ସୋଆରେ ମ୍ୟାଥମେଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ –୨୦୨୫

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ (ଆଇଟିଇଆର)ରେ ମ୍ୟାଥମେଟିକ୍ସ ଇଡ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍‌ଏମ୍ ଏଲ୍‌୨୦୨୫) କର୍ମଶାଳା ସୋମବାର ଆରମ୍ଭ ହୋଇଛି । ଆଇଟିଇଆରର ମ୍ୟାଥମେଟିକ୍ସ ବିଭାଗ ପକ୍ଷରୁ ଆୟୋଜିତ ଏହି ୫ ଦିନିଆ କର୍ମଶାଳା ଜୁଲାଇ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ଆଡଭାନ୍ସି ମେସିନ୍ ଲର୍ଣ୍ଣିଂ ଟେକ୍ନୋଲଜିରେ ମ୍ୟାଥମେଟିକ୍ସର ପ୍ରମୁଖ ମ୍ୟାଥମେଟିକ୍ସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ର ମରେ ଏକ୍ସ ଆଇଏମ୍ ବିଶ୍ୱ ବି ଦ୍ୟାଳୟର ପ୍ରଫେସର ସ୍ୱରୂପ ଚଟ୍ଟୋପାଧ୍ୟାୟ, ସୋଆର କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମୁଳା ଦାସ, ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, କର୍ମଶାଳାର ଅର୍ଗାନାଇଜିଂ ଚେୟାର ତଥା ମ୍ୟାଥମେଟିକ୍ସ ବିଭାଗର ମୁଖ୍ୟ ପ୍ରଫେସର ସୁନିତା ଚାନ୍ଦ, ଆବାହକ ଡକ୍ଟର ପିନାକୀ ପ୍ରସାଦ କର ଏବଂ ସହ- ଆବାହକ ଡକ୍ଟର ହୃଷିକେଶ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରଫେସର ସ୍ୱରୂପ ଚଟ୍ଟୋପାଧ୍ୟାୟ ନିଜ ବକ୍ତବ୍ୟରେ ମେସିନ୍ ଲର୍ଣ୍ଣିଂ କାର୍ଯ୍ୟରେ ମ୍ୟାଥମେଟିକାଲ୍ ଟେକ୍ନିକ୍‌ର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଏନଆଇଟି ଦୁର୍ଗାପୁରର ପ୍ରଫେସର ସମରଜୀତ କର ଏବଂ ଏନ୍ ଆଇଟି ରାଉରକେଲା ପ୍ରଫେସର ରତ୍ନାକର ଦାଶ ମଧ୍ୟ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *