ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଯୋଡ଼ା -(9.8.22)ଯୋଡ଼ା ପୌରାଞ୍ଚଳ ଅଧିନସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କୁନ୍ଦୁରୁନାଲା ଠାରେ ଗତ 8ତାରିଖ ଦିନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା. ହୀରାକୁଦ କଲୋନୀ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଦୀନବନ୍ଧୁ ପତି ମୁଖ୍ୟ ଅତିଥି, ରିମୁଳି ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଭୀମସେନ ମହନ୍ତ ମୁଖ୍ୟ ବକ୍ତା, ଏବଂ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ ସୁଶାନ୍ତ କୁମାର ଵେବର୍ତ୍ତା ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ ବିଜ୍ଞାନ ର ଉପାଦେୟତା, ଓ ଦୈନନ୍ଦିନ ଜୀବନରେ ବିଜ୍ଞାନ ର ପ୍ରୟୋଗ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରି ଅନୁଷ୍ଠାନିକ ଭାବେ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ. ଏହି ମେଳାରେ ମୋଟ 240ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରି ଥିଲେ. ଏହି ପ୍ରକଳ୍ପ ର ମୂଲ୍ୟାୟନ ନିମନ୍ତେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କର୍ଣ୍ଣ ମହାନ୍ତ, ସୁଭାଶିଷ ଦାଶ, ଓ ଶିକ୍ଷୟିତ୍ରୀ କମଳା ଦେହୁରୀ ବିଚାରକ ଭାବେ ବିଦ୍ୟାଳୟ ତରଫରୁ ନିଯୁକ୍ତି କରାଯାଇଥିଲା.. କୁନିକୁନି ଛାତ୍ର ଛାତ୍ରୀ ମାନଙ୍କର ପ୍ରକଳ୍ପ ଗୁଡିକୁ ଅଭିଭାବକ ଓ ଅଭିଭାବିକା ମାନେ ଦେଖି ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀଙ୍କୁ ପ୍ରଶଂଶିତ କରିବା ସହିତ ଆଗାମୀ ଭବିଷ୍ୟତ ରେ ଜଣେ ଜଣେ ବୈଜ୍ଞାନିକ ହୋଇ ପାରିବେ ବୋଲି ସେମାନଙ୍କୁ ପ୍ରେରଣା ଦେଇଥିଲେ. ଏହି ବିଜ୍ଞାନ ମେଳା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବା ସହିତ ଭବିଷ୍ୟତ ଜୀବନରେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚାଇବା ପାଇଁ ଏ ମେଳା ସହାୟକ ହେବ ବୋଲି ବିଚାରକ, ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ମାନଙ୍କ ମନୋବଳ କୁ ବୃଦ୍ଧି କରାଇଥିଲେ. ଉଦଯାପନୀ ସମାରୋହ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟଜିତ ପ୍ରଧାନ ପୁରସ୍କାର ଓ ସାଟିଫିକେଟ ପ୍ରଦାନ କରିଥିଲେ. ଏହି ବିଜ୍ଞାନ ମେଳା କୁ ସଫଳ କରିବା ନିମନ୍ତେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ମହନ୍ତ, ଅମୁଲ୍ୟ ସ୍ୱାଇଁ ସମେତ ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *

You may have missed