ଆଦାନୀ ପୋର୍ଟସ ଆଣ୍ଡ ଏସ୍ଇଜେଡ୍ ପକ୍ଷରୁ ସୌହାର୍ଦ୍ଦ୍ୟପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଧାମରା, ପ୍ରବାହ ନ୍ୟୁଜ୍ : ଆଦାନୀ ପୋର୍ଟସ ଆଣ୍ଡ ସ୍ପେସାଲ ଇକୋନୋମିକ୍ସ ଜୋନ୍ (ଏପିଏସ୍ଇଜେଡ୍) ଦ୍ୱାରା କ୍ରିକେଟ ପ୍ରିମିୟର ଲିଗ୍-୨୦୨୫ ଆୟୋଜିତ କରାଯାଇ ଏକ ପ୍ରଂଶସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଏକ ଅନନ୍ୟ କ୍ରୀଡ଼ା ପ୍ଲାଟଫର୍ମ, ଯାହା ଏପିଏସ୍ଇଜେଡ୍ର ବିଭିନ୍ନ ବ୍ୟବସାୟିକ ୟୁନିଟ୍ର କର୍ମଚାରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ, ଦଳଗତ କାର୍ଯ୍ୟ ତଥା ସକାରାତ୍ମକ ମନୋଭାବକୁ ପ୍ରୋତ୍ସୋହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି । ଏପିଏସ୍ଇଜେଡ୍ କ୍ରିକେଟ୍ ପ୍ରିମିୟର ଲିଗ୍-୨୦୨୫ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ୪ଟି ଜୋନରେ ଖେଳାଯାଉଛି । ପୂର୍ବ ଜୋନରେ ଏପିଏସ୍ଇଜେଡ୍ର ଅଧିନରେ ଥିବା ବିଭିନ୍ନ ପୋର୍ଟକୁ ପ୍ରତିନିଧିତ୍ୱ କରୁଥିବା ୫ଟି ଦଳ ମଧ୍ୟରେ ପ୍ରତିଯୋଗିତା କ୍ରିଷ୍ଣାପଟ୍ଟନମ୍ ଏବଂ ଧାମରା ପୋର୍ଟ ଠାରେ ଆୟୋଜିତ ହୋଇଛି ।
ଧାମରା ପୋର୍ଟ କ୍ରିକେଟ ପଡ଼ିଆରେ ପୂର୍ବ ଜୋନର ମ୍ୟାଚ୍ଗୁଡ଼ିକ ଚାଲିଥିବା ବେଳେ ଆଜିର ପ୍ରଥମ ଉଦ୍ଘାଟନୀ ମ୍ୟାଚ୍ ଧାମରା ପୋର୍ଟ ଓ ଧାମରା ଏଲ୍ଏନ୍ଜି ମଧ୍ୟରେ ଖେଳାଯାଇଛି । ଆଦାନୀ ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠକର ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଧାମରା ଏଲ୍ଏନ୍ଜି ୧୨ ଓଭରରେ ୧୦୭ ରନ୍ ସଂଗ୍ରହ କରିଥିଲା । ଏହି ରନ୍ କୁ ପିଛାକରି ଧାମରା ପୋର୍ଟ ୭.୫ ଓଭରରେ ୧୦୯ ରନ୍ ସଂଗ୍ରହ କରି ବିଜୟୀ ହୋଇଛି ।
ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ଅର୍ଥାତ ଡିସେମ୍ବର ୨୦ ତାରିଖରେ ପ୍ରଥମ ମ୍ୟାଚ୍ ଧାମରା ପୋର୍ଟ ଓ ଗଙ୍ଗାଭରମ୍ ପୋର୍ଟ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ଧାମରା ଏଲ୍ଏନ୍ଜି ଏବଂ ଗୋପାଳପୁର ପୋର୍ଟ ମଧ୍ୟରେ ଆୟୋଜିତ ହେବ । ପୂର୍ବ ଜୋନରୁ ଯୋଗ୍ୟତା ଅର୍ଜନ କରିଥିବା ଟିମ୍ଗୁଡ଼ିକ ଅହମ୍ମଦାବାଦ୍ରେ ଆୟୋଜିତ ହେବାକୁ ଥିବା କ୍ୱାଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ଖେଳିବେ । ଏପିଏସ୍ଇଜେଡ୍ ପ୍ରଥମ ଥର ପାଇଁ ଧାମରା ପୋର୍ଟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ଏହାର ବିଭିନ୍ନ ୟୁନିଟ୍ର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ, ଏକତା ଓ ସହଯୋଗ ବୃଦ୍ଧି ପାଇବା ସହ ପୋର୍ଟଗୁଡ଼ିକ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହିତ କରିବ ।
