ରାମେଶ୍ବର ଛକ ନିକଟରେ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କ ଠାରୁ ବନ୍ଧୁକ ଦେଖାଇ ୪ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ୧୫/୦୪/୨୦୨୧ : ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ରାମେଶ୍ୱର ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ରେ ଥିବା ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ମାଧ୍ୟମରେ ଟଙ୍କା ଜମା କରିବା ପାଇଁ ଜଙ୍କିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାକୁ ଯାଉଥିଲେ। ପେଟ୍ରୋଲ ଟାଙ୍କିରୁ ବାହାରି ମାତ୍ର ଏକ କିଲୋମିଟର ରାସ୍ତା ଯିବା ପରେ ମଲାଗୁଣୀ ନଦୀ ବ୍ରିଜ ଅତିକ୍ରମ କରୁଥିବା ବେଳେ ଆଗରୁ ପ୍ରସ୍ତୁତ ଥିବା ଲୁଟେରା ମାନେ ଦୁଇଟି ପଲସରରେ ୬ ଜଣ ଲୁଟେରା ଆସି

ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ପଡିଯିବା ପରେ ପମ୍ପ କର୍ମଚାରୀଙ୍କୁ ଲୁଟେରାମାନେ ଭୁଜାଲି ଓ ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେବା ସହିତ ସ୍କୁଟି ଡିକିରୁ ଜମା ନିମନ୍ତେ ଥିବା ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଲୁଟେରାମାନେ ରଣପୁର ଅଭିମୁଖେ ଚାଲି ଯାଇଥିଲେ।

ଏନେଇ ଜଙ୍କିଆ ଥାନାରେ ପମ୍ପ କର୍ମଚାରୀ ଙ୍କ ପକ୍ଷରୁଅଦ୍ୟାବିଧି କୌଣସି ଲିଖିତ ଅଭିଯୋଗ କରାଯାଇ ନଥିଲେ ମଧ୍ୟ ପରେ ଜଙ୍କିଆ ପୋଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *