ଶିଶିର ସରସର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାଓ ସହଯୋଗୀ ଉଦ୍ୟୋଗ ଉପରେ କର୍ମଶାଳା
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(MKUY)ଓ ସହଯୋଗୀ ଉଦ୍ୟୋଗ ପ୍ରୋତ୍ସାହନ ପଦକ୍ଷେପ ଉପରେ ଏକ ସ୍ୱତନ୍ତ୍ର କର୍ମଶାଳାଶିଶିର ସରସ ୨୦୨୬ ମେଳାର ତୃତୀୟ ଦିନରେ ଆୟୋଜନ କରାଯାଇଥିଲା।
ଓଡ଼ିଶା ସରକାରଙ୍କପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହାୟତାରେଓରମାସ (ORMAS)ର ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲାସ୍ୱୟଂ ସହାୟକ ଗୋଷ୍ଠୀ (SHG), ଉତ୍ପାଦକ ଗୋଷ୍ଠୀ, ଉଦ୍ୟୋଗପତି ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା।
କର୍ମଶାଳାରେMKUY ଅଧୀନରେ ମିଳୁଥିବା ସବସିଡି, ବ୍ୟାଙ୍କ ଋଣ ଓ ପ୍ରାଯୁକ୍ତିକ ସହାୟତାବିଷୟରେ ସହଜ ଭାବେ ବ୍ୟାଖ୍ୟା କରାଯାଇଥିଲା। ଏହା ସହିତପଶୁପାଳନ, ମତ୍ସ୍ୟଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ମୂଲ୍ୟ ସଂଯୋଜନ ଓ ଗ୍ରାମୀଣ ଉଦ୍ୟୋଗସମ୍ପର୍କିତ ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି କର୍ମଶାଳାରେଓଡ଼ିଶାକୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିଃ (APICOL) ଏକ ସମ୍ବଳ ପ୍ରତିଷ୍ଠାନ ଭାବରେ ଯୋଗଦେଇ, ଗ୍ରାମୀଣ ଉଦ୍ୟୋଗ ସ୍ଥାପନା ପାଇଁ ଉପଲବ୍ଧ ସରକାରୀ ସହାୟତା ଓ ଯୋଜନା ସମନ୍ୱୟ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ସୂଚନା ଦେଇଥିଲା।ଉକ୍ତ କର୍ମଶାଳାରେ ପ୍ରାୟ ୧୫୦ରୁ ଉର୍ଦ୍ଧ ସ୍ୱଂୟ ସହାୟକ ଗୋଷ୍ଠିର ସଦସ୍ୟ ଏବଂ ଚାଷୀମାନେଅଂଶଗ୍ରହଣ କରିଥିଲେ।
ଏପରି କର୍ମଶାଳା ଗ୍ରାମୀଣ ଅଞ୍ଚଳରେ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବା ସହିତସ୍ଥାୟୀ ଜୀବିକା ସୃଷ୍ଟିଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।
