ଓ. ପି. ଜିନ୍ଦଲ ସ୍କୁଲ ପକ୍ଷରୁ ପୁସ୍ତକ ମେଳା ୨୦୨୨ ଆୟୋଜିତ

୧୯ ନଭେମ୍ବର, ଅନଗୁଳ : ଓ. ପି. ଜିନ୍ଦଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିବସୀୟ ପୁସ୍ତକ ମେଳା ରେ ବିଭିନ୍ନ ପାଠ୍ୟ ପୁସ୍ତକ ସାଙ୍ଗକୁ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଗଳ୍ପ ଏବଂ ଏକାଙ୍କିକା ପୁସ୍ତକ ପ୍ରଦର୍ଶିତ କରଯାଇଥିଲା । ସ୍କୁଲ କାର୍ଯ୍ୟ ସମିତି ର ଅଧ୍ୟକ୍ଷ ଶ୍ରୀ ଦାମୋଦର ମିତ୍ତଲ ଏହି ପୁସ୍ତକ ମେଳାର ଶୁଭାରମ୍ଭ କରିଥିଲେ। ସେ ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଏହି ପୁସ୍ତକ ମେଳାର ଭରପୁର ଆନନ୍ଦ ନେବା ସହ ନିଜର ପାଠ୍ୟ ପୁସ୍ତକ ବ୍ୟତୀତ  ଅନ୍ଯାନ୍ଯ ଜ୍ଞାନ ବର୍ଦ୍ଧକ ପୁସ୍ତକ ପଢିବାକୁ ଉପଦେଶ  ପ୍ରଦାନ କରିଥିଲେ ।

ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ଶ୍ରୀମତୀ ଶିପ୍ରା ଝା ଏବଂ ଶ୍ରୀମତୀ ସୁଜତା ସରୋଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଛାତ୍ର ଛାତ୍ରୀମାନେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏକ ଗୋଷ୍ଠୀ ଗୀତ ଉପସ୍ଥାପନ କରିଥିବାବେଳେ ମାୟାରା ଚୌହାନ ଏବଂ ଅଭୟ ଦୁବେ ‘ଆମ ଜୀବନରେ ବହିର ଗୁରୁତ୍ୱ’ ଉପରେ ସେମାନଙ୍କର ପ୍ରେରଣାଦାୟୀ  ଉପସ୍ଥାପନା ସହିତ ସମାବେଶକୁ ସରସ ସୁନ୍ଦର  କରିଥିଲେ |

ଏହି ଅବସରରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓ. ପି . ଜିନ୍ଦଲ ସ୍କୁଲ ଠାରେ ଆୟୋଜିତ ହେଉଥିବା ଇଣ୍ଟର-ସ୍କୁଲ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଥିବା ଛାତ୍ରଙ୍କୁ  ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିଥିଲେ।

ଓ.ପି. ଜିନ୍ଦଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅତନୁ ରଥ ଏହିପରି ଏକ ସୁନ୍ଦର ପୁସ୍ତକ ମେଳାର ଆଯୋଜନ ନିମନ୍ତେ ଭୁବନେଶ୍ୱର ର ସଦାଶିବ ବୁକ୍ ୱାର୍ଲ୍ଡକୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଛାତ୍ରମାନଙ୍କୁ ନିୟମିତ ଭାବେ ପୁସ୍ତକ ପଢିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *