ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଯାପିତ

0
93d55000-6e85-4116-8485-96fc4b3c5a67


ଦେଶପ୍ରେମ ଆଧାରିତ ବିଷୟବସ୍ତୁ ପାଇଁ ଆଦାନୀ ଧାମରା ପୋର୍ଟକୁ ସର୍ବାଧିକ ପୁରସ୍କାର

ଧାମରା,ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ରେ ଭାଗ ନେଇ ମନ ଜିଣିଛି ଆଦାନୀ ଧାମରା ପୋର୍ଟ । ଦୀର୍ଘ ୩ ଦିନ ଧରି ଭୁବନେଶ୍ୱରସ୍ଥିତ ଏକାମ୍ର ପାର୍କଠାରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ବହୁ ଅନୁଷ୍ଠାନ, ଉଦ୍ୟୋଗ, ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରି କୌଣସି ଏକ ସ୍ୱତନ୍ତ୍ର ବିଷୟକୁ ଆଧାର କରି ସଂସ୍ଥାଗୁଡ଼ିକ ପୁଷ୍ପ ମାଧ୍ୟମରେ ମଡେଲ ପ୍ରସ୍ତୁତ କରିଥିଲେ । ଦୀର୍ଘ ୩ ଦିନର ଏହି ପ୍ରଦର୍ଶନୀରେ ହଜାର ହଜାର ପୁଷ୍ପପ୍ରେମୀ ପରିଦର୍ଶନ କରି ଆନନ୍ଦିତ ହୋଇଥିଲେ । ଓଡ଼ିଶା ବନ୍ୟ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ପ୍ରଦର୍ଶନୀକୁ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଧାମରା ପୋର୍ଟ ତରଫରୁ ଦେଶପ୍ରେମ ଆଧାରିତ ‘ପୁଲ୍‌ୱାମା’ ଠାରେ ହୋଇଥିବା ଅପରେସନ ‘ସିନ୍ଦୁର’ ବିଷୟବସ୍ତୁ ଆଧାରିତ ପୁଷ୍ପ ପ୍ରଦର୍ଶନୀ କରାଯାଇଥିଲା, ଯାହା ଉପସ୍ଥିତ ଜୁରୀ ମେମ୍ବର, ପୁଷ୍ପପ୍ରେମୀ ଦ୍ୱାରା ପ୍ରଂଶସିତ ହୋଇଥିଲା । ପ୍ରଦର୍ଶନୀର ବିଭିନ୍ନ ବର୍ଗରେ ଆଦାନୀ ଧାମରା ପୋର୍ଟ ୨୨ଟି ପୁରସ୍କାର ଆଣିବାରେ ସଫଳ ହୋଇଛି, ଯାହା କି ପ୍ରଦର୍ଶନୀରେ ଭାଗ ନେଇଥିବା ଅନ୍ୟ କମ୍ପାନୀମାନଙ୍କ ମଧ୍ୟରେ ସର୍ବାଧିକ ।
ତୃତୀୟ ଦିନ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ସରକାରୀ ସ୍ତରର ବିଶିଷ୍ଟ ଅଧିକାରୀ ପ୍ରଦର୍ଶନୀ ବୁଲି ଦେଖିବା ସହ ଧାମରା ପୋର୍ଟର ବିଷୟବସ୍ତୁକୁ ଉଚ୍ଚ ପ୍ରଂଶସା କରିବା ସହ ସମସ୍ତ ବର୍ଗରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଟ୍ରଫି ପ୍ରଦାନ କରିଥିଲେ । ଧାମରା ପୋର୍ଟର ମୁଖ୍ୟ ଉଦ୍ଭିଦବିତ୍ ଶ୍ରୀ ରଞ୍ଜନ ନାୟକ ଓ ଟିମ୍ ପୁରସ୍କାର ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *