ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ଅନ୍ନପ୍ରସାଦ ବିତରଣ କାର୍ଯ୍ୟକ୍ରମ

ପ୍ରବାହ ନ୍ୟୁଜ୍ : ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ବାହୁଡା ଯାତ୍ରା ଉପଲକ୍ଷେ ଦଶ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା | ପୁରୀ ବଡଦାଣ୍ଡରେ ଅନୁଷ୍ଠିତ ଏହି ସେବା କାର୍ଯ୍ୟକ୍ରମରେ ଅରୁନ୍ଧତୀ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅରୁନ୍ଧତୀର ୭୦ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦାନ କରି ସାମୁହିକ ଭାବେ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ | ବାହୁଡାଯାତ୍ରା, ଏହି ବିରାଟ ଉତ୍ସବରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟଣା ପାଇଁ ପୁରୀ କୁ ଆସିଥିଲେ | ପୁରୀ ବଡଦାଣ୍ଡ ରେ ଏହି ସୁନ୍ଦର ପରିବେଶରେ ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ଲୋକଙ୍କ ଅନ୍ନପ୍ରସାଦ ବିତରଣର ପରିକଳ୍ପନା ଓ ସୁଚାରୁରୂପେ ପରିଚାଳନା କୁ ସବୁ ମହଲରେ ଉଚ୍ଚଶିତ ପ୍ରଶଂସା କରାଯାଇଛି | ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅରୁନ୍ଧତୀ ଫାଉଣ୍ଡେସନର ମୁଖ୍ୟ ଶ୍ରୀ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି |