ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ

0
WhatsApp Image 2025-12-11 at 8.16.32 PM

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟିଏଚଏଚପିସି) ୪ କ୍ଯାଡ଼େଟ। ଓଏନଟିଏଚଏଚପିସିର କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି। ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ଅନମୋଲ ଏକ୍କା ପ୍ଲେୟର ଅଫ୍ ଦି ମ୍ଯାଚ ହୋଇଥିବା ବେଳେ ଏଚପିସିର ଆଦ୍ରୋହିତ ଏକ୍କା, ରୋଶନ କୁଜୁର ଏବଂ ରୋହିତ କୁଲ୍ଲୁ ତାମିଲନାଡୁରେ ହୋଇଥିବାମ୍ଯାଚରେ ଆର୍ଜେଣ୍ଟିନା ଟିମ୍ ବିରୋଧରେ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଭାରତ ୪-୨ର ବିଜୟ ସହିତ ପୋଡିୟମ୍ ଫିନିସ୍ ସୁନିଶ୍ଚିତ କରିଥିଲା। ମ୍ଯାଚରେ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଏବଂ ଡିଫେନସିବ୍ ମ୍ଯାଚ ସହ ଉଚ୍ଚ କୋଟିର କ୍ରୀଡ଼ା ପ୍ରଦର୍ଶନ କରିଥିଲେ।

ଭାରତୀୟ ଟିମ୍ ର ଏହି ବିଜୟ ଓଏନଟିଏଚଏଚପିସି ଏବଂ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଓଏନଟିଏଚଏଚପିସି ସିଇଓ ହେମନ୍ତ ଗୁପ୍ତା କହିଛନ୍ତି। “ଜୁନିୟର ୱାର୍ଲ୍ଡ କପ୍‌ ଦଳରେ ଆମ ଏଚପିସିର ଚାରିଜଣ କ୍ୟାଡେଟ୍ ରହିବା ଏବଂ ଅନମୋଲ ମ୍ୟାନ ଅଫ୍ ଦି ମ୍ୟାଚ୍‌ ହେବା, ଆମ ହାଇ ପରଫର୍ମାନ୍ସ୍ ସିଷ୍ଟମ୍‌ର ଦକ୍ଷତା ଏବଂ ଛାତ୍ର ଓ ପ୍ରଶିକ୍ଷକମାନଙ୍କ ନିଷ୍ଠାକୁ ପରିପ୍ରକାଶ କରୁଛି।”

ଓଡିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ପ୍ରୟାସରେ ଚାଲିଥିବା ଓଏନଟିଏଚଏଚପିସି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିବା ଦିଗରେ ନିରନ୍ତର କାମ କରୁଛି।

ଏହି ସଫଳତା ପାଇଁ ଭାରତୀୟ ଟିମ୍ ରେ ଥିବା ଏଚପିସିର ୪ ଜଣ କ୍ୟାଡେଟ୍‌, ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ଏବଂ ସମସ୍ତ ସହଯୋଗୀମାନଙ୍କୁ ଏଚପିସି ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତ୍ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି।

Leave a Reply

Your email address will not be published. Required fields are marked *