ପାର୍ବଣରେ ତନିସ୍କର ଫେଷ୍ଟିଭାଲ ଅଫ୍ ଏକ୍ସଚେଞ୍ଜ ଅଫର

ପୁରୁଣା ସୁନା ବଦଳାଇ ୧୦୦% ବଦଳ ମୂଲ୍ୟରେ ଘରକୁ ନବ-ରାଜୀ କଲେକ୍ସନ ନେଇପାରିବେ ଗ୍ରାହକ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ପାର୍ବଣରେ ଖୁସି ଏବଂ ଆନନ୍ଦ ଆଣିବା ପାଇଁ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ଆକର୍ଷଣୀୟ ଅଫର। ପୂଜା ମାହୋଲରେ ଚାରିଆଡେ ସକାରାତ୍ମକ ଭାବନା ରହିଥିବାବେଳେ ଗ୍ରାହକ ସେମାନଙ୍କ ପୁରୁଣା ସୁନାର ମୂଲ୍ୟକୁ ବଢ଼ାଇବାର ବାଟ ଖୋଜୁଛନ୍ତି। ଏଭଳି କ୍ଷେତ୍ରରେ ତନିସ୍କର ‘ଫେଷ୍ଟିଭାଲ ଅଫ୍ ଏକ୍ସଚେଞ୍ଜ’ ମାଧ୍ୟମରେ ଗ୍ରାହକ ଯେକୌଣସି ଗହଣା ଦୋକାନରୁ କିଣିଥିବା ସେମାନଙ୍କ ପୁରୁଣା ସୁନାକୁ ବଦଳାଇ ବିନା ଅତିରିକ୍ତ ବ୍ୟୟରେ ଘରକୁ ନୂଆ ଗହଣା ପିସ୍ ନେଇପାରିବେ। ଏକ୍ସଚେଞ୍ଜ ଅଫର ପ୍ରଦାନ କରି ତନିସ୍କ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାର ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରୁଛି। ସୁନା ଗହଣା କ୍ରୟ ଉପରେ ଗ୍ରାହକ ଗ୍ରାମ ପିଛା ୧୦୧ ଟଙ୍କାର ରିହାତି ପାଇପାରିବେ। ଏହାସହିତ ସୁନା ଗହଣାର ଗଢ଼ା ମୂଲ୍ୟରେ ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି ତନିସ୍କ। ଚଳିତ ପାର୍ବଣରେ ଆସିଥିବା ୨୦୦୦ରୁ ଊର୍ଦ୍ଧ୍ବ ନୂଆ ଏବଂ ସୂକ୍ଷ୍ମ ଡିଜାଇନ୍ ମଧ୍ୟରୁ ମନ ପସନ୍ଦର ଗହଣା ବାନ୍ଧିପାରିବେ ଗ୍ରାହକ।
ଉତ୍ସବଗୁଡ଼ିକ ଉତ୍ସାହ ଏବଂ ଭବ୍ୟତାର ସହ ପାଳନ ହେବା ପାଇଁ ଉଦ୍ଦିଷ୍ଟ। ତନିସ୍କର ‘ଫେଷ୍ଟିଭାଲ ଅଫ୍ ଏକ୍ସଚେଞ୍ଜ’ ସହିତ ଗ୍ରାହକ ବିନା ଅତିରିକ୍ତ ବ୍ୟୟରେ ଯେକୌଣସି ଗହଣା ଦୋକାନରୁ କିଣାଯାଇଥିବା ପୁରୁଣା ସୁନା ବଦଳାଇ ୧୦୦% ବଦଳ ମୂଲ୍ୟରେ ଘରକୁ ଏକ ଆକର୍ଷଣୀୟ ନବ-ରାନୀ ଗହଣା ପିସ୍ ନେଇପାରିବେ। କାଳଜୟୀ ଏବଂ ରାଜକୀୟ ସୌନ୍ଦର୍ଯ୍ୟଯୁକ୍ତ କଲେକ୍ସନ ସହ ନିଜକୁ ରିଫ୍ଲେସ୍ କରିବାର ଏହା ଉପଯୁକ୍ତ ସମୟ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି । ତନିସ୍କର ଅନନ୍ୟା ଫେଷ୍ଟିଭ୍ ମାଷ୍ଟର ପିସ୍ ‘ନନ୍ଦ-ରାଣୀ କଲେକ୍ସନ’ ସହିତ ପାର୍ବଣକୁ ଉତ୍ସାହର ସହ ପାଳନ କରିପାରିବେ ଗ୍ରାହକ । ଆଧୁନିକ ଯୁଗର ରାଣୀମାନଙ୍କୁ ସମ୍ମାନ ଜଣାଇ ତନିସ୍କ ପକ୍ଷରୁ ଅଣାଯାଇଛି ଏହି କଲେଣ୍ତନ। ଏ କଲେକୂନ ନିରୀହ ଆଧୁନିକତା ଏବଂ ସୁନ୍ଦରତା ମଧ୍ଯରେ ଉପଯୁକ୍ତ ସମ୍ମିଳନକୁ ପରିପ୍ରକାଶ କରୁଛି । ଈତ୍ସବ ଋତୁର ରାଜକୀୟ କୋଷ୍ଠକୁ ପାଳନ କରିବା ପାଇଁ ଏହି ଗହଣାଗୁଡ଼ିକୁ ବିଜାଇନ୍ କରାଯାଇଛି ।
ରୟାଲ୍ କୋର୍ଟ ଏବଂ ଐତିହ୍ୟର ଭବ୍ୟତା ଦ୍ଵାରା ଅନୁପ୍ରାଣିତ ‘ନବ-ରାନୀ’ କଲେକ୍ସନ ସମସାମୟିକ ଚମତ୍କାରିତା ସହିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ତଥା ଜଟିଳ ହସ୍ତକଳାକୁ ମିଶାଇ ପାରମ୍ପରିକ ଗହଣାକୁ ପୁନଃପରିଭାଷିତ କରିଛି। ଅସାଧାରଣ କାରିଗରୀ ଯେପରି ମିରର୍-ଫିନିସ୍ ଗ୍ଲାସ୍ ଏନାମଲ ୱାର୍କ ଏବଂ ଓଡ୍ରେ ଇଫେକ୍ଟ ସହ ରଙ୍ଗ ବେରଙ୍ଗ କୁନ୍ଦନ କାମ ସହ ସର୍ବୋତ୍ତମ କାରିଗରୀକୁ ଏ କଲେକ୍ସନ ଦର୍ଶାଉଛି। ଏହି ସିଗ୍‌ନେଚର ଟେକ୍‌ନିକ୍‌ଗୁଡ଼ିକ ସୂକ୍ଷ୍ମ ଜାଲି ପାଟଣ୍ଡ, କାଳଜୟୀ ‘ରାଶ ରଭା’ ଏବଂ ପର୍ଦାଜ ଟେକ୍‌ନିକ୍ ଓ ଅତି ସୁନ୍ଦର ଚଣ୍ଡକ ଏବଂ କାଲ୍‌ଗି ମୋଟିଙ୍ଗ୍ ସହ ଆସୁଛି। ଏସବୁ ଏକତ୍ରିତ ଭାବେ ଏଭଳି ଗହଣା ସମ୍ଭାରକୁ ପରିପ୍ରକାଶ କରୁଛି, ଯାହାକି ଉଭୟ ରାଜକୀୟ ଏବଂ ଆଧୁନିକ । ୩ଡି ଲେଜର୍-କଟ୍ ବିଡ୍ ଏବଂ କାଣ୍ଟେଡ୍ ଷ୍ଟାମ୍ପ ସହ ବିକଶିତ ହୋଇଥିବା ପ୍ରତ୍ୟକ ପିସ୍ ଗହଣା ରାଜକୀୟ ସମୃଦ୍ଧିର ଚମତ୍କାର ପ୍ରଦର୍ଶନ। ଏହା ଏକ ଷ୍ଟେଟ୍‌ମେଣ୍ଟ ନେକ୍‌ୱେର୍ ହେଉ ଅବା ସୂକ୍ଷ୍ମ ଭାବେ ଡିଜାଇନ୍ ହୋଇଥିବା କାନଫୁଲ, ପ୍ରତ୍ୟେକ ପିସ୍ ଗହଣା ରାଜକୀୟ ଅଳଙ୍କାରର ଶୋଭାକୁ ଧାରଣ କରିଛି, ଯାହାକି ଆଧୁନିକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଦୀପାବଳିରେ ମହିଳାଙ୍କ ସୌନ୍ଦର୍ଯ୍ୟରେ ଚାଚାନ୍ଦ ଲଗାଇବା ପାଇଁ ଏହା ଉପଯୁକ୍ତ ।
ଦୀପାବଳିର କୋଶ ମଧ୍ୟରେ ଚମତ୍କାର ଗହଣା ବିନା ସେଲିବ୍ରେସନ ଅଧୁରା। କାରଣ ଫେଷ୍ଟିଭ୍ ଲୁକ୍‌ରେ ଏହା ଗ୍ଲାମର ଯୋଡ଼ିଥାଏ । ପାରମ୍ପରିକ ଭାରତୀୟ ପୋଷାକକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିବା ପାଇଁ ତନିସ୍କର ନବ-ରାନୀ କଲେକ୍ସନ ଉଦ୍ଦିଷ୍ଟ। ସମସାମୟିକ ଷ୍ଟାଇଲ୍ ସହ ରାଜକୀୟ ସୁନ୍ଦରତାକୁ ଏହା ମିଶ୍ରଣ କରୁଛି । ଏହି ପାର୍ବଣ ଋତୁକୁ ତନିସ୍କ ସହ ପାଳନ କରି ଘରକୁ ଖୁସି ଏବଂ ସମୃଦ୍ଧି ଆଣିବା ପାଇଁ ତନିସ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ଫେଷ୍ଟିଭାଲ ଅଫ୍ ଏକ୍ସଚେଞ୍ଜ ଅକ୍ଟୋବର ୩୧ ଯାଏ ଉଦ୍ଦିଷ୍ଟ ।
ଅଧିକ ବିବରଣୀ ପାଇଁ ନିକଟସ୍ଥ ତନିସ୍କ ଷ୍ଟୋର ଯାଇପାରିବେ କିମ୍ବା https://www.tanishୟୁ.co.in/ ଡିଜିଟ୍
କରିପାରିବେ।

Leave a Reply

Your email address will not be published. Required fields are marked *