ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି ମହିମା ଚୌଧୁରୀ
(ପ୍ରବାହ ନ୍ୟୁଜ୍) : ବଲିଉଡରେ ମହିମା ଚୌଧୁରୀ ଶାହରୁଖ ଖାନ୍ଙ୍କ ସହ ସୁପରହିଟ୍ ଫିଲ୍ମ \”ପରଦେଶ\’ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ସହିତ ମହିମାଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ସେହି ଫିଲ୍ମ ପାଇଁ ମହିମାଙ୍କୁ ଫିଲ୍ମଫେୟାର ଅ ।ୱାର୍ଡ଼ ମଧ୍ୟ ମିଳିଥିଲା । ଏହା ପରେ ମହିମା ବଲିଉଡରେ ବହୁତ ସକ୍ରିୟ ଥିଲେ । କିନ୍ତୁ ହଠାତ୍ ତାଙ୍କ କ୍ୟାରିଅର୍ ବ୍ରେକ୍ ଲାଗିଥିଲା । ସେ ନିଜକୁ ଫିଲ୍ମ ଦୁନିଅ ।ରୁ ଦୂରେଇ ରଖିଥିଲେ ।
ନିକଟରେ ମହିମା ଚୌଧୁରୀ ତାଙ୍କ ସଫଳ କ୍ୟାରିୟରରୁ ବିରତି ବିଷୟରେ ଅ ।ଲୋଚନା କରିଥିଲେ । ମହିମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଫିଲ୍ମ \”ଦିଲ୍ କ୍ୟା କରେ\’ ର ଶୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ସେ କହିଥିଲେ ଯେ ବେଙ୍ଗାଲୁରୁର ଏକ ଷ୍ଟୁଡିଓକୁ ଯାଉଥିବାବେଳେ ତାଙ୍କ କାରକୁ ଧକ୍କା ଦେଇଥିଲା ଏକ ଟ୍ରକ । କାରର ଗ୍ଲାସ ଭାଙ୍ଗି ମହିମାଙ୍କ ମୁହଁରେ ପଶି ଯାଇଥିଲା ।
ତେବେ ମହିମା ତାଙ୍କ ଦୁର୍ଘଟଣାକୁ ମନେ ପକାଇ କହିଥିଲେ ଯେ, \”ସେହି ସମୟରେ ସେ ଅନୁଭବ କରିଥିଲେ ଯେ ସେ ମରିବାକୁ ଯାଉଛନ୍ତି\’ । \”ଦୁର୍ଘଟଣା ପରେ ସେ ଦର୍ପଣରେ ମୁହଁ ଦେଖି ନର୍ଭସ ହୋଇଯାଇଥିଲେ । କାରଣ ତାଙ୍କ ମୁହଁରୁ ୬୭ ଖଣ୍ଡ କାଚ ବାହାର କରାଯାଇଥିଲା\’ । ସେହି ସମୟରେ ମହିମାଙ୍କୁ ଅନେକ ଚଳଚ୍ଚିତ୍ର ଛାଡିବାକୁ ପଡିଲା । ହେଲେ ସେ ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି । ଯଦି ତାଙ୍କୁ ସୁଯୋଗ ମିଳେ, ସେ \”ତୁମ†ାରୀ ସୁଲୁ\’ରେ ବିଦ୍ୟା ବାଲାନଙ୍କ ଚରିତ୍ର ପରି ଭୂମିକା ଗ୍ରହଣ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।
