ରଥଯାତ୍ରାରେ ଆଦାନୀ-ଇସ୍କନର ଅଦ୍ୱିତୀୟ ସେବା

ପୁରୀ,ପ୍ରବାହ ନ୍ୟୁଜ୍ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଭକ୍ତି, ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ଏକ ମହାନ ସଙ୍ଗମ, ଯାହା ସମଗ୍ର ବିଶ୍ୱରୁ ଭକ୍ତମାନଙ୍କୁ ଓଡ଼ିଶାର ପବିତ୍ର ଭୂମିକୁ ଆକର୍ଷିତ କରିଥାଏ । ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ପୁରୀକୁ ଆସିଥାନ୍ତି । ଏହି ରଥଯାତ୍ରାକୁ ସଫଳ କରିବା ପାଇଁ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି, ସେମାନେ ହେଉଛନ୍ତି ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ, ରେଳ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଏବଂ ହଜାର ହଜାର ସ୍ୱେଚ୍ଛାସେବୀ । ଚଳିତ ବର୍ଷ ରଥଯାତ୍ରାରେ ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଥିଲା । ଆଦାନୀ ଗ୍ରୁପ ଓ ଇସ୍କନ ସହଭାଗିତାରେ ପୁରୀରେ ଚାଲିଥିବା ପ୍ରସାଦ ସେବା କେବଳ ସାଧାରଣ ଭକ୍ତମାନଙ୍କୁ ନୁହେଁ ବରଂ ରଥଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବାରେ ନିୟୋଜିତ ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନଙ୍କୁ ସମ୍ମାନର ସହ ଖାଦ୍ୟ ପରିବେଷଣ କରୁଛି । ଏହି ସ୍ୱତନ୍ତ୍ର ସେବା ଅଧିନରେ ଓଡ଼ିଶା ସ୍ୱଫ୍ଟ ଆକ୍ସନ ଫୋର୍ସ, ଇଣ୍ଡିଆ ରିଜର୍ଭ ବାଟାଲିୟନ, ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ଏବଂ ସ୍ଥାନୀୟ ପୋଲିସ ବାହିନୀର ଯବାନମାନଙ୍କର ଭକ୍ତି ଓ ସମର୍ପଣ ଭାବ ସହିତ ପ୍ରସ୍ତୁତ ପ୍ରସାଦ ପରିବେଷଣ କରାଯାଉଛି । ଏହି ପ୍ରସାଦରେ ଡାଲମା, ଭାତ, ଟମାଟୋ ଖଟା ଏବଂ ମିଠା ଭଳି ଶୁଦ୍ଧ ଏବଂ ପୁଷ୍ଟିକର ଖାଦ୍ୟ ଅର୍ନ୍ତଭୁକ୍ତ ରହିଛି ।

ଗତ କିଛିଦିନ ମଧ୍ୟରେ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ କର୍ମଚାରୀ ଏବଂ ଅନେକ ସରକାରୀ ବିଭାଗର କର୍ମଚାରୀମାନେ ଏହି ରୋଷଶାଳାରୁ ପ୍ରସାଦ ସେବନ କରିଥିଲେ । ପ୍ରସାଦ ଗ୍ରହଣ କରି ଯବାନମାନେ ଭାବବିହ୍ୱଳ ହୋଇପଡ଼ିଥିଲେ । ଆଦାନୀ ଗ୍ରୁପ ଓ ଇସ୍କନର ଏହି ପଦକ୍ଷେପ ପଛରେ ମୂଳ ଧାରଣା ହେଉଛି- ସେବା ହେଉଛି ସାଧନା । ଏହା କେବଳ ଏକ ରୋଷେଇ ଘର ନୁହେଁ ବରଂ ମହାପ୍ରଭୁଙ୍କ ସେବାରେ ପରୋକ୍ଷ ଭାବରେ ଉତ୍ସର୍ଗୀକୃତ ହଜାର ହଜାର କର୍ମଯୋଗୀଙ୍କ ପ୍ରତି କୃତଜ୍ଞତାର ଅଭିବ୍ୟକ୍ତି ।