ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମପକ୍ଷ ଅବସରରେ ରକ୍ତଦାନ ଶିବିର

ଯୋଡା:୨୨ା୯ (ପ୍ରବାହ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ ଅବସରରେ ଯୋଡା ଠାରେ ବିଜେପି ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଗୁରୁବାର ଯୋଡାସ୍ଥିତ ଟାଟା ଷ୍ଟିଲ ଅଡିଟୋରିୟମ ରେ ଆୟୋଜିତ ଏହି ରକ୍ତଦାନ ଶିବିର ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଥିଲା । ଏହି ଶିବିରଟିରେ ସମସ୍ତ ଦଳୀୟ କର୍ମୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଚମ୍ପୁଆ ବିଧାନସଭା ନେତା ମୁରଲି ମନୋହର ଶର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଥିଲା । ଶିବିରଟିରେ ଯୋଡା ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉପ-ସଭାପତି ଓ ଚମ୍ପୁଆ ବିଧାନସଭା ସଂଯୋଜକ ଦେବୀ ପ୍ରସାଦ ମିଶ୍ର, ଓବିସି ମୋର୍ଚ୍ଚା ସଂଯୋଜକ ଚର୍ଚିଲ ମହାକୁଡ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରକାଶ ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ କର, ୨୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦାଃ, ଆଦିବାସୀ ମୋର୍ଚ୍ଚା ଜିଲା ଉପ-ସଭାପତି ପୁରୁଷୋତ୍ତମ ଗାଗରାଇ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ର ସେଖର ମହାନ୍ତ, ପାର୍ଥ ସାରଥି ଷଡଙ୍ଗି, ମହାବୀର ଶର୍ମା, ଯୋଡା ନଗରର ସମସ୍ତ ବିଜେପି କାଉନସିଲର, ଫୁଲମଣୀ ଟୁଡୁ, ଅମିତା ଭୌମିକ, ସାହିଲ ପରିଡା, ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିରଟିକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *