ନିଖିଳ ଉତ୍କଳ ଦାସକାଠିଅ। କଳାକାର ସଂଘର ୪୪ ତମ ବାର୍ଷିକ ମହୋତ୍ସବ ଉଦଯାପିତ

ବ୍ରହ୍ମ୍ଠପୁର, ପ୍ରବାହ ନ୍ୟୁଜ୍‌ : ନିକଟସ୍ଥ ଭାବନ୍ଧ ଠାରେ ଥିବା ଶ୍ରୀ ପାଗଳବାବା ଅ ।ଶ୍ରମ ପରିସରରେ ଗତ ୪, ୫ ତାରିଖ (ଶନିବାର ଓ ରବିବାର) ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ନିଖିଳ ଉତ୍କଳ ଦାସକାଠିଅ । କଳାକାର ସଂଘର ୪୪ ତମ ବାର୍ଷିକ ମହୋତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଅ ।ସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ଯୋଗଦେଇ ଗଞ୍ଜାମର ଲୋକକଳାକୁ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ସହିତ ଦାସକାଠିଅ । ସଂଘ ଗୃହ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସଂଘର ସଭାପତି ବାଳକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଅ ।ୟୋଜିତ ଏହି ଦୁଇଦିନିଅ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଗଳ ବାବା ଅ ।ଶ୍ରମର ମୁଖ୍ୟ ଚକ୍ରଧର ସାହୁଙ୍କ ତତ୍ୱାବଧାନ ଓ ପୂର୍ଣ୍ଣ ସହଯୋଗରେ ସଫଳ ହୋଇଥିଲା । ପ୍ରଥମ ଦିବସରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପାଗଳ ବାବା ଅ ।ଶ୍ରମର ମୁଖ୍ୟ ଚକ୍ରଧର ସାହୁ ପ୍ରମୁଖ ଭାଷଣ ଦେଇ ଦାସକାଠିଅ । ସଂଗଠନକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରବି ନାରାୟଣ ବେହେରା, ମୁଖ୍ୟବକ୍ତା ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ, ଦକ୍ଷିଣାଞ୍ଚଳ ଲୋକ ସଂସ୍କୃତି ପରିଷଦର ସଭାପତି ଡ଼. ମିହିର ତ୍ରିପାଠୀ, ବରିଷ୍ଠ ଦାସକାଠିଅ । କଳାକାର ତଥା ଉପେନ୍ଦ୍ରଭଞ୍ଜ ସମ୍ମାନ ବିଜେତା ଉପେନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ଦୁର୍ଗା ମାଧବ ମହାନ୍ତି, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଉଦବୋଧନ ଦେଇଥିଲେ । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବହୁ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଉପସଭାପତି ସୁରେନ୍ଦ୍ର ନାଥ ଦାଶ, ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ, ଅ ।ଲୋକ ବିଷୋୟୀ, ପ୍ରଭାକର ମହାରଣା, କୁଞ୍ଜ ବିହାରୀ ଦାଶ, ଗୋବିନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୫୦ଟି ଦାସକାଠିଅ । ଦଳ ଭାଗ ନେଇଥିଲେ ।
ଦୁଇଦିନିଅ । ଅଧିବେଶନରେ ସଂଘର ଗୃହ ପାଇଁ ସରକାରୀ ଜାଗା ଯୋଗାଣ, ଦୁଇ ହଜାର ରୁ ୫ ହଜାର ଟଙ୍କା ଭତ୍ତା ବୃଦ୍ଧି, ଦାସକାଠିଅ । କଳାକାରଙ୍କ ପାଇଁ କର୍ମଶାଳା, ଉଚିତ ସମ୍ମାନ ପ୍ରଦାନ, ନାଟକ ଏକାଡ଼େମୀରେ ଦାସକାଠିଅ ।କୁ ସାମିଲ କରିବା, ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରଚାର କାର୍ଯ୍ୟରେ ଦାସକାଠିଅ । ଦଳକୁ ସାମିଲ କରିବା, ଦାସକାଠିଅ । କଳାକାରଙ୍କୁ ପଦ୍ମ ଉପାଧି ପ୍ରଦାନ, ସଂଘର ବାଷିକ ସମ୍ମଳିନୀ ପାଇଁ ଅ ।ର୍ଥିକ ଅନୁଦାନ ପ୍ରଦାନ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଙ୍କିତ ପ୍ରାଚୀର ଛବିରେ ଦାସକାଠିଅ ।କୁ ସ୍ଥାନ ଦେବା ପାଇଁ ଦାବି କରାଯାଇଥିଲା ।

Leave a Reply

Your email address will not be published. Required fields are marked *