ନାଲକୋରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, 21.06.2022: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ), ଦ୍ୱାରା ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନାଲକୋର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଛାତ୍ରଛାତ୍ରୀ, ଶିକ୍ଷକ ତଥା କମ୍ପାନୀର ବିଭିନ୍ନ ଉତ୍ପାଦନ କ୍ଷେତ୍ର ଓ ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକର କର୍ମଚାରୀମାନେ ସ୍ୱତନ୍ତ୍ର ଭାବେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଥିସହ ଏହି ଅବସରରେ କର୍ମଚାରୀଙ୍କପାଇଁ ମୈସୁରୁଠାରେ ଆୟୋଜିତ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଅଧିବେଶନର ସିଧା ପ୍ରସାରଣକୁ ଦେଖିବା ପାଇଁ ସ୍ୱତନ୍ତ୍ର ଆୟୋଜନ ମଧ୍ୟ କରାଯାଇଥିଲା |

ଏଥିସହ ଭାରତର ସ୍ୱାଧୀନତାର 75 ବର୍ଷକୁ ସ୍ମରଣ କରିବା ପାଇଁ ପାଳନ କରାଯାଉଥିବା “ଆଜାଦୀ କା ଅମୃତ ମହୋତ୍ସବ” ଉପଲକ୍ଷେ ନାଲକୋର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ଅନ୍ୟ ଏକ ବିଶେଷ ଯୋଗ ଅଧିବେଶନର ଆୟୋଜନ କରାଯାଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ କମ୍ପାନୀର ନିର୍ଦ୍ଦେଶକମଣ୍ଡଳୀ, ବରିଷ୍ଠ ଅଧିକାରୀ ତଥା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) ଏବଂ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (IBM) ର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ନାଲକୋ ମହିଳା ସମିତିର ସଦସ୍ୟାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ |
ଏହି ଯୋଗ ଅଧିବେଶନକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ଶ୍ରୀଧର ପାତ୍ର ନିଜର ମତ ବ୍ୟକ୍ତ କରି କହିଛନ୍ତି ଯେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପଦ ଏବଂ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ତଥା ମାନସିକ ସୁସ୍ଥତା ଲାଭ କରାଯାଇ ପାରିବ। ଯୋଗ ଆମ ଦେଶର ବାହ୍ୟ ଜଗତ ପାଇଁ ଏକ ଅମୂଲ୍ୟ ଉପହାର ଏବଂ ଏହା ମନ ଏବଂ ଶରୀରର ଏକତାର ପ୍ରତୀକ ବୋଲି ସେ କହିଛନ୍ତି। ଏକ ସୁସ୍ଥ ଜୀବନଯାପନ ପାଇଁ ଯୋଗ ଅଭ୍ୟାସ କରିବା ନିହାତି ଜରୁରୀ ବୋଲି ଶ୍ରୀ ପାତ୍ର ଯୁବ ପିଢ଼ିକୁ ସଂଦେଶ ଦେଇଛନ୍ତି। “କୋଭିଡ୍-19 ମହାମାରୀ ସମୟରେ, ଆମେ ସମସ୍ତେ ଶାରୀରିକ କାର୍ଯ୍ୟର ମହତ୍ତ୍ୱକୁ ଅନୁଭବ କରିଛୁ | ଯୋଗ କେବଳ ବୁଦ୍ଧିର ବିକାଶରେ ସାହାଯ୍ୟ କରେ ନାହିଁ ବରଂ ସୃଜନଶୀଳତା, ଧ୍ୟାନ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି |

Leave a Reply

Your email address will not be published. Required fields are marked *