ଟିପିସିଓଡିଏଲ୍ ପକ୍ଷରୁ କଷ୍ଟମର ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ ଉପଭୋକ୍ତା ପାଇବେ ଅନେକ ସ୍ୱତନ୍ତ୍ର ସୁବିଧା

0
c7628b48-ca0d-4f66-bd9a-18d301e7eac4

ଭୁବନେଶ୍ୱର, ଏପ୍ରିଲ୍ ୧୮, ୨୦୨୬: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ ‘କଷ୍ଟମର ରିୱାର୍ଡ କାର୍ଯ୍ୟକ୍ରମ’ ର ଶୁଭାରମ୍ଭ କରାଯାଇଛି । ଗ୍ରାହକଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିଜର ସେବା ଯୋଗାଣ ଅଞ୍ଚଳରେ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ସେବା ପ୍ରଦାନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଗ୍ରାହକଙ୍କ ସନ୍ତୁଷ୍ଟି, ବିଶ୍ୱାସ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ଗଠନ ଭଳି ଟିପିସିଓଡିଏଲ୍‌ର ମୂଳ ଲକ୍ଷ୍ୟକୁ ଆଖିରେ ରଖି ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ କମ୍ପାନୀ କେବଳ ପାରମ୍ପରିକ ବିଦ୍ୟୁତ୍ ସେବା ପ୍ରଦାନ ମଧ୍ୟରେ ସୀମିତ ନରହି ନିଜର ମୂଲ୍ୟବାନ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ସୁବିଧା ଏବଂ ପୁରସ୍କାର ପ୍ରଦାନ କରିବ । ଏହି ସ୍ୱତନ୍ତ୍ର ପଦକ୍ଷେପ ମାଧ୍ୟମରେ ଗ୍ରାହକମାନେ ବଛାବଛା ବ୍ରାଣ୍ଡ୍ ଉପରେ ସର୍ବାଧିକ ୩୦% ପର୍ଯ୍ୟନ୍ତ ରିହାତି ପାଇବାର ସୁଯୋଗ ପାଇବେ । ଏହାର ପ୍ରମୁଖ ସୁବିଧାଗୁଡ଼ିକ ମଧ୍ୟରେ ଆମୋଦ ପ୍ରମୋଦ ପାର୍କ ଟିକେଟ୍ ଉପରେ ସ୍ୱତନ୍ତ୍ର ରିହାତି, ଗ୍ରୋସରି କିଣାକିଣି ଉପରେ କ୍ୟାଶ୍‌ବ୍ୟାକ୍‌, ଏବଂ ଇଲେକ୍ଟ୍ରୋନିକ୍ ଉପକରଣ କିଣିବା ସମୟରେ ଅର୍ଥ ସଞ୍ଚୟ କରିବାର ସୁବିଧା ରହିଛି । ଏହା ବ୍ୟତୀତ ଗ୍ରାହକମାନେ ଫିଟନେସ୍ ସଦସ୍ୟତା ଏବଂ ବିଭିନ୍ନ ଆତିଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଆକର୍ଷଣୀୟ ଲାଭ ପାଇପାରିବେ ।


ସାତଟି ଅଂଶୀଦାର କମ୍ପାନୀ ଏବଂ ୨୦ରୁ ଅଧିକ ପ୍ରତିଷ୍ଠିତ ବ୍ରାଣ୍ଡର ସହଯୋଗରେ ବିକଶିତ ଏହି କାର୍ଯ୍ୟକ୍ରମ ଟିପିସିଓଡିଏଲ୍‌ର ୩୦ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଏକ ବ୍ୟାପକ ପୁରସ୍କାର ବ୍ୟବସ୍ଥା ସୃଷ୍ଟି କରୁଛି । ଏହି କାର୍ଯ୍ୟକ୍ରମରେ ବିଗ୍‌ବାସ୍କେଟ୍ ଏବଂ କ୍ରୋମା ଭଳି ପ୍ରମୁଖ ଟାଟା ବ୍ରାଣ୍ଡଗୁଡ଼ିକ ସାମିଲ ହୋଇଛନ୍ତି । ଆତିଥ୍ୟ ସେବା କ୍ଷେତ୍ରରେ ଆଇଟିସି ୱେଲକମ୍ ହୋଟେଲ୍ ଏବଂ ଲାଇଫ୍ ହୋଟେଲ୍ସ ଭଳି ଅଂଶୀଦାରମାନେ ଗ୍ରାହକଙ୍କୁ ସେବା ଯୋଗାଇଦେବେ । ଏହା ବ୍ୟତୀତ ପ୍ରସିଦ୍ଧ ୱାଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ ଏବଂ ୱାନ୍‌ମୋରରେପ୍ ଜିମ୍ ମଧ୍ୟ ଏହି ଯୋଜନାର ଅଂଶବିଶେଷ ଅଟନ୍ତି । ଗ୍ରାହକମାନେ ଅନ୍ୟାନ୍ୟ ଜଣାଶୁଣା ବ୍ରାଣ୍ଡ୍ ଯଥା ୟୁସିବି, ଫାର୍ଷ୍ଟକ୍ରାଏ, ଟମି ହିଲଫିଗର, ୟାତ୍ରା, ମେଡିବଡି, ନିମାନ୍ସ ଏବଂ ଅର୍ବାନ ଜଙ୍ଗଲ ପ୍ରଭୃତିରେ ମଧ୍ୟ ବିଭିନ୍ନ ଅଫରର ଲାଭ ଉଠାଇପାରିବେ । ଏହି କାର୍ଯ୍ୟକ୍ରମରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଶ୍ରୀ ଗଜାନନ କାଲେ ଏବଂ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନଙ୍କ ସହ ଅଂଶୀଦାର ସଂଗଠନର ପ୍ରତିନିଧି ଭାବେ ୱାଣ୍ଡରଲାରୁ ଶ୍ରୀଯୁକ୍ତ ସମୀର ଅଲି ଏବଂ ୱାନ୍‌ମୋରରେପ୍ ରୁ ଶ୍ରୀଯୁକ୍ତ ଆନନ୍ଦ ରେଡ୍ଡୀଙ୍କ ସମେତ ଟିପିସିଓଡିଏଲ୍‌ର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ ।

ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “କେବଳ ଭରସାଯୋଗ୍ୟ, ବିଦ୍ୟୁତ୍ ଯୋଗାଣ ନୁହେଁ ବରଂ ଗ୍ରାହକମାନଙ୍କୁ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବା ସର୍ବଦା କମ୍ପାନୀର ପ୍ରାଥମିକତା ରହିଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ‘କଷ୍ଟମର ରିୱାର୍ଡ କାର୍ଯ୍ୟକ୍ରମ’ ଗ୍ରାହକ-କୈନ୍ଦ୍ରିକ ସେବା ଏବଂ ନୂତନତା ପ୍ରତି ଆମର ନିଷ୍ଠାକୁ ପ୍ରମାଣିତ କରୁଛି । ଏହି ପଦକ୍ଷେପ ମାଧ୍ୟମରେ ଆମେ ଗ୍ରାହକଙ୍କୁ ବିଭିନ୍ନ ଲାଭଦାୟକ ସୁବିଧା ପ୍ରଦାନ କରି ସେମାନଙ୍କ ସହ ସମ୍ପର୍କକୁ ଅଧିକ ନିବିଡ଼ କରିବାକୁ ଚାହୁଁଛୁ । ଏହି କାର୍ଯ୍ୟକ୍ରମ ଟିପିସିଓଡିଏଲ୍‌କୁ ଉପଭୋକ୍ତାଙ୍କ ଦୈନନ୍ଦିନ ଜୀବନର ଏକ ମୂଲ୍ୟଭିତ୍ତିକ ସହଯୋଗୀ ଭାବେ ଉପସ୍ଥାପିତ କରିବ ।
ଏହି ପଦକ୍ଷେପ ଉପଭୋକ୍ତାମାନଙ୍କ ପାଇଁ ଏକ ଅଧିକ ଆକର୍ଷଣୀୟ ଏବଂ ଲାଭଦାୟକ ଅନୁଭୂତି ସୃଷ୍ଟି କରିବା ସହ ଟିପିସିଓଡିଏଲ୍‌ର ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବ । ଜରୁରୀକାଳୀନ ବିଦ୍ୟୁତ୍ ସେବା ସହିତ ଆକର୍ଷଣୀୟ ଲାଭଗୁଡ଼ିକୁ ସଂଯୁକ୍ତ କରି ଟିପିସିଓଡିଏଲ୍ ଗ୍ରାହକ ଅନୁଭୂତିକୁ ଏକ ନୂତନ ରୂପ ଦେବା ସହ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସଫଳତାର ନୂଆ ମାନଦଣ୍ଡ ସ୍ଥାପନ କରିଛି ।

Leave a Reply

Your email address will not be published. Required fields are marked *