ଆଦାନୀ ଓ ଇସ୍କନର ମିଳିତ ସହଯୋଗରେ ପୁରୀ ରଥଯାତ୍ରାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ

ପୁରୀ,ପ୍ରବାହ ନ୍ୟୁଜ୍ : ପ୍ରତିବର୍ଷ ପୁରୀ ରଥଯାତ୍ରା ଭାରତର ଆଧ୍ୟାତ୍ମିକ ଦୃଶ୍ୟପଟ ପରିବର୍ତ୍ତନ କରି ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଆସୁଅଛି । ୨୦୨୫ ମସିହାରେ ଏହି ଦୃଶ୍ୟପଟରେ ଭକ୍ତି, ସେବା ଏବଂ ସାମାଜିକ ଦାୟିତ୍ୱର ଏକ ସମ୍ମିଶ୍ରଣ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଆଦାନୀ ଗ୍ରୁପ ଏବଂ ଇସ୍କନ ମଧ୍ୟରେ ଏକ ଅନନ୍ୟ ସହଯୋଗ ସ୍ଥାପନ ହୋଇ ଶ୍ରଦ୍ଧାଳୁ ତଥା ତୀର୍ଥଯାତ୍ରୀମାନଙ୍କୁ ପ୍ରସାଦ ସେବନ କରାଇବାର ଦାୟିତ୍ୱ ତୁଲାଇଥିଲେ । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସେବା କରିବାର ଯେଉଁ ସରଳ ମନୋଭାବ ସୃଷ୍ଟି ହୋଇଥିଲା ତାହା ଶାରୀରିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଏକ ହୃଦୟସ୍ପର୍ଶୀ ଅନୁଭୂତିରେ ପରିଣତ ହୋଇଥିଲା । ଗତ ୩ ଦିନ ହେଲା ରଥଯାତ୍ରାରେ ଆଦାନୀ ଗ୍ରୁପ ତଥା ଇସ୍କନର ମିଳିତ ସହଯୋଗରେ ଏହି ପ୍ରସାଦ ସେବାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଭକ୍ତିମୟ ପରିବେଶରେ ସୃଷ୍ଟି କରିଛି ଆଉ ଏକ ଅଧ୍ୟାୟ । ଏହି ପ୍ରସାଦରେ ଅନ୍ନ, ଦହି ଭାତ, ରୁଟି, ପରିବା ତରକାରୀ, ପ୍ରୋଟିନ ଯୁକ୍ତ ଡାଲ- ପାୟସମ୍, ଗୁଲାବ୍ ଜାମୁନ, ଏବଂ ହାଲୱା ଆଦି ଅନ୍ତର୍ଭୁକ୍ତ ରହିଛି । ଏହା କେବଳ ସେଠାରେ ଉପସ୍ଥିତ ଥିବା କର୍ମୀ, ଶ୍ରଦ୍ଧାଳୁମାନଙ୍କ ପେଟ ପୁରିବା ପାଇଁ ନୁହେଁ ବରଂ ଖରାରେ ଦୀର୍ଘ ବାଟ ଅତିକ୍ରମ କରି ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପୁଷ୍ଟିକର ଆବଶ୍ୟକତାକୁ ମଧ୍ୟ ପୂରଣ କରିବାରେ ସାହାଯ୍ୟ କରିଥିଲା । ପ୍ରତ୍ୟେକ ଥାଳିରେ ପ୍ରାୟ ୭୦୦ ରୁ ୯୦୦ କ୍ୟାଲୋରୀ, ୨୦ ଗ୍ରାମରୁ ଅଧିକ ପ୍ରୋଟିନ ଏବଂ ଫାଇବର, ଭିଟାମିନ ଏବଂ ଅତ୍ୟାବଶ୍ୟକ ଖଣିଜ ତତ୍ତ୍ୱର ଏକ ପୌଷ୍ଟିକ ମିଶ୍ରଣ ବିତରଣ କରାଯାଇଥିଲା । ତାଳବଣିଆ ବସଷ୍ଟାଣ୍ଟ, ପୁରୀ ରେଳ ଷ୍ଟେସନ, ଗୁଣ୍ଡିଚା ମନ୍ଦିର ନିକଟ, ସ୍ୱର୍ଗଦ୍ୱାର ଜଙ୍କସନ୍, ବଗଳା ଧର୍ମଶାଳା, ଦିଗବାରେଣୀ ପାର୍କିଂ ଏବଂ ଦୁଧୱାଲା ଧର୍ମଶାଳା ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ସ୍ୱେଚ୍ଛାସେବୀମାନେ ନମ୍ରତାର ସହ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି ।
ଏହି ‘ପ୍ରସାଦ ସେବା’ରେ ସ୍ୱଚ୍ଛତା ଏବଂ ପରିବେଶଗତ ସଚେତନତା ପ୍ରତି ବିଶେଷ ଧ୍ୟନ ଦିଆଯାଇଥିବାରୁ ଆଦାନୀ ଗ୍ରୁପ ଓ ଇସ୍କନର ଏହି ମିଳିତ ପ୍ରୟାସକୁ ସମସ୍ତ ବର୍ଗରେ ପ୍ରଂଶସା କରାଯାଇଛି । ଖାଦ୍ୟ ପରିବେଷଣରେ କୌଣସି ପ୍ରକାର ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ୍ ର ବ୍ୟବହାର କରାଯାଇନଥିଲା ବେଳେ ଜୈବ ବିଘଟନଶୀଳ କାଗଜପ୍ଲେଟ୍ର ବ୍ୟବହାର କରାଯାଉଛି । ସ୍ୱେଚ୍ଛାସେବୀମାନେ ସେବା କରିବା ସମୟରେ ହାତରେ ଗ୍ଲୋଭ୍ସ ପିନ୍ଧୁଥିବା ବେଳେ ଉପଯୁକ୍ତ ଅଳିଆ ନିଷ୍କାସନ ପାଇଁ ବଡ଼ ବଡ଼ ପଲିଥିନ ବ୍ୟାଗ୍ର ବ୍ୟବସ୍ଥା କରାଯାଇଛି । କୌଣସି ଆଧ୍ୟାତ୍ମିକ ଅନୁଷ୍ଠାନ ଏବଂ ଦାୟିତ୍ୱବାନ ନିଗମଗୁଡ଼ିକ ଧାର୍ମିକ ରୀତିନୀତି ବ୍ୟତୀତ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଏକାଠି ହୋଇପାରିବେ ବୋଲି ଏହି ପ୍ରୟାସ ପ୍ରମାଣିତ କରିପାରିଛି । ସେବାର ଏକ ସ୍ୱରୂପ ଭାବେ ଖାଦ୍ୟ ବଣ୍ଟନ, ଆଦାନୀ ଓ ଇସ୍କନ ଆମକୁ ମନେ ପକାଇ ଦେଇଛନ୍ତି ଯେ ପ୍ରକୃତ ସମର୍ପଣ ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ସେବା କରିବାରେ ନିହିତ । ଏହା କେବଳ ଏକ ଉତ୍ସବ ନ ଥିଲା- ଏହା ଭାରତର କାଳଜୟୀ ନୀତିର ଏକ ଜୀବନ୍ତ ପ୍ରତିଫଳନ ଥିଲା: ‘ସେବା ହେଉଛି ସର୍ବୋଚ୍ଚ ପୂଜା’ ।