟୁତ୍ ଡିଭିଜନ୍ ଅଧୀନରେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇବା ଲାଗି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇବାକୁ ଚାହୁଁଛୁ । ମୋର ବିଶ୍ୱାସ ରହିଛି ଯେ ନୂଆ କାର୍ଯ୍ୟ କ୍ଷେତ୍ରରୁ ଆମର ଟିମ୍ ଅଧିକ ପ୍ରଭାବଶାଳୀ ଢଙ୍ଗରେ ସେବା ପ୍ରଦାନ କରିପାରିବେ ।’’


ଟିମ୍‌କୁ ଅଭିନନ୍ଦନ ଜଣାଇ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ କହିଛନ୍ତି ଯେ, “ଟିପିସିଓଡିଏଲ୍‌ର ଶୁଭାରମ୍ଭ ପରଠାରୁ ଆମ ଲୋକମାନଙ୍କ, କାର୍ଯ୍ୟ କରିବା ନିମନ୍ତେ ଏକ ଉତମ ସ୍ଥଳ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ଖୋର୍ଦ୍ଧାରେ ଆମର ଟିମ୍‌କୁ ନେଇ ମୁଁ ଅତ୍ୟନ୍ତ ଉଲ୍ଲସିତ ଯେଉଁମାନେ ଏବେ ସବୁ ସୁବିଧା ସୁଯୋଗ ଥିବା ଏକ ଆଧୁନିକ କାର୍ଯ୍ୟାଳୟ ପାଇବେ । ଆମର ନୂଆ ଗ୍ରାହକ ସେବା କେନ୍ଦ୍ର ସହିତ ଖୋର୍ଦ୍ଧାରେ ଆମେ ଆମର ଗ୍ରାହକମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଅନୁଭୂତି ସୃଷ୍ଟି କରିବାକୁ ଚାହୁଁୁଛୁ ।’’

Leave a Reply

Your email address will not be published. Required fields are marked *

You may have missed