ଟାଟା ପାୱାର ଡିସ୍‌କମ୍ ପକ୍ଷରୁ ଭୁବନେଶ୍ୱରରେ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀ ଆୟୋଜିତ

0
Pic-4.jpeg

ଭୁବନେଶ୍ୱର, ୩୧ ଜୁଲାଇ ୨୦୨୩: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୩ ଜୁଲାଇ ୨୯ ତାରିଖରେ ଭୁବନେଶ୍ୱରଠାରେ ଏମ୍‌ଏସ୍‌ଏମ୍‌ଇ ବିଜନେସ୍ ଆସୋସିଏଟ୍ ମିଟ୍ ସଫଳତାର ସହ ଆୟୋଜନ କରାଯାଇଛି ।


ବ୍ୟବସାୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସାୟ ସୁଯୋଗରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସ୍ଥାନୀୟ ଭାବେ ସଂଗ୍ରହ କରାଯାଉଥିବା ଉପକରଣ ଓ ସେବାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଓଡ଼ିଶାରେ ଏମଏସ୍‌ଏମ୍‌ଇ ଶିଳ୍ପର ସାମଗ୍ରିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।


ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୭୦ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଯୋଗଦେଇଥିଲେ । ବିଭିନ୍ନ ଏମ୍‌ଏସ୍‌ଏମ୍‌ଇ ସଂଘ / ଚାମ୍ବର ଅଫ୍ କମର୍ସର ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ଟିପିସିଓଡିଏଲ୍‌ର କାର୍ଯ୍ୟନିର୍ବାହୀ ନେତୃତ୍ୱ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ୩୦ ଜିଲ୍ଲାରେ ଥିବା ସମସ୍ତ ଡିସକମ୍ ସହିତ ବିଭିନ୍ନ ବ୍ୟବସାୟ ସୁଯୋଗ ପାଇଁ ଫଳପ୍ରଦ ସହଯୋଗିତା ସନ୍ଧାନ ଓ ସ୍ଥାପନ କରିବା । ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ପ୍ରଚଳିତ ପ୍ରାଥମିକତା ନିୟମ ଏବଂ ସୁରକ୍ଷା, ନୈତିକତା, ଗୁଣାତ୍ମକ ମାନ ଓ ସମୟୋପଯୋଗୀ ଡେଲିଭରି ବିଷୟରେ କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସଚେତନ କରାଯାଇଥିଲା ।


ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବିବିଧ ସେବା ଓ ଯୋଗାଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ସେବା କ୍ଷେତ୍ରରେ ବିଦ୍ୟୁତ ନେଟ୍‌ୱର୍କର ରକ୍ଷଣାବେକ୍ଷଣ, ପ୍ରକଳ୍ପ କାର୍ଯ୍ୟକାରିତା, ବାଣିଜ୍ୟିକ କାର୍ଯ୍ୟକଳାପ ଯଥା ମିଟର ସ୍ଥାପନ, ବିଲିଂ ଓ କଲେକ୍ସନ, କଲ୍ ସେଂଟର ପରିଚାଳନା, ପ୍ରଶାସନିକ କାର୍ଯ୍ୟ ଯଥା ହାଉସକିପିଂ, କ୍ୟାଟରିଂ, କାର୍ ରେଂଟାଲ୍ ସର୍ଭିସ୍‌, ଗୃହ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ନିରାପତା ସେବା । ଅନ୍ୟ ପକ୍ଷରେ ଯୋଗାଣ କ୍ଷେତ୍ରରେ ବିଦ୍ୟୁତ୍ ଓ ଅଟୋମେସନ ଉପକରଣ, ଆଇଟି ଉପକରଣ ଓ ପ୍ରଶାସନିକ ସାମଗ୍ରୀ ସାମିଲ ଥିଲା ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ, “ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଓ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ବ୍ୟବସାୟ ସୁଯୋଗକୁ ସମୃଦ୍ଧ କରିବା । ଏହି ଅଭିଯାନ ଟାଟା ପାୱାର ଡିସ୍‌କମ୍ ଓ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ସମ୍ପର୍କ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ସାମଗ୍ରିକ ବିକାଶର ପ୍ରତିଶ୍ରୁତି ପ୍ରଦାନ କରୁଛି ।’’


ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ସମସ୍ତ ଚାରିଟି ଡିସ୍‌କମ୍ ଏମ୍‌ଏସ୍‌ଏମ୍‌ଇ ବିଜନେସ୍ ଆସୋସିଏଟ୍‌ସଙ୍କ ସହ ଆଲୋଚନା କରିଥିବା ବେଳେ ଆମେ ସେମାନଙ୍କୁ ଶୁଣି ସେମାନଙ୍କ ମୂଲ୍ୟବାନ ମତାମତ ସଂଗ୍ରହ କରିଛୁ । ଆଭ୍ୟନ୍ତରୀଣ ଆଲୋଚନା ଓ ପ୍ରମୁଖ ସଚିବଙ୍କ ସହ ପରାମର୍ଶ ପରେ ଆମେ ସମ୍ଭାବ୍ୟ ସମାଧାନ ସମ୍ପର୍କରେ ସେମାନଙ୍କୁ ଜଣାଇବୁ । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଯେକୌଣସିି ସଂସ୍ଥାର ସଫଳତା ବିଜନେସ୍ ଆସୋସିଏଟ୍‌ସଙ୍କ ସଫଳତା ଉପରେ ନିର୍ଭର କରେ ଏବଂ ଆମେ ସେହି ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ । ଏକ ପାରସ୍ପରିକ ଲାଭଦାୟକ ସୁଦୃଢ଼ ସମ୍ପର୍କ ସ୍ଥାପନ କରିବାକୁ ଆମେ ଆଶା ରଖିଛୁ ।’’


ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବା ଦିଗରେ ଟିପିସିଓଡିଏଲ୍ ଓ ଓଡ଼ିଶାର ସମସ୍ତ ଅନ୍ୟ ଡିସକମ୍ ନିଜ ମିସନରେ ଆଗକୁ ବଢ଼ୁଛନ୍ତି ଯାହା ଦ୍ୱାରା ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବା ସହ ଏକ ବ୍ୟବସାୟ ପରିବେଶ ସୃଷ୍ଟି ହୋଇପାରିଛି ।

Leave a Reply

Your email address will not be published. Required fields are marked *

You may have missed