(ଇନସା ୱାରସୀ)

ବିଭିନ୍ନ ନ୍ୟସ୍ତ ସାର୍ଥଗୋଷ୍ଠୀ ଚାରୋଟି ଶ୍ରମସଂହିତାକୁ ନେଇ ଅନେକ ଅପପ୍ରଚାର ଚଲାଇଛନ୍ତି । କିନ୍ତୁ ଏହି ଚାରୋଟି ଶ୍ରମସଂହିତା। ଗୁଡିକର ଉଚିତ୍ । ବିଶ୍ଳେଷଣ କଲେ ଜଣାଯାଏ ଯେ ପ୍ରକୃତରେ ଏହି ସଂହିତା ଗୁଡିକ ଦ୍ୱାରା ଶ୍ରମିକ ମାନେ ଅନେକ ଲାଭ ପାଇପାରିବେ ଏବଂ ଏହାର ଅନେକ ସକାରାତ୍ମକ ପକ୍ଷ ରହିଛି । ସେଗୁଡିକ ହେଲା ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ – ପୂର୍ବରୁ ସର୍ବନିମ୍ନ ମଜୁରୀ ଆଇନ ୧୯୪୮ ଅଧିନରେ କେବଳ କିଛି କ୍ଷେତ୍ରକୁ ସୁରକ୍ଷା ଦିଆଯାଇଥିଲା । ବର୍ତ୍ତମାନର ମଜୁରୀ ସଂହିତା-୨୦୧୯ ଅନୁଯାୟୀ ସଫେଇ କର୍ମଚାରୀ, ଡ୍ରାଇଭର ଏବଂ ଓଞ କର୍ମଚାରୀଙ୍କ ଭଳି ପ୍ରତ୍ୟେକ ଶ୍ରମିକଙ୍କ ନିମନ୍ତେ ସର୍ବନିମ୍ନ ମଜୁରୀ ସୁରକ୍ଷାକୁ ସନିଶ୍ଚିତ କରାଯାଇଛି । ଯାହାଦ୍ୱାରା କେହି ପଛରେ ରହିଯିବେ ନାହିଁ ଏବଂ ସମସ୍ତଙ୍କୁ ଉଚିତ୍ ଦରମା ସହ ଉଚିତ୍ ମର୍ଯ୍ୟାଦା ମିଳି ପାରିବ । ସେହିପରି ସଠିକ ସମୟରେ ମଜୁରୀ ପ୍ରଦାନ କରାଯିବାର ବ୍ୟବସ୍ଥା ଶ୍ରମିକ ମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଅଟେ । ପୂର୍ବ ଆଇନ ଅନୁସାରେ ବିଳମ୍ବିତ ମଜୁରୀ ଏକ ଅଭ୍ୟାସରେ ପାଲଟିଯାଇଥିଲା । ଯାହା ଶ୍ରମିକ ମାନଙ୍କୁ ଆର୍ôଥକ ଅଭାବରେ ଗ୍ରସିତ କରୁଥିଲା । ବର୍ତ୍ତମାନର ମଜୁରୀ ସଂହିତା- ୨୦୧୯ ଅନୁଯାୟୀ ସମସ୍ତ ଶ୍ରମିକଙ୍କୁ ସଠିକ୍ ସମୟରେ ମଜୁରୀ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।ଯାହା ଫଳରେ ଶ୍ରମିକ ମାନେ ଉଚିତ୍ ସମୟରେ ନିଜର ଆବଶ୍ୟକତାକୁ ପୁରଣ କରିପାରୁଛନ୍ତି । ଏହି ଶ୍ରମ ସଂହିତାର ଅନ୍ୟଏକ ସକାରାତ୍ମକ ଦିଗ ହେଲା କର୍ମକ୍ଷେତ୍ରରେ ମହିଳା ମାନଙ୍କ ସଶକ୍ତିକରଣ । ପୂର୍ବ ବ୍ୟବସ୍ଥାରେ ଅସମାନ ଦରମା, କାର୍ଯ୍ୟରେ ପ୍ରତିବନ୍ଧକ ତଥା ମହିଳା ମାନଙ୍କ ପାଇଁ କାମ କରିବାର ଅବସର ସୀମିତ ଥିଲା । ବର୍ତ୍ତମାନର ଶ୍ରମ ସଂହିତାରେ ମହିଳାଙ୍କ ପାଇଁ ସମାନ ଦରମା, ବୋର୍ଡରେ ପ୍ରତିନିଧିତ୍ୱ ଏବଂ ସୁରକ୍ଷିତ ରାତ୍ରି ସିଫ୍ଟର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ମହିଳା କର୍ମୀ ମାନଙ୍କୁ ସମସ୍ତ କ୍ଷେତ୍ରରେ ସାଧୀନତା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଏହି ନୂତନ ବ୍ୟବସ୍ଥାରେ ନିଯୁକ୍ତିର ଆନୁଷ୍ଠାନୀକରଣ ହୋଇଛି କରଣ ପୂର୍ବରୁ କୌଣସି ନିଯୁକ୍ତି ପତ୍ର ନଥିବା ଦ୍ୱାରା ଚାକିରୀର କୌଣସି ପ୍ରମାଣ ନଥିଲା। ଏବଂ କୌଣସି ଅଧୀକାର ମଧ୍ୟ ନଥିଲା । ବର୍ତ୍ତମାନ ଶ୍ରମ ସଂହିତା, ନିୟମ ଏବଂ ସର୍ତ୍ତାବଳୀ ଯୁକ୍ତ ନିଯୁକ୍ତି ପତ୍ରର ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି, ଯାହା ଫଳରେ ଶ୍ରମିକ ମାନଙ୍କୁ ଆଇନଗତ ଭାବରେ ସୁରକ୍ଷା ନ୍ୟାୟ ଏବଂ ମର୍ଯ୍ୟାଦା ପାଇବାକୁ ସମର୍ଥ କରେ । ନୂତନ ବ୍ୟବସ୍ଥାରେ ଶ୍ରମିକ ମାନଙ୍କୁ ନିଜର ବାର୍ଷିକ ସାସ୍ଥ୍ୟ ପରୀକ୍ଷାର ଅଧୀକାର ଦିଆଯାଇଛି । ପୂରାତନ ବ୍ୟବସ୍ଥାରେ ଶ୍ରମିକ ମାନଙ୍କ ପାଇଁ କୌଣସ ସାସ୍ଥ୍ୟଗତ ଲାଭ ନଥିଲା ଫଳରେ ଶ୍ରମିକ ମାନଙ୍କ ସାସ୍ଥ୍ୟକଲ୍ୟାଣକୁ ଅଣଦେଖା କରାଯାଉଥିଲା ।ବର୍ତ୍ତମାନ ଅଧୀସୂଚିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ମାଗଣା ବାର୍ଷିକ ସାସ୍ଥ୍ୟ ପରୀକ୍ଷା ଏକ ଆଇନଗତ ଅଧିକାର ଅଟେ, ଯାହା ଶ୍ରମିକ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଆଗୁଆ ରୋଗ ନିର୍ଣୟ ଏବଂ ଅଧୀକ ଉତ୍ପାଦନକ୍ଷମ ଜୀବନକୁ ସୁନିଶ୍ଚିତ କରିଥାଏ । ନୂତନ ବ୍ୟବସ୍ଥାରେ ଦାଦନ ଶ୍ରମିକ ମାନଙ୍କ ଅଧୀକାରକୁ ସୁନିଶ୍ଚିତ କରାଯାଇଛି । କାରଣ ପୂର୍ବରୁ ଦାଦନ ଶ୍ରମିକ ମାନଙ୍କର ପରିଚୟ, ସୁବିଧା ଏବଂ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାର ସୁବିଧା ଉପଲବ୍ଧ ନଥିଲା । ବର୍ତ୍ତମାନ ଦାଦନ ଶ୍ରମିକ ମାନଙ୍କ ପାଖରେ ଆଇନଗତ ପରିଚୟ ପତ୍ର, ସ୍ଥାନାନ୍ତରଣର ସୁବିଧା ଓ ଯାତ୍ରା ସହୟତା ରହିଛି ଯାହା ସ୍ଥାନ ନିର୍ବିଶେଷରେ ତାଙ୍କ ଅଧୀକାରକୁ ସୁନିଶ୍ଚିତ କରେ । ପୂର୍ବ ବ୍ୟବସ୍ଥାରେ ଡେଲିଭେରି ଏଜେଣ୍ଟ, ଡ୍ରାଇଭର ଏବଂ ମୋବାଇଲ୍ ଆପ୍ ଆଧାରିତ କର୍ମଚାରୀ ମାନଙ୍କ ପାଇଁ କୌଣସି ବୀମା କିମ୍ବା ପେନସନ୍‌? ବ୍ୟବସ୍ଥା ନଥିଲା । ବର୍ତ୍ତମାନ ଏହି ଶ୍ରେଣୀର କର୍ମଚାରୀ ମାନେ ସାମାଜିକ ସୁରକ୍ଷା ଆଇନ ଅଧୀନରେ ଅର୍ନ୍ତଭୁକ୍ତ, ଯାହା ଡିଜିଟାଲ ଅର୍ଥନୀତିର ଏହି ମହତ୍ୱପୂର୍ଣ ଗୋଷ୍ଠୀଙ୍କ ପାଇଁ ସାସ୍ଥ୍ୟ, ଜୀବନ ଏବଂ ବୀମା ସୁରକ୍ଷାକୁ ସୁନିଶ୍ଚିତ କରୁଛି । ନୂତନ ବ୍ୟବସ୍ଥାରେ ଶ୍ରମିକ ମାନେ ନିଜର ସରକୁ ଉପସ୍ଥାପନ କରିବା ପାଇଁ ଏକ ମଂଚ ପ୍ରଦାନ କରାଯାଇଛି । କାରଣ ପୂର୍ବବ୍ୟବସ୍ଥାରେ କର୍ମକ୍ଷେତ୍ରରେ ଅଭିଯୋଗ ସମାଧାନ ପାଇଁ କୌଣସି ସଂଗଠିତ ଉପାୟ ନଥିଲା । ବର୍ତ୍ତମାନ ବ୍ୟବସ୍ଥାରେ ସମସ୍ତ ପ୍ରତିଷ୍ଠାନରେ ସମସ୍ତ ପ୍ରତିଷ୍ଠାନରେ ଅଭିଯୋଗ ସମାଧାନ କମିଟି ରହିବା। ବାଧ୍ୟତାମୂଳକ କରାଯାଇଛି । ଯାହା ସଠିକ୍ ସମୟରେ ସମାଧାନ, ନିରପେକ୍ଷ ଶୁଣାଣିକୁ ପ୍ରୋତ୍ସାହିତ କରିଥାଏ । ନୂତନ ବ୍ୟବସ୍ଥାର ଆଉ ଏକ ସକାରାତ୍ମକ ଦିଗ ହେଲା। ସମସ୍ତଙ୍କ ପାଇଁ ଋଝଓଉ ବ୍ୟବସ୍ଥା । ପୂର୍ବରୁ ଋଝଓଉ ଲାଭ କେବଳ କେତକ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ବର୍ତ୍ତମାନ ଅଣସଂଗଠିତ କ୍ଷେତ୍ରର ଶମିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ, ପ୍ରସୂତି, ଅକ୍ଷମତା ଏବଂ ଶବଦାହ ସହାୟତା ପାଇଁ ଋଝଓଉ ବ୍ୟବସ୍ଥାକୁ ଅର୍ନ୍ତଭୁକ୍ତ କରାଯାଇଛି । ନୂତନ ବ୍ୟବସ୍ଥାରେ ସମସ୍ତ ଶ୍ରମିକ ମାନଙ୍କ ପାଇଁ ଭବିଷ୍ୟନିଧୀ (ଚକ୍ସକ୍ଟଙ୍ଖସୟରଦ୍ଭଗ୍ଧ ୠଙ୍କଦ୍ଭୟ) ଓ ପେନସନର ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବରୁ କେବଳ ଆନୁଷ୍ଠାନିକ ଏବଂ ବଡ ନିଯୁକ୍ତିଦାତାଙ୍କ ପାଇଁ ସୀମିତ ଥିଲା । ବର୍ତ୍ତମାନ ବ୍ୟବସ୍ଥାରେ ସନିଯୁକ୍ତି ଏବଂ ଅସଂଗଠିତ କ୍ଷେତ୍ରକୁ ମଧ୍ୟ ଅର୍ନ୍ତଭୁକ୍ତ କରାଯାଇଛି । ଯାହା ଏହିଶ୍ରେଣୀର ଶ୍ରମିକଙ୍କୁ ଏକ ମର୍ଯ୍ୟାଦା ପ୍ରଦାନ କରିଥାଏ । ନୂତନ ଇ-ଶ୍ରମ ବ୍ୟବସ୍ଥା ଶ୍ରମିକ ମାନଙ୍କ ପରିଚୟ କ୍ଷେତ୍ରରେ ଏକ ବିପ୍ଳବ ସଦୃଶ ଅଟେ କାରଣ ପୂର୍ବରୁ ଅସଂଗଠିତ କର୍ମଚାରୀ ମାନଙ୍କ କୌଣସି ପରିଚୟ ନଥିଲା । ଏବେ ଇଶ୍ରମ ପୋର୍ଟାଲ ପ୍ରତ୍ୟେକ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଡିଜିଟାଲ ପରିଚୟ ପତ୍ର ଏବଂ ଅନେକ ଯୋଜନାର ଲାଭ ପ୍ରଦାନ କରୁଛି । ପୂର୍ବ ବ୍ୟବସ୍ଥାରେ ମଜୁରୀ କିମ୍ବା ଚାକିରୀ ଛାଡିବା ଇତ୍ୟାଦି ଅଭିଯୋଗ କରିବା ନେଇ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିଲା । କିନ୍ତୁ ବର୍ତ୍ତମାନର ସମାଧାନ ପୋର୍ଟାଲ ଦ୍ୱାରା କର୍ମଚାରୀ ମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଅଭିଯୋଗ ଦାଖଲ କରିପାରିବେ । ଯାହା ଏକ ସଚ୍ଛ ଏବଂ ଦାୟିତ୍ୱପୂର୍ଣ ଅଭିଯୋଗ ସମାଧାନ ପାଇଁ ମଂଚ ପ୍ରଦାନ କରିପାରିଛି । ତେଣୁ ଉପରୋକ୍ତ ବିନ୍ଦୁଗୁଡିକରୁ ଏହା ସ୍ପଷ୍ଟ ଅନୁମେୟ ଯେ ନୂତନ ଶ୍ରମସଂହିତାର ଅନେକ ସକାରାତ୍ମକ ଦିଗ ରହିଛି ଏବଂ ଏହି ଶ୍ରମ ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶ୍ରମିକ ମାନଙ୍କର କଲ୍ୟାଣକୁ ସୁନିଶ୍ଚିତ କରିବା, କାରଣ ଦେଶର ପ୍ରଗତିରେ ସେମାନଙ୍କ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥାଏ । ତେଣୁ କୌଣସି ପ୍ରକାର ଅପପ୍ରଚାରକୁ ବିଶ୍ୱାସ ନ କରି, ଏହି ଶ୍ରମ ସଂହିତା ଗୁଡିକର ଲାଭ ଉଠାଇବା ପାଇଁ ଶ୍ରମିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏକାନ୍ତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *