ମେଘାଳୟର ଏହି ସ୍ଥାନରେ ଦିନକରେ ଯେତିକି ବର୍ଷା, ଓଡ଼ିଶାରେ ପୂରା ବର୍ଷାଋତୁରେ ସେତିକି ବର୍ଷା

ନୂଆଦିଲ୍ଲୀ : ଭାରତର ସବୁଠାରୁୂ ଅଧିକ ବର୍ଷା ହେଉଥିବା ସ୍ଥାନର ମାନ୍ୟତା ପାଇଥିବା ମାଉସିନରାମରେ ଚଳିତ ଜୁନ ମାସରେ ରେକର୍ଡ ପରିମାଣର ବର୍ଷା ହୋଇଛି । ସେଠାରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି । ସେହିପରି ଭାରତର ୨ୟ ସର୍ବାଧିକ ବର୍ଷା ହେଉଥିବା ସ୍ଥାନର ମାନ୍ୟତା ପାଇଥିବା ଚେରାପୁଞ୍ଜିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ଖବର ମିଳିଛି। ଚେରାପୁଞ୍ଜିରେ ଏତେ ବର୍ଷା ହୋଇଛି ଯେ ତାହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ଶୁକ୍ରବାରଦିନ ମାଉସିନରାମରେ ୧୦୦୩.୬ ମିଲିମିଟର ବର୍ଷା ହୋଇଛି । ଏହା ଗତ ୧୯୬୬ ମସିହାରେ ଏହି ସ୍ଥାନରେ ହୋଇଥିବା ବର୍ଷାର ରେକର୍ଡ ଭାଙ୍ଗିଦେଇଛି । ସେହିପରି ଚେରାପୁଞ୍ଜିରେ ୯୭୨ ମିଲିମିଟର ବର୍ଷା ହୋଇଛି, ଯାହାକି ୧୯୯୫ରେ ଏହି ସ୍ଥାନରେ ହୋଇଥିବା ରେକର୍ଡ ବର୍ଷାକୁ ଟପିଯାଇଛି ।

ମାଉସିରାମରେ ମାତ୍ର ଗୋଟିଏ ଦିନରେ ହୋଇଥିବା ବର୍ଷା ପରିମାଣ କେତେ ଅଧିକ ତାହା ଆମେ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟର ବର୍ଷା ସହ ତୁଳନା କଲେ ସହଜରେ ଜାଣିପାରିବା । ଓଡ଼ିଶାରେ ବାର୍ଷିକ ହାରାହାରି ୧୪୪୭ ମିଲିମିଟର ବର୍ଷା ହୋଇଥାଏ ଓ ବର୍ଷା ୪ ମାସ ( ଜୁନ-ସେପ୍ଟେମ୍ବର)ରେ ୧୧୬୦ ମିଲିମିଟର ବର୍ଷା ହୋଇଥାଏ । ଏଣୁ ମାଉସିନରାମରେ ଗତ ଶୁକ୍ରବାର ହୋଇଥିବା ବର୍ଷା ଓଡ଼ିଶାର ସମଗ୍ର ବର୍ଷା ଋତୁରେ ହେଉଥିବା ବର୍ଷା ସହିତ ପ୍ରାୟ ସମାନ ହୋଇଯାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ବର୍ଷକୁ ହାରାହାରି ୬୫୩ ମିଲିମିଟର ବର୍ଷା ହୋଇଥାଏ । ଏଣୁ ଦିଲ୍ଲୀରେ ୨ ବର୍ଷର ବର୍ଷା ମାଉସିନରାମରେ ଗୋଟିଏ ଦିନରେ ହୋଇଛି ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *