ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ସ୍ୱାୟତ୍ତ ଶାସନ ଦିବସ ପାଳନ

ବାଲୁଗାଁ: ୩୧/୮(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି ।  ବୁଧବାର ଦିନ ପ୍ରାତଃ ସମୟରେ ବାଲୁଗାଁ ଏନ.ଏ.ସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀ ମିଳିତ ଭାବେ ପ୍ରଭାତ ଫେରୀ କରିବା ସହିତ ଗାନ୍ଧୀ ଛକରେ ଅବସ୍ଥାପିତ  ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।

ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ବିଭିନ୍ନ ୱାର୍ଡରେ ଶୁଭ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଏବଂ ଶୌଚାଳୟ ପରି ୭ଗୋଟି ନୂତନ ପ୍ରକଳ୍ପର ଉଦଘାଟନ କରା ଯାଇଥିଲା ଏବଂ ୧୨ ଗୋଟି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହା ସହିତ ଶ୍ରୀମତୀ ପାଇକରାୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ମଧ୍ୟ କରିଥିଲେ।

ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣୀ ପାଢ଼ୀଙ୍କ ପରିଚାଳନାରେ ଆୟୋଜିତ ସଭାରେ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଏବଂ ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ସମେତ ସମସ୍ତ କାଉନସିଲର ସ୍ୱାୟତ୍ତଶାସନ ଦିବସ ପାଳନର ଆଭିମୁଖ୍ୟ ଓ ବାଲୁଗାଁ ଏନ.ଏ.ସି ର ଉନ୍ନତି ନିମନ୍ତେ ଆଲୋକପାତ କରିଥିଲେ ।

ଏହି ଅବସରରେ ଏନ.ଏ.ସିର କର୍ତ୍ତୃପକ୍ଷ ଡାକ୍ତରଖାନା ଓ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ ଓ ମିଠା ବାଣ୍ଟିଥିଲେ । ଏହା ସହିତ ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହିତ ବ୍ୟକ୍ତି ବିଶେଷଙ୍କ ସହ ଏନ୍.ଏ.ସିର ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *