ବ୍ରୋଞ୍ଜ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ଏଚପିସି
ବଲୱନ୍ତ ସିଂ କପୁର ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ ସେଣ୍ଟର (ଓଏକଟିଏନଏଚପିସି)ର ୧୯ ବର୍ଷରୁ କମ୍ ବାଳକ ଟିମ୍ ପଞ୍ଜାବର ଜଳରରେ ଆୟୋଜିତ ବଳବନ୍ଦ୍ର ସିଂହ କଷ୍ଟର ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟରେ ଉତ୍ସାହଜନକ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛି । ଏହି ମ୍ୟାଡ଼ରେ ଓଏନଟିଏଚଏଚପିସି ଟିମ୍ ହାଇ ପ୍ରେସର ପେନାଲ୍ଟି ଶୁଟ୍ଆଉଟ୍ରେ ନାଭାଲ ଟାଟା ହକି ଏକାଡ଼େମୀ, କାମସେଦପୁରକୁ ୪-୨ ଗୋଲରେ ପରାଜିତ କରିଛି ।
ମଯାନରେ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ଗୋଲକିପର ରାୟଭାରମ୍ଭ ଗଣେଶଙ୍କୁ ପ୍ଲେୟାର ଅଫ୍ ଦି ମ୍ଯାନ ଘୋଷଣା କରାଯାଇଥିଲା। ସେହିପରି ବିକ୍ରମ ଓରାମ ପୁରା ଟୁର୍ଣ୍ଣାମେଣ୍ଟରେ ୮ ଟି ଗୋଲ୍ଡ କରି ଟପ୍ ସ୍ପୋରର ରହିଥିଲେ।
ମ୍ୟାଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥୁଲା, ଦୁଇ ଦଳ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳା ସହିତ ଅତି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ। ସମୟ ସମାପ୍ତି ପରେ ଦୁଇ ଦଳର ୟୋର୍ ସମାନ ରହିବାରୁ ମ୍ୟାଚ୍ ପେନାଲ୍ଟି ଶୁଟ୍ଆଉଟ୍କୁ ଯାଇଥିଲା। ପେନାଲ୍ଟି, ସୁଟଆଉଟରେ ୪- ୨ ଗୋଲ୍ଡ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ଓଡିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ପ୍ରୟାସରେ ଚାଲିଥିବା ଓଏନଟିଏଚଏଚପିସି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବା ଦିଗରେ ନିରନ୍ତର କାମ କରୁଛି ।
