ଯୋଡ଼ାରେ ବିଜେଡ଼ି କାର୍ଯ୍ୟଳୟ ଉଦ୍ଘାଟନ
ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୪ନମ୍ବର ୱାର୍ଡ଼ ରେ ବିଜୁ ଜନତା ଦଳର କାର୍ଯ୍ୟଳୟ ଉଦ୍ଘାଟନ ହୋଇଯାଇଛି। ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା ବିଜେଡ଼ି ସଭାପତି କୁଶ ଆପଟ ଦଳର କାର୍ଯ୍ୟଳୟ ଉଦ୍ଘାଟନ କରିଥିଲେ। ଆଜିର କାର୍ଯ୍ୟଳୟ ଉଦ୍ଘାଟନ ସମୟରେ ଶ୍ରୀ ଆପଟ୍ ଯୋଡ଼ାର ପୂର୍ବତନ ପୌରାଦ୍ଧକ୍ଷ ତଥା ବିଜେପିର ବରିଷ୍ଠ ନେତା ଆର. କେ ଦାସ ଙ୍କୁ ଆକ୍ରମଣାନ୍ତକ ଢ଼ଙ୍ଗରେ କହିଥିଲେ ଯେ ସେ ଜଣେ କୋଇଲା ଚୋର, ମାଙ୍ଗାନିଜ ଚୋରିକରି ଜେଲ୍ ଯାଇଥିଲେ, ଜିନ୍ଦଲ କମ୍ପାନୀକୁ ଦାଦା ବଟି ମାଗି କେଶ୍ ଖାଇଥିଲେ, ଆମ ଦୟାରୁ ଟାଟା ଷ୍ଟିଲ ଘରେ ରହୁଛନ୍ତି ଏ ପର୍ଯ୍ୟନ୍ତ ଘର ଛାଡ଼ି ନାହାନ୍ତି, ଟାଟା କମ୍ପାନୀର ହିଅରିଙ୍ଗ ରେ ଦଲାଲି କରି ନିଜ ଝିଅକୁ ଚାକିରି ଦେଇ ଯୋଡାର ପିଲାଙ୍କୁ ଧୋକା ଦେଇ ଥିବା ଆର. କେ ଦାସ କଥାରେ ପଡ଼ି ବିଜେପିକୁ ଭୋଟ ଦିଅ ନାହିଁ। ବିଜେଡ଼ି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ କ୍ଷମତା ରେ ଥାଆନ୍ତୁ ବା ନଥାନ୍ତୁ ଲୋକଙ୍କର ସେବା କରି ଆସୁଛନ୍ତି ତାଙ୍କ ସହିତ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ଦୁଇଟି ଶଙ୍ଖ ଚିହ୍ନ ରେ ବହୁ ସଂଖ୍ୟାରେ ଭୋଟ ଦେଇ ଜିତେଇ ବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ତେବେ ଏହି ସଭାରେ ଯୋଡ଼ା ପୌରାଦ୍ଧକ୍ଷ ଡ଼ା. ଜଗଦିଶ ପ୍ରାସାଦ ସାହୁ, ରବି ନାରାୟଣ ଦାସ, ନିହାର ରଞ୍ଜନ ରାଉତ, ନିଶାର ହାୟାତ୍ ,ଚତୁର୍ଭୁଜ ପଲେଇ, ବିନୋଦ ପଟ୍ଟନାୟକ, ବିକାଶ ମହାନ୍ତି, ମାତା ପ୍ରାସାଦ ଯୋସ୍ୱାଲ, ହୃଷିକେଶ ଜେନାଙ୍କ ସହିତ ସମସ୍ତ ବିଜେଡ଼ି କାଉନସିଲର ଓ ବହୁ ସମର୍ଥକ ଉପସ୍ଥିତ ଥିଲେ।