ଏମସିଏଲ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ

ସମ୍ବଲପୁର :ପ୍ରବାହ ନ୍ୟୁଜ୍ : ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ) ପକ୍ଷରୁ ସ୍ୱଚ୍ଛତା ପାଳନ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଛି । ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ତାଲିବ । ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଫଙ୍କସନାଲ ଡାଇରେକ୍ଟର ଓ ସିଭିଓଙ୍କ ଉପସ୍ଥିତିରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟଠାରେ କର୍ମଚାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ୧୫ ଦିନିଆ ସ୍ୱଚ୍ଛତା ପକ୍ଷ ପାଳନ ହେଉଛି । କାର୍ଯ୍ୟସ୍ଥଳୀ, ସର୍ବସାଧାରଣ ସ୍ଥାନ ଓ କମ୍ୟୁନିଟି ମଧ୍ୟରେ ସ୍ୱଚ୍ଛତା ବଜାୟ ରଖୁବା ସହ ପରିବେଶ ପରିସ୍କାର ପରିଚ୍ଛନ୍ନ ରଖୁବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ଏହି କାର୍ଯ୍ୟକ୍ରମରେ ଏମସିଏଲର ଅପରେସନାଲ ଏରିଆ ଓ ମୁଖ୍ୟ କାର୍ଯ୍ୟାଳୟରୁ ୨୦୦୦ କର୍ମଚାରୀ ଅଂଶ ଗ୍ରହଣ କରିଥିଲା।