ସ୍ୱାଭିମାନର ଜୀବନ ପାଇଲେ ସାଗର ମହାଲିକଆଦାନୀ ଫାଉଣ୍ଡେସନ ପକ୍ଷରୁ ନିଓମୋସନ ମୋଟରାଇଜଡ୍ ଟ୍ରାଇ-ସାଇକେଲ ସହାୟତା

0
Sagar Mahalik

ଧାମରା, ପ୍ରବାହ ନ୍ୟୁଜ୍ : ଧାମରା ପଞ୍ଚାୟତ ଅନ୍ତର୍ଗତ ବାଂଶଡା ତେନ୍ତୁଳିଆଡିଆ ଅଞ୍ଚଳର ୨୨ ବର୍ଷ ବୟସ୍କ ସାଗର ମହାଲିକ ୧୦୦% ଶାରୀରିକ ଅକ୍ଷମତାର ସହିତ ଜନ୍ମଗ୍ରହଣ କରିଥିଲେ । ଶରୀରର ନିମ୍ନଭାଗ ଏବଂ ଗୋଡ଼ ସମ୍ପୂର୍ଣ୍ଣ ଅକ୍ଷମ ଥିବା ବେଳେ ସେ ଚାଲିବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ପଡ଼ିଥିଲେ ଯାହା ତାଙ୍କ ଦୈନନ୍ଦିନ ଜୀବନ ଏବଂ ଜୀବିକା ନିର୍ମାହର ବିକଳ୍ପଗୁଡ଼ିକୁ ସୀମିତ କରିଦେଇଥିଲା । ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ଘର ପାଖରେ ଏକ ପାନ ଦୋକାନ କରିଥିଲେ । ସ୍ୱଳ୍ପ ଆୟ ସାଙ୍ଗକୁ ଶାରୀରିକ ଅକ୍ଷମତାଜନିତ ପ୍ରତିବନ୍ଧକ ସାଗରଙ୍କୁ ଗାଁର ସୀମା ଭିତରେ ହିଁ ସୀମିତ ରହିଗଲା । ଏହି ସମୟରେ ସହୟତାର ହାତ ବଢାଇଥିଲା ଆଦାନୀ ଫାଉଣ୍ଡେସନ । ଆଦାନୀ ଫାଉଣ୍ଡେସନର ଜୀବିକା ବୃଦ୍ଧି ପଦକ୍ଷେପ ଅଧିନରେ ସାଗରଙ୍କୁ ଏକ ନିଓମୋସନ ମୋଟରାଇଜ୍‌ଡ ଟ୍ରାଇ-ସାଇକେଲ ପ୍ରଦାନ କରାଯାଇଥିଲା, ଯାହା ବିଶେଷ ଭାବେ ଅକ୍ଷମ ଲୋକଙ୍କୁ ଯାତାୟତରେ ସାହାଯ୍ୟ କରିବା ସହ ଦୈନନ୍ଦିନ କାର୍ଯ୍ୟକୁ ସୁରୁଖୁରୁରେ କରିପାରିବେ । ଏହି ଟ୍ରାଇ-ସାଇକେଲ ଦ୍ୱାରା ସାଗର ନିଜ ଜୀବନକୁ ଗତି ପ୍ରଦାନ କରିନାହାଁନ୍ତି ନିଜକୁ ପୂର୍ବ ଠାରୁ ଅଧିକ ସଶକ୍ତ କରିପାରିଛନ୍ତି ।
ମୋଟରାଇଜ୍‌ଡ଼ ଟ୍ରାଇ-ସାଇକେଲ ସାହାଯ୍ୟରେ ସେ ଗ୍ରାମ ବାହାରେ କର୍ମ ଅନୁସନ୍ଧାନରେ କରିବା ଆରମ୍ଭ କଲେ । ଛୋଟ ବୈଦ୍ୟୁତିକ ଏବଂ ଯାନ୍ତ୍ରିକ ମରାମତି କାର୍ଯ୍ୟରେ ଦକ୍ଷ ହୋଇଥିବାରୁ ସ୍ଥାନୀୟ ଗ୍ରାମଗୁଡ଼ିକରେ ବୈଦ୍ୟୁତିକ ସେବା ପ୍ରଦାନ କରିବା ଆରମ୍ଭ କଲେ । ନିଓମୋସନ ଟ୍ରାଇ-ସାଇକେଲ ଦ୍ୱାରା ସହଜ ଓ ସୁବିଧାରେ ଗମନାଗମନ କରି ପାରି ଦୂରଯାତ୍ରାକୁ ସୁଗମ କରିପାରିଲେ । ବର୍ତ୍ତମାନ ସାଗର ବୈଦ୍ୟୁତିକ ସାମଗ୍ରୀ ଓ ଉପକରଣ କିଣିବା ପାଇଁ ଚାନ୍ଦବାଲି ଏବଂ ମତୋ ଆଦି ଅଞ୍ଚଳକୁ ଯାତ୍ରା କରି ପାରୁଛନ୍ତି । ମର୍ଯ୍ୟାଦାର ସହ ଏକ ସ୍ଥାୟୀ ଜୀବିକା ପ୍ରାପ୍ତ କରିବା ସହ ସାଗର ଏବେ ବାର୍ଷିକ ୮୦ ହଜାର ରୁ ଊର୍ଦ୍ଧ୍ୱ ଆୟ କରିବାରେ ସକ୍ଷମ ହୋଇପାରିଛନ୍ତି । ସାଗରଙ୍କ ନିଷ୍ଠା ଏବଂ ଦୃଢ ଇଚ୍ଛାଶକ୍ତି ଗ୍ରାହକଙ୍କ ନିକଟରେ ତାଙ୍କୁ ବିଶ୍ୱାସଭାଜନ କରାଇପାରିଛି । ଜୀବନରେ ପ୍ରଥମ ଥର ପାଇଁ ସେ ବିନା କ୍ଲାନ୍ତ ଓ ସଂଘର୍ଷ ବିନା ଅଧିକଦୂର ଯାତ୍ରା କରିପାରୁଛନ୍ତି ଏବଂ ଏହା କେବଳ ନିଓମୋସନ ଟ୍ରାଇ-ସାଇକେଲ ଯୋଗୁ ସମ୍ଭବ ହୋଇପାରିଛି ଏବଂ ଏହା ସ୍ୱାଧୀନତା, ସୁଯୋଗ ଏବଂ ଆଶାର ପ୍ରତୀକ ବୋଲି ସାଗର କହିଛନ୍ତିି । ଏହିପରି ଶାରୀରିକ ଅକ୍ଷମ ଓ ଅସହାୟ ବର୍ଗ ଲୋକମାନଙ୍କୁ ସହାୟତା ପ୍ରଦାନ କରି ଆଦାନୀ ଫାଉଣ୍ଡେସନ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ପଦକ୍ଷେପ ସମସ୍ତଙ୍କ ନିକଟରେ ବେଶ୍ ପ୍ରଂଶସାଯୋଗ୍ୟ ହୋଇପାରିଛି ।

Leave a Reply

Your email address will not be published. Required fields are marked *