ଫାଇନାନସିପର ଛାତଛାତ୍ରୀମାନଙ୍କ ପାଇଁ ନମ୍ବରବିହୀନ ଡୁଆଲ ଇଂଟରଫେସୟୁଭିଏର ଶୁଭାରମ୍ଭ କଲା
ଭୁବନେଶ୍ୱର, ଜୁନ ୦୯,୨୦୨୨ କ୍ୟାସ ମୁକ୍ତ କ୍ୟାଂପସର ସଫଳତା ଆଭିମୁଖ୍ୟ ନେଇ ଭାରତର ଏକ ଅଗ୍ରଣୀ ଏଡୁ ଫିନଟେକ ଷ୍ଟାର୍ଟଅପ ଭିସା ଦ୍ୱାରା କ୍ଷମତାପ୍ରାପ୍ତ ଅତ୍ୟାଧୁନିକ ୟୁଭିଏ କାର୍ଡ଼ ଆରମ୍ଭ କରିଛି । ଫାଇନାନସସିପର ୟୁଭିଏ କାର୍ଡ଼ ପ୍ରୋଗ୍ରାମ ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ପାଇଁ ଦୈନନ୍ଦିନ ଟ୍ରାଞ୍ଜାକସନ ଲାଗି ପ୍ରିପେଡ ଫଟୋ ଆଇଡି କାର୍ଡ଼ ଭାବରେ କାର୍ଯ୍ୟ କରିବ ଓ ଏହାକୁ ବ୍ୟବହାର କରିବା ସହଜ ଓ ସମସ୍ୟାମୁକ୍ତ ହେବ । ଭିସା ଦ୍ୱାରା ସମର୍ଥିତ ବୈଷୟିକୀ ଏହି ୟୁଭିଏ କାର୍ଡ଼ ସାରା ଭାରତରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆର୍ଥିକ ବ୍ୟବସ୍ଥାକୁ ଡିଜିଟାଇଜେସନ କରିବା ପାଇଁ ଏକ ଅଭିନବ ଉପାୟ । ଏହା ମାଧ୍ୟମରେ ଛାତ୍ରମାନେ ଦେୟ ପ୍ରଦାନ କରିବା, ଅଭିଭାବକଙ୍କ ଆର୍ଥିକ ଆବଶ୍ୟକତା ପୂରଣ, ନଗଦ ଟଙ୍କା ପ୍ରତ୍ୟାହାର କରିବା, ଇକମର୍ସ ବ୍ୟବହାର ଓ ଖୁଚୁର କିଣାକିଣିରେ ଏହା ସହାୟକ ହେବ । ୟୁଭିଏ କାର୍ଡ଼ ଗୁଡ଼ିକ ପ୍ରି ପେଡ କଂଟ୍ରାକ୍ଟଲେସ କାର୍ଡ଼ ଯାହା ଯୁବକମାନଙ୍କ ପାଇଁ ଏକ ଆର୍ଥିକ ସ୍ୱାଧୀନତା ଆଣିବ ।
ଫାଇନାନସିପରର ସିଇଓ ତଥା ପ୍ରତିଷ୍ଠାତା ଶ୍ରୀ ରୋହିତ ଗଜଭିୟେ କହିଛନ୍ତିଯେ ଆମେ ବୈଷୟିକୀ ମାଧ୍ୟମରେ ଏଡୁ ଫିନଟେକ ସ୍ପେଶରେ ଏକ ବିପ୍ଳବ ଆଣିବା ଦିଗରେ କାର୍ଯ୍ୟ କରୁଛୁ ଓ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରି ପ୍ରଭାବ ସୃଷ୍ଟିକରିବାକୁ ଚାହୁଁଛୁ । ଆମର ସାଂପ୍ରତିକ ପାଣ୍ଠି ଓ ଶିଳ୍ପ ସହିତ ସହଯୋଗୀତାରେ ଆମର ଉଦ୍ଦେଶ୍ୟକୁ ନୂଆ ଶକ୍ତି ପ୍ରଦାନ କରିଛି । ଏହାକୁ ଦୃଷ୍ଟି ଦେଇ ଆମେ ଅସଂଖ୍ୟ ଡୁଆଲ ଇଂଟରଫେସ ଉତ୍ପାଦର ଶୁଭାରମ୍ଭ କରିଛୁ ଯେଉଁଥିରେ ଏକ ଫଟୋ ପରିଚୟ ପତ୍ର ଯାହା ଛାତ୍ର, ଅଭିଭାବକ ଓ ଅନୁଷ୍ଠାନଗୁଡ଼ିକୁ ନଗଦବିହୀନ କାରବାର କରିବାକୁ ସୁବିଧା ଦେଇଥାଏ ।ଏହା ଡିଜିଟାଇଜେସନ ମାଧ୍ୟମରେ ହେଉଥିବାରୁ କାରବାର କରିବା ସଂପୂର୍ଣ୍ଣ ନିରାପଦ ଅଟେ । ଏହି ଭିସା କାର୍ଡରେ ଇଏମଭି ଚିପସ ଲାଗିଛି ।
ବ୍ୟବସାୟିକ ବିକାଶର ମୁଖ୍ୟ ଶ୍ରୀ ସୁଜାଇ ରାଇନା ଭିସା ଇଣ୍ଡିଆ କହିଛନ୍ତିଯେ ସମସ୍ତଙ୍କ ପାଇଁ କାମ କରୁଥିବା ଏକ ନେଟୱର୍କ ଭାବେ ଭିସା ବିଭିନ୍ନ ବର୍ଗଙ୍କ ପାଇଁ ଆର୍ଥିକ ପ୍ରବେଶ ଓ ଅନ୍ତର୍ଭୁକ୍ତିକୁ ବିସ୍ତାର କରିବାକୁ ପ୍ରତିଶ୍ରୁତିବଦ୍ଧ । ଫାଇନାନସସିପର ୟୁଭିଏ କାର୍ଡ଼ ପ୍ରୋଗ୍ରାମର ଶୁଭାରମ୍ଭ ପାଇଁ ଆମେ ଆନନ୍ଦିତ, ଏହି ଅଭିନବ, ପ୍ରିପେଡ କାର୍ଡ ସମାଧାନ ଯାହା କେବଳ ଫଟୋ ପରିଚୟପତ୍ର ଓ ଦେୟ ଉପକରଣ ଭାବେ କାର୍ଯ୍ୟ କରେ ନାହିଁ ଅନ୍ୟପକ୍ଷରେ ଆର୍ଥିକ ଅନୁଶାସନକୁ ସାହାଯ୍ୟ କରେ । ଛାତ୍ର ଓ ଅଭିଭାବକଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏହି ୟୁଭିଏ କାର୍ଡକୁ ପ୍ରଚଳନ କରାଯାଇଛି ଓ ଏହା ଯୁବକମାନଙ୍କ ଭିତରେ ଅର୍ଥନୀତି ଗଠନରେ ଏକ ନିର୍ଣ୍ଣାୟକ ପଦକ୍ଷେପ ହୋଇ ପାରିବ ।
ଫାଇନାନସପିୟର ଦୂରବର୍ତି ଅଂଚଳରେ ଏହାର ବିସ୍ତାର ଜାରୀ ରଖିଛି ଓ ଗତ ବର୍ଷ ୧୦ଗୁଣା ଅଭିବୃଦ୍ଧି ହାସଲ କରିଛି । ସାରା ଭାରତରେ କଂପାନି ୧୦୦୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ହୋଇ ନିଜର ପ୍ରତିଷ୍ଠାକୁ ସୁଦୃଢ କରିଛି । ୨୦୧୭ରେ ପ୍ରତିଷ୍ଠିତ ଏହି ସଂସ୍ଥା ଆଇଆଇଟି/ଆଇଆଇଏମ/ଷ୍ଟାନଫୋର୍ଡ ଆଲୁମିନି ଶ୍ରୀ ରୋହିତ ଗଜବିୟେ, ସୁନିତ ଗଜବିୟେ, ନବୀନ ରେଡି ଓ ଦେବୀ ପ୍ରସାଦ ବରାଳ ଉଭୟ ଅଫଲାଇନ ଓ ସ୍ପେଶ କ୍ୟାଟରିଂରେ ପ୍ରଥମ ଧାଡ଼ିର ବ୍ୟକ୍ତି ବିଶେଷଙ୍କୁ ନେଇଛି ।
ୟୁଭିଏ କାର୍ଡର ଶୁଭାରମ୍ଭ ଏକ ବୈଷୟିକ ନେତୃତ୍ୱାଧିନ ଶିକ୍ଷା ଆଥିକ କଂପାନି ଭାବରେ ଏହାର ଦୃଡ ଭିତିଭୂମିକୁ ସୂଚୀତ କରେ । ଏହା ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସ୍ୱାଧୀନତା ଦେବାରେ ସହାୟକ ହେବ । ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତି ରହିଛି । ଏହା ଉଭୟ ଶିକ୍ଷାନୁଷ୍ଠାନ ଓ ଛାତ୍ର ଛାତ୍ରୀଙ୍କୁ ସକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଫାଇନାନସପିୟର ଚଳିତ ବର୍ଷ ଏପ୍ରିଲରେ ସିରିଜ ବି ପାଣ୍ଠି ରାଉଣ୍ଡରେ ୩୧ ଏମଏନ ଡଲାର ବୃଦ୍ଧି କରିଛି । ଆମେ ଆମର ବୈଷୟିକୀ ଫ୍ଲାଟଫର୍ମ ଓ ଅଫର ବୃଦ୍ଧି, ଆମର ଶିକ୍ଷାନୁଷ୍ଠାନ ସହଭାଗୀତାକୁ ବିସ୍ତାର ପାଇଁ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ଗଜବିୟେ କହିଛନ୍ତି ।