ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା ପାୱାର୍ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍‌

0
Pic

ଭୁବନେଶ୍ୱର, ଓଡ଼ିଶା: ଟାଟା ପାୱାର୍ କମ୍ପାନୀର ଦକ୍ଷତା ବିକାଶ ଶାଖା ଟାଟା ପାୱାର୍ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ), ଆର୍ôଥକ ବର୍ଷ ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି । ରାଜ୍ୟର ବିକାଶମୁଖୀ ଶକ୍ତି ବ୍ୟବସ୍ଥା ପାଇଁ ବୈଷୟିକ ଦକ୍ଷତା ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଭବିଷ୍ୟତ ପାଇଁ ଏକ ଦକ୍ଷ ୱାର୍କଫୋର୍ସ ଗଠନ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ଅଟେ ।
ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱଚ୍ଛ ଶକ୍ତି ଯୋଜନା, ଯେପରିକି – ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଏବଂ ୟୁଏଲ୍‌ଏ କାର୍ଯ୍ୟକ୍ରମ ଅଧୀନରେ ରୁଫଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟା ଦ୍ରୁତ ଗତିରେ ବଢୁଥିବାରୁ ଏହି ତାଲିମପ୍ରାପ୍ତ କର୍ମଚାରୀମାନେ ବିଶେଷ ସହାୟକ ହେବେ ।ସ୍ଥାନୀୟ ଯୁବକଯୁବତୀ ଓ ବୈଷୟିକ କର୍ମଚାରୀମାନଙ୍କୁ କାମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ସେମାନଙ୍କର ନିଯୁକ୍ତି ସୁଯୋଗ ବଢ଼ାଇବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଏଠାରେ ଇଲେକ୍ଟ୍ରିକାଲ୍ ସିଷ୍ଟମ୍‌, ରୁଫ୍‌ଟପ୍ ସୋଲାର୍ ସ୍ଥାପନ, ପରିଚାଳନା ଓ ରକ୍ଷଣାବେକ୍ଷଣ, ବିଦ୍ୟୁତ ସୁରକ୍ଷା ଏବଂ ଗ୍ରାହକ ସେବା ଭଳି ବିଷୟଗୁଡ଼ିକ ଉପରେ ସୁସଂଗଠିତ ତଥା ବାସ୍ତବିକ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରାଯାଉଛି ।


ଟିପିଏସଡିଆଇ ହେଉଛି ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ଅନୁମୋଦିତ ଏକ ପ୍ରଶିକ୍ଷଣ ସହଯୋଗୀ ଏବଂ ଏନସିଭିଇଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଦ୍ୱୈତ ପୁରସ୍କାର ପ୍ରଦାନକାରୀ ସଂସ୍ଥା, ଯାହା ସାରା ଦେଶରେ ଗ୍ରହଣୀୟ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଥାଏ । ଏହା ସହିତ, ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା (ପିଏମ୍‌-ଏସ୍‌ଜିଏମ୍‌ବିୱାଇ) ଅଧୀନରେ କର୍ମଚାରୀମାନଙ୍କୁ ଦକ୍ଷ କରିବା ପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଏହାକୁ ଏକ ମୁଖ୍ୟ ତାଲିମପ୍ରଦାନକାରୀ ସଂସ୍ଥା ଭାବେ ଦାୟିତ୍ୱ ଦେଇଛି ।ଏପ୍ରିଲ୍ ୨୦୨୬ ସୁଦ୍ଧା, ଟିପିଏସଡିଆଇ ଓଡ଼ିଶାର ଏହି ପାଞ୍ଚଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ମାଧ୍ୟମରେ ବିଶେଷ ବୈଷୟିକ ଏବଂ ଗ୍ରୀନ୍ ଏନର୍ଜି – କେନ୍ଦ୍ରିତ କାର୍ଯ୍ୟକ୍ରମ ମାଧ୍ୟମରେ ୮୪୭ ଜଣ ଯୁବକଯୁବତୀ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ବୈଷୟିକ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକରେ ବୃତ୍ତିଗତ, ଇଲେକ୍ଟ୍ରିକାଲ୍ ଏବଂ ସୋଲାର୍ ସମ୍ବନ୍ଧୀୟ ଦକ୍ଷତା ବିକାଶର ଏକ ମିଶ୍ରିତ ମଡ୍ୟୁଲ୍ ରହିଛି, ଯାହାର ଲକ୍ଷ୍ୟ ହେଉଛି ସାମଗ୍ରିକ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ।


ଏହା ବ୍ୟତୀତ, ଓଡ଼ିଶାରେ ବିଭିନ୍ନ ବୈଷୟିକ, ବୃତ୍ତିଗତ ଏବଂ ସୋଲାର୍ ଦକ୍ଷତା ବିକାଶ ପଦକ୍ଷେପ ଅଧୀନରେ ଆଜି ସୁଦ୍ଧା ପ୍ରାୟ ୩୦୦୦ ଯୁବକଯୁବତୀ/କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । ରାଜ୍ୟରେ ଦକ୍ଷ ଟେକ୍ନିସିଆନ୍ ଏବଂ ଫିଲ୍ଡ ସ୍ତରୀୟ କର୍ମଚାରୀଙ୍କ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗକୁ ଆହୁରି ଅଧିକ କାର୍ଯ୍ୟକ୍ରମ ଯୋଜନା କରାଯାଉଛି । ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମୟରେ ଏହି ଦକ୍ଷତା ବିକାଶ ଭିତ୍ତିଭୂମିର ସମ୍ପ୍ରସାରଣ କରାଯାଇଛି । ବିଶେଷ କରି ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଏବଂ ୟୁଏଲ୍‌ଏ କାର୍ଯ୍ୟକ୍ରମ ଭଳି ଯୋଜନା ମାଧ୍ୟମରେ ଲୋକମାନେ ଘର ଛାତରେ ସୋଲାର ସିଷ୍ଟମ୍ ଲଗାଉଥିବାରୁ, ଏହାର ସ୍ଥାପନ, ରକ୍ଷଣାବେକ୍ଷଣ, ମିଟରିଂ ଏବଂ ଫିଲ୍ଡ ଅପରେସନ୍ ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କ ଚାହିଦା ବହୁତ ବଢ଼ିଯାଇଛି । ବିଭିନ୍ନ ଚ୍ୟାନେଲ୍ ପାର୍ଟନର ଏବଂ କାର୍ଯ୍ୟକାରୀ କରୁଥିବା ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ, ରାଜ୍ୟର ପ୍ରତିଟି ଜିଲ୍ଲାରେ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ବ୍ୟାପକ ସମ୍ପ୍ରସାରଣ ହେଉଛି । ଏହି କାରଣରୁ ତାଲିମପ୍ରାପ୍ତ ଇଲେକ୍ଟ୍ରିସିଆନ୍‌, ସୋଲାର୍ ଟେକ୍ନିସିଆନ୍ ଏବଂ ଫିଲ୍ଡ କର୍ମଚାରୀଙ୍କ ଆବଶ୍ୟକତା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।ଏହି ସମନ୍ୱିତ ଦକ୍ଷତା ବିକାଶ ଆଭିମୁଖ୍ୟ ମାଧ୍ୟମରେ, ଟାଟା ପାୱାର୍ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରରେ ବୈଷୟିକ କ୍ଷମତାକୁ ମଜବୁତ କରିବାରେ, ନିଯୁକ୍ତି ସୁଯୋଗ ବଢାଇବାରେ ଏବଂ ଦୀର୍ଘକାଳୀନ କର୍ମଚାରୀ ବିକାଶରେ ସହାୟତା କରୁଛି । ଟାଟା ପାୱାର୍ ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶ, ଗ୍ରାହକ-କେନ୍ଦ୍ରିତ ପଦକ୍ଷେପ ଏବଂ ସୁସଂଗଠିତ କ୍ଷମତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ ସର୍ବଦା ପ୍ରତିବଦ୍ଧ ଅଛନ୍ତି ।

Leave a Reply

Your email address will not be published. Required fields are marked *