ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିଷ୍ଠାତା ଦିବସ ୭ ଅଗଷ୍ଟ ୨୦୨୩ ରେ ଜେଏସପି ଗୃପର ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା ଏବଂ କାସିଆ ଆଇରନ ମାଇନ୍ସରେ ପାଳନ କରାଯାଇଥିଲା। ସମସ୍ତ ୟୁନିଟ୍ ମୁଖ୍ୟ, ବରିଷ୍ଠ କାର୍ଯ୍ୟନିର୍ବାହୀ, କର୍ମଚାରୀ ଏବଂ ସହଯୋଗୀମାନେ ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ପ୍ରଖ୍ୟାତ ଶିଳ୍ପପତି, ଶ୍ରୀ ଓ. ପି. ଜିନ୍ଦଲଙ୍କୁ ୯୩ ତମ ଜନ୍ମୋତ୍ସବ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଦିନିକିଆ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା । ବଡ଼ବିଲ ପେଲେଟ ପ୍ଲାଣ୍ଟରେ ଶ୍ରୀ ଓ. ପି. ଜିନ୍ଦଲଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିନ ଆରମ୍ଭ ହୋଇଥିଲା | ପରେ ଟାଉନସିପ୍ ମନ୍ଦିରରେ ଆୟୋଜିତ ପୂଜା ଏବଂ ଯଜ୍ଞ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ମାନବସମ୍ଭଳ ବିଭାଗ ମୁଖ୍ୟ...