ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୩୩ କେ.ଭି. ଭୁକ୍ତା ଫିଡରର ଅପଗ୍ରେଡେସନ୍
ବୁର୍ଲା/ବରଗଡ଼, ପ୍ରବାହ ନ୍ୟୁଜ୍ : ପଶ୍ଚିମ ଓଡ଼ିଶାର ବନାଞ୍ଚଳରେ ବିଦ୍ୟୁତ ଯୋଗାଣର ନିର୍ଭରଯୋଗ୍ୟତାକୁ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବରଗଡ଼ ଜିଲ୍ଲାର ଭୁକ୍ତା ଅନ୍ତର୍ଗତ ମୁରକୁଟିଠାରୁ ସନ୍ଥରା ପର୍ଯ୍ୟନ୍ତ ୩୩ କେ.ଭି.ଭୁକ୍ତା ଫିଡରକୁ ସଫଳତାର ସହିତ ଅପଗ୍ରେଡ୍ କରାଯାଇଅଛି । ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପଟି ଏବେ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହୋଇଅଛି।
୧୩୨/୩୩ କେ.ଭିଭଟଲି (ଚୋରଗ୍ରୀଣ୍ଡୋଲା) ଗ୍ରୀଡ୍ ସବଷ୍ଟେସନରୁ ବାହାରିଥିବା ଏହି ୩୩ କେ.ଭିଭୁକ୍ତା ଫିଡର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଲାଇନ ଯାହା ଡୁଙ୍ଗରି, ଅମ୍ବାଭନା, ଭୁକ୍ତା ଏବଂ କାଣ୍ଡପାଳ ୩୩/୧୧ କେ.ଭିପ୍ରାଇମରୀ ସବଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ କରିଥାଏ । ଏହି ଫିଡର ମୁରକୁଟି ଏବଂ କଟପାଲିଆ ମଧ୍ୟରେ ଘନ ଜଙ୍ଗଲ ଅଞ୍ଚଳ ଦେଇ ଗତି କରେ, ଯାହା ଫଳରେ ଗଛ ଡାଳ ପଡ଼ିବା,ବେଆଇନ ହୁକିଂ ମାଧ୍ୟମରେ ବନ୍ୟଜନ୍ତୁ ଶିକାର ଭଳି କାର୍ଯ୍ୟକଳାପ ଯୋଗୁଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହୋଇଥାଏ । ଏହି ସମସ୍ୟାଗୁଡ଼ିକ ଦୀର୍ଘ ସମୟ ଧରି ଜନସାଧାରଣଙ୍କ ସୁରକ୍ଷା, କମ୍ପାନୀରକ୍ଷେତ୍ର କର୍ମଚାରୀ ଏବଂ ବିଦ୍ୟୁତ୍ ସେବାରେ ନିର୍ଭରଯୋଗ୍ୟତା ପାଇଁ ବିପଦ ସୃଷ୍ଟି କରିଥାଏ ।
ଏହି ବିପଦଗୁଡ଼ିକୁ ଦୂର କରିବା ଏବଂ ଯୋଗାଣ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବା ପାଇଁ, ଟିପିଡବ୍ଲୁଓଡିଏଲ୍ ପକ୍ଷରୁଏହି ଖୋଲା ଫିଡର ଲାଇକୁ ଉଚ୍ଚମାନର କଭର-କଣ୍ଡକ୍ଟର ଳାଇନରେ ପରିବର୍ତ୍ତିତ କରାଗଲା । ଏହି ଆଧୁନିକ କଣ୍ଡକ୍ଟର ସିଷ୍ଟମ ଇନସୁଲେସନକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରେ, ତ୍ରୁଟି ହ୍ରାସ କରେ ଏବଂ ବିଦ୍ୟୁତ ଆଘାତ କିମ୍ବା ଲାଇନ୍ ସ୍ନାପିଂର ବିପଦକୁ କମ କରେ।
ଏହି ପ୍ରକଳ୍ପ ସମାପ୍ତ ହେବା ସହିତ, ଭୁକ୍ତା, ଡୁଙ୍ଗରି, ଅମ୍ବାଭନା ଏବଂ କାଣ୍ଡପାଳ ଅଞ୍ଚଳରପ୍ରାୟ ୫,୦୦୦ ରୁ ଅଧିକ ବିଦ୍ୟୁତ୍ ଗ୍ରାହକମାନେ ଏବେ ସ୍ଥିର ଭୋଲ୍ଟେଜ ସହିତ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବାର ଲାଭ ଉଠାଇ ପାରୁଛନ୍ତି । ଅ ଅୟପଟେ ଏହି ପକ୍ରଳ୍ପ କାର୍ଯ୍ୟକାରୀ ହୋବ ସହିତ ବାରମ୍ବାର ଗଛ କାଟିବାର ଆବଶ୍ୟକତାକୁ ହ୍ରାସ ହେବା ସହ ପରିବେଶ ସଂରକ୍ଷଣଏବଂ ବନ୍ୟପ୍ରାଣୀ ବାସସ୍ଥାନକୁ ସୁରକ୍ଷା ବୃଦ୍ଧି ହୋଇଛି ।
