କବିସୂର୍ଯ୍ୟଙ୍କ ଜନ୍ମ ଅ।ଠଗଡ଼ ନୁହେଁ ବିଜୟନଗରଗଡ଼ ସ୍ମୃତିକମିଟି ପକ୍ଷରୁ ଅଲୋଚନା ସଭା
ଦିଗପହଣ୍ଡି,ପ୍ରବାହ ନ୍ୟୁଜ୍ : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଶନିବାର ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଅ ।ଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଅ ।ଇନଜିବୀ କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଅ ।ୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଦିଗପହଣ୍ଡି ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ, ଗବେଷକ ଡ଼.ଅନନ୍ତ ରାମ କର କୌଣ୍ଡନ୍ୟ, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ନବୀନ ପତ୍ରିକାର ସମ୍ପାଦକ ରବି ରଥ, ନୋଟାରି ହୃଦୟ ରଞ୍ଜନ ମେକାପ, ଲୋକନୃତ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ପାଢ଼ୀ, ବ୍ଲକ ଜିପିଓ ଉମେଶ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଓଡ଼ିଅ । ସାହିତ୍ୟ ଜଗତକୁ ଉଦ୍ଭାସିତ କରିଥିବା କବିସୂର୍ଯ୍ୟ ବଳଦେବ ରଥ କବିସୂର୍ଯ୍ୟନଗର ଅ ।ଠଗଡ଼ ନୁହେଁ ତତ୍କାଳୀନ ବଡ଼ଖେମୁଣ୍ଡି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଡ଼.ଅନନ୍ତରାମ କର ସଂଗୃହିତ କରିଥିବା ବହୁ ପୁରାତନ ପୁସ୍ତକ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ବହୁ ଐତିହାସିକ ଗବେଷକଙ୍କ ଲିଖିତ ପୁସ୍ତକ ଉପସ୍ଥାପନ କରି ସେଥିରେ ଉଲ୍ଲେଖିତ କବିସୂର୍ଯ୍ୟ ଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅବତାରଣା କରିଥିଲେ । କବିସୂର୍ଯ୍ୟଙ୍କ ଜନ୍ମସ୍ଥଳୀ କୁ ନେଇ କବିସୂର୍ଯ୍ୟନଗର ଏବଂ ଅ ।ଠଗଡ଼ ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ଦାବୀ ଅଯୌକ୍ତିକ ଏବଂ ନିରାଧାର ବୋଲି ସଭାରେ ଉପସ୍ଥିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମତପୋଷଣ କରିଥିଲେ । ଦିଗପହଣ୍ଡି ଏନ୍?ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ହରିକୃଷ୍ଣ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ଡ଼. ଯୁଧିଷ୍ଠିର ସ୍ୱାଇଁ, ଡ଼.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅ ।ଇନଜିବୀ ଅଶେଷ ନାଥ ମିଶ୍ର, ବୃନ୍ଦାବନ ପଣ୍ଡା, ପଦ୍ମଚରଣ ମେକାପ,ବିଜୟ କୁମାର ପଣ୍ଡା,ରଞ୍ଜନ କୁମାର ପାତ୍ର, ସିମାଞ୍ଚଳ କର, ବିଭୂତି ଭୂଷଣ ମହାପାତ୍ର, ଚିତ୍ରସେନ ଗୌଡ଼, ଶମ୍ଭୁ ପଣ୍ଡା, ଉଜ୍ଜଳ ମହାନ୍ତି, ଶ୍ୟାମ ସୁନ୍ଦର ଦୋରା, ଅ ।ଲୋକ ବିଷୋୟୀ, ଗୋପାଳ କୃଷ୍ଣ ମଲ୍ଲିକ, ସମ୍ଭବ କୁମାର ତ୍ରିପାଠୀ, ଗଜାନନ ତ୍ରିପାଠୀ, ପ୍ରମୁଖ ବିଭିନ୍ନ ଅ ।ଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷ କବିସୂର୍ଯ୍ୟ ଙ୍କ ଜୟନ୍ତୀ ଉତ୍ସବ ଖୁବ୍? ଜାକ ଜକମରେ ପାଳନ କରାଯିବା ପାଇଁ ସଭାରେ ପ୍ରସ୍ତାବ ଗୃହୀତ କରାଯାଇଥିଲା ।
କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଖେମୁଣ୍ଡି ଅଞ୍ଚଳର ବିଜୟନଗରଗଡ଼ ବୋଲି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଓଡ଼ିଶା ଡିଷ୍ଟ୍ରିଟ୍? ଗେଜେଟ୍?ର ୭୭୧ ପୃଷ୍ଠାରେ ତତ୍? କାଳୀନ ଅ ।ଇଏଏସ୍? ଏନସି ବେଉରିଅ ।ଙ୍କ ଦ୍ୱାରା ଏଭଳି ଉଲ୍ଲେଖ ରହିଛି । ଏହାଛଡ଼ା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉକଳ ବିଶ୍ୱବିଦ୍ୟାଳୟ ବିଭିନ୍ନ ଅନୁଷ୍ଠାନରେ କବିସୂର୍ଯ୍ୟଙ୍କ ଉପରେ ଗବେଷଣା କରୁଥିବା ତଥ୍ୟରେ ମଧ୍ୟ ବଡ଼ଖେମୁଣ୍ଡି ରହିଛି । କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଅ ।ଠଗଡ଼ ବୋଲି ଜିଲା ପ୍ରଶାସନ ପାଖରେ ଦାବି କରିବା ଠିକ୍? ନୁହେଁ ବୋଲି ଦିଗପହଣ୍ଡିରେ ଅ ।ୟୋଜିତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ଗବେଷକ, ସାହିତ୍ୟିକ ଓ ସାମ୍ବାଦିକ ଉପରୋକ୍ତ ମତ ପ୍ରକାଶ କରିଛନ୍ତି ।