ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ, ସୋନିପତ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୯ ତମ ସମ୍ମାନସୂଚକ ଡକ୍ଟରେଟ୍‌। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏସ୍‍ଆରଏମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ. ଟି. ଆର୍‍. ପାରିଭିନ୍ଦର, କୁଳପତି ପ୍ରଫେସର ପରମଜିତ୍‍ ଜୟସ୍ୱାଲ ଓ କୁଳସଚିବ ପ୍ରଫେସର ଭି ସାମୁଏଲ୍‍ ରାଜଙ୍କ ଉପସ୍ଥିତିରେ ଭାରତର ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍‍ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ଏଥିପାଇଁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ, ସୋନିପତର ଶିକ୍ଷା ପରିଷଦ ଏବଂ ପରିଚାଳନା ବୋର୍ଡ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଶ୍ରୀ ସମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସଆରଏମ ବିଶ୍ୱବିଦ୍ୟାଳୟ ଏହାର ପ୍ରଶଂସାପତ୍ରରେ ଶ୍ରୀ ସାମନ୍ତଙ୍କୁ ତାଙ୍କର ଶିକ୍ଷା ଜରିଆରେ ସେବା ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରାଯାଇଛି।
ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ, ସୋନିପତ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି। ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ।

Leave a Reply

Your email address will not be published. Required fields are marked *