ଆପ୍ ଦିଲ୍ଲୀରେ ହେଇଗଲା ସାଫ୍ : ସରୋଜ ସାବତ
![](https://odia.prabahatv.com/wp-content/uploads/2025/02/86290af5-ad52-452e-9849-9bf1b759e54e-1024x553.jpg)
ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍ : ଦିଲ୍ଲୀର ଐତିହାସିକ ବିଜୟ ପରିପ୍ରେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରେ ବିଜୟ ଉତ୍ସବ ମନାଯାଇଛି । ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଯେଉଁଭଳି ଭାବରେ ଦିଲ୍ଲୀକୁ ଭାରତୀୟ ଜନତା ପାର୍ଟି ଦଖଲ କରିଛି । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସୁଶାସନ ଦେବାକୁ ଯାଉଛି ତାର ପରିପ୍ରେକ୍ଷିରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି । ଏହି ବିଜୟ ଉତ୍ସବରେ ମୁଖ୍ୟତଃ କୁହାଯାଇଛି ଯେ ଯେଉଁଭଳି ଭାବରେ ୧୨ ବର୍ଷ ଧରି ଆପ୍ ସରକାର କୌଣସି ବି ବିକାଶ ନକରି କେବଳ ମିଛ ଉପରେ ମିଛ ପ୍ରତାରଣା ଦେଇ ଦିଲ୍ଲୀ ବାସୀଙ୍କୁ ଯେଉଁ ନିର୍ଯାତନା ଦେଇଥିଲା । ତାର ବିରୁଦ୍ଧରେ ଦିଲ୍ଲୀବାସୀ ଯେଉଁ ଜନାଦେଶ ଦେଇଛି ତାହା ନିଶ୍ଚିତ ଭାବେ ଐତିହାସିକ ଏବଂ ୧୨ ବର୍ଷ ପରେ ଯେଉଁଠାରୁ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଭବିଷ୍ୟତ ଆରମ୍ଭ କରିଥିଲା ୧୨ ବର୍ଷ ପରେ ଏହି ଦଳକୁ ଦିଲ୍ଲୀବାସୀ ପ୍ରତ୍ୟାକ୍ଷାନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ବାସୀଙ୍କୁ ସୁଶାସନ ଦେବ ବୋଲି ସେମାନଙ୍କର ଆଶା । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସୁଶାସନ ଏବଂ ଦୁର୍ନୀତି ମୁକ୍ତ ସରକାର ଉପରେ ଲୋକଙ୍କ ଯେଉଁ ଭରସା ରହିଛି ଆପ୍ ସରକାରକୁ ଯେଉଁଭଳି ଭାବେ ସାଫ୍ କରିଛନ୍ତି ଏହା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ପାଇଁ ଗୌରବର ବିଷୟ ବୋଲି ଜିଲ୍ଲା ସଭାପତି ସରୋଜ ସାବତ ଉଲ୍ଲେଖ କରିଛନ୍ତି । ଗୋଟିଏ ସାଧାରଣ ଓଡ଼ିଆ କାର୍ଯ୍ୟକର୍ତ୍ତା ହିସାବରେ ସମସ୍ତଙ୍କ ମନରେ ଗର୍ବର ଉନ୍ମାଦନା ଖେଳି ଯାଇଛି ଯେ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଦିଲ୍ଲୀର ପ୍ରଭାରୀ ହିସାବରେ ଯେଉଁ ରଣକୌଶଳ ନିର୍ମାଣ କରିଥିଲେ ତାର ବିଜୟ ସ୍ୱରୂପ ଆଜି ଦିଲ୍ଲୀକୁ ଭାରତୀୟ ଜନତା ପାର୍ଟି ଦଖଲ କରିଛି । ଗୋଟିଏ ଓଡ଼ିଆ ପୁଅର ରଣକୌଶଳରେ ଯେତେବେଳେ ଦେଶର ରାଜଧାନୀ ଦିଲ୍ଲୀରେ ବିଜୟୀ ହୁଅନ୍ତି ସେତେବେଳେ ପ୍ରତ୍ୟେକ ଓଡ଼ିଆ କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଆଜି ବି ଏହି କ୍ରମରେ ବ୍ରହ୍ମପୁରର କର୍ମକର୍ତ୍ତାଙ୍କ ମନରେ ଉତ୍ସାହର ଲହରୀ ଖେଳିଯାଇଛି ।
![](https://odia.prabahatv.com/wp-content/uploads/2025/02/91d7a6b1-2711-43fb-bd03-9e77e0e8af24-1024x461.jpg)
ଯାହା ଫଳରେ ମିଷ୍ଠାନ ବାଣ୍ଟିବା ସହ ବାଣ ଫୁଟାଇ ଆତଶବାଜି କରି ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ପ୍ରଭାତ କିରଣ ଷଡ଼ଙ୍ଗୀ,ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ୍ ପାତ୍ର,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,କେ.ରବି ରାଓ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବିଜେପି ନେତା ତଥା ଆଇନଜୀବି କୁଞ୍ଜବିହାରୀ ପଣ୍ଡା,ଜିଲ୍ଲା ସମ୍ପାଦକ କମଲ ପାତ୍ର,କିଶୋର କୁମାର ସାହୁ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶକ୍ତି ପଟ୍ଟନାୟକ,ଅଖିଲ ବେହେରା,ଅମର ସାହୁ,ଶକ୍ତି ପଟ୍ଟନାୟକ,ଶିରିଡ଼ି ବିକ୍ରମ,ଶୀତଲ ଜେନା,ଦେବୁନ୍ ପଟ୍ଟନାୟକ,ସୁମିତ ପାତ୍ର,ବାଲକୃଷ୍ଣ ରେଡ୍ଡୀ,କୃଷ୍ଣ ପୋଲାଇ,ଲିପୁନ ପଟ୍ଟନାୟକ,ମନୋଜ ପାଣିଗ୍ରାହୀ,ମନୋଜ ମହାରଣା,ମଣ୍ଟୁ ସାହୁ,ଅର୍ଜୁନ ଦାସ,ରଜତ ପାତ୍ର,ଅଜୟ ଦାସ,ଯୋଗେଶ୍ୱର ଗୈାଡ଼,ଶ୍ରୀଧର ପାଳ,ନୀଳକଣ୍ଠ ବେହେରା,ଦୀପକ ରାଉତ,ଅମନ ଶୁଭମ୍,ବରିଷ୍ଠ ନେତ୍ରୀ ଏସ୍ ରାଣୀ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଧର୍ମରାଜ ପାଣିଗ୍ରାହୀ,ସଞ୍ଜୟ କୁମାର ଦାସ,ଏସ୍.ଶ୍ରୀନିବାସ୍,ପି ରାଜେନ୍ଦ୍ର କୁମାର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ