ଏସ୍‌ବିଆଇ ଫାଉଣ୍ଡେସନ ପକ୍ଷରୁ ଆଶା ପ୍ରୋଗ୍ରାମ ୨୦୨୪ ଘୋଷଣା

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ସିଏସ୍‌ଆର୍‌ ଶାଖା ଏସ୍‌ବିଆଇ ଫାଉଣ୍ଡେସନ ପକ୍ଷରୁ ଆଶାସ୍କଲାରସିପ୍‌ ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି ଯେଉଁଥିରେସାରା ଦେଶର ଅନଗ୍ରସର ପୃଷ୍ଠଭୂମିର ୧୦,୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ସହାୟତା ପ୍ରଦାନ କରାଯିବ ।
ଏଥିରେ ଷଷ୍ଠରୁ ସ୍ନାତକୋତର ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ବର୍ଷକୁ ୧୫,୦୦୦ ଟଙ୍କାରୁ ୨୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତି ପାଇପାରିବେ ।ଏହି କାର୍ଯ୍ୟକ୍ରମରେ ସ୍କୁଲଛାତ୍ରଛାତ୍ରୀ, ଅଣ ସ୍ନାତକ, ସ୍ନାତକୋତରଏବଂ ଆଇଆଇଟି ଓ ଆଇଆଇଏମ୍‌ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାବୃତି ପ୍ରଦାନ କରାଯିବ । ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ “ବିଦେଶ ପାଠପଢ଼ା’ ବର୍ଗ ଖୋଲାଯାଇଛି ଯେଉଁଥିରେ ବିଶ୍ୱର ପ୍ରମୁଖ ଶିକ୍ଷା ନୁଷ୍ଠାନରେ ମାଷ୍ଟର ଓ ତା’ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ ।
ଏହି ଶିକ୍ଷାବୃତି ପାଇଁ ୨୦୨୪ ଅଗଷ୍ଟ ୧୬ରୁ ଆବେଦନ ଖୋଲାହେବଏବଂତାହା ୨୦୨୪ ଅକ୍ଟୋବର ୧ ପର୍ଯ୍ୟନ୍ତ ଖୋଲା ରହିବ । ଛାତ୍ରଛାତ୍ରୀମାନେ https://www.sbifashascholarship.org/ରେ ଆବେଦନ କରପାରିବେ ।
ଏଥି ପାଇଁ ହେଲ୍‌ପଲାଇନ୍‌ ହେଉଛି sbiashascholarship@buddy4study.com ଫୋନ୍ ନମ୍ବର: ୦୧୧-୪୩୦-୯୨୨୪୮ (ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା) ।
ଅନଗ୍ରସର ପୃଷ୍ଠଭୂମିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ଓ ସହାୟତା ପ୍ରଦାନ କରିବାଲାଗି ଆଶାସ୍କଲାରସିପ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୨୨ରେ ଶୁଭାରମ୍ଭ ହେବା ପରଠାରୁଏହି ଶିକ୍ଷା ବୃତି କାର୍ଯ୍ୟକ୍ରମରେ ୩୧୯୮ ଛାତ୍ରଛାତ୍ରୀଙ୍କୁ ୩.୯୧ କୋଟିଟଙ୍କାର ଆର୍ଥିକସହାୟତା ପ୍ରଦାନ କରାଯାଇଛି ।
ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଚାଲାଶ୍ରୀ ନିବାସୁଲୁ ସେଟ୍ଟି କହିଛନ୍ତି ଯେ, “ଆଶାଶିକ୍ଷା ବୃତି ହେଉଛି ଏସବିଆଇର ମୂଳମୂଲ୍ୟ ବୋଧ ଯାହା ବ୍ୟାଙ୍କିଙ୍ଗ ସେବାଠାରୁ ଊର୍ଦ୍ଧରେ ଏବଂସମସ୍ତଙ୍କ ପାଇଁ ପ୍ରଗତି ଓ ସମୃଦ୍ଧି ଦିଗରେ ବଢ଼ିବାଲାଗି ଦେଶକୁ ପ୍ରତ୍ୟକ୍ଷ ଯୋଗଦାନ ପ୍ରଦାନ କରୁଛି ।ଏହି ଅଭିଯାନକୁ ଚଳିତ ବର୍ଷ ୧୦,୦୦୦ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରଣକରି ଆମେଗର୍ବିତ । ୨୦୪୭ ସୁ୍‌ଦ୍ଧା ବିକଶିତ ଭାରତ ପାଇଁ ଦେଶ ରଲକ୍ଷ୍ୟ ହାସଲ କରିବାରେ ଆଶାଶିକ୍ଷା ବୃତି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।’’

Leave a Reply

Your email address will not be published. Required fields are marked *