କଳାପଥର ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

0
WhatsApp Image 2025-03-30 at 11.58.54_f7596ff0

କଳାପଥର,ପ୍ରବାହ ନ୍ୟୁଜ୍ : କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟର 56ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜଗନ୍ନାଥ ଶ୍ଳୋକ ଗାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା l ପରେ ଛାତ୍ରୀ ମାନଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ସହ ବ୍ୟାଚ ପ୍ରଦାନ କରିଥିଲ l ଶିକ୍ଷକ ନୀଳକଣ୍ଠ ଦାସଙ୍କ ସଂଯୋଜନା ରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରଣାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା l ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ରାଣୀ ମିଶ୍ର ଯୋଗ ଦେଇଥିବାବେଳେ , ମୁଖ୍ୟ ବକ୍ତା ଭାବେ ପଆଲୁମିନା ମେମ୍ବର ନୀଳମଣି ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଉର୍ନତି ଉପରେ ଆଲୋକିପାତ କରିଥିଲେ. ସମ୍ମାନିତ ଅତିଥି ଭାବେ କଳାପଥର ସରପଞ୍ଚ କମଳା ସ୍ୱାଇଁ, ଶିଖାବିତ୍ତ ରାଘବ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଥିଲେ l କଟକ ଜିଲ୍ଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା ଉକ୍ତ ବିଦ୍ୟାଳୟ ରେ ସଫଳ ଆୟୋଜିତ କରିଥିବା ବ୍ୟକ୍ତି ବିଶେଷ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, ସମାଜସେବୀ ପ୍ରତାପ କୁମାର ମହାପାତ୍ର, ଶିଖାବିତ୍ତ ଧର୍ମୁଧର ଝୁଝାରସିଂ, ବସନ୍ତ କୁମାର ନାୟକ, ଗୋଦାବରୀଶ ମିଶ୍ର, ମିର୍ଜା ସର୍ଦ୍ଧାର ଅଲ୍ଲୀବେଗ, ବିଜୟ କୁମାର ନନ୍ଦ, ପ୍ରଫୁଲ କୁମାର ସ୍ୱାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶିକ୍ଷୟିତ୍ରୀ ବୈଶାଳିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ. କୃତି ଛାତ୍ରଙ୍କୁ ପୁରସ୍କୃତ କରାଯିବା ପରେ ଛାତ୍ର ମାନଙ୍କ ଦ୍ୱାରା ସଂସୃତିକ କାର୍ଯ୍ୟକ୍ରମ ପରିବେଷଣ  କରାଯାଇଥିଲା 

Leave a Reply

Your email address will not be published. Required fields are marked *