କରଞ୍ଜିଆରେ ଶ୍ରୀ ଭାଗବତ କଥା ଆରମ୍ଭ

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌ : କରଞ୍ଜିଆ ରେ ଶ୍ରୀ ରମେଶ କୁମାର ସୋନି ଓ ମୋହିନୀ ଦେବୀ ଙ୍କ ଦ୍ଵାରା ଆୟୋଜିତ ୭ ଦିନିଆ ଶ୍ରୀ ଭାଗବତ କଥା ଆଜି ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋନି ପରିବାର ତଥା ସମସ୍ତ ମାରୱାଡ଼ି ସମାଜ ପକ୍ଷରୁ ନୁଆ ସାହି ରୁ କଲସ ଯାତ୍ରା ଆରମ୍ଭ ହୋଇ  ସିନେମା ହଲ ଛକ, ପଟ।କ ଟ ଛକ, ଏନ୍ ଏ ସି ଛକ ଦେଇ ରାମ ଭାଟିକ। ରେ ପହଞ୍ଚିଥିଲା ସେଠାରେ ସମସ୍ତ ନିତିକାନ୍ତି ପରେ ସନ୍ଧ୍ୟାରୁ ଭାଗବତ ପାଠ ଆରମ୍ଭ ହୋଇଛି। ଏହି ଭାଗବତ ପାଠ ନିମନ୍ତେ ରାଜସ୍ଥାନ ରୁ ପଣ୍ଡିତ ଧର୍ମେସ ଜି ମହାରାଜ ଆସିଛନ୍ତି। ତାଙ୍କ ଦ୍ଵାରା ଭାଗବତ ପାଠ ସହିତ ଆଧ୍ୟାତ୍ମିକ ଚର୍ଚା ହେଉଛି ଏଥିରେ ମାରୱାଡ଼ି ସମାଜ ସହିତ କରଞ୍ଜିଆ ର ଜନସାଧାରଣ ଯୋଗ ଦେଇ ଭାଗବତ ପାଠ ଶ୍ରବଣ କରି ଦିବ୍ୟ ଜ୍ଞାନ ଲାଭ କରୁଛନ୍ତି। ଏହା ୭ ଦିନ ଚାଲି ୨୧ ତାରିଖ ଉଦଯାପନ ହେବ ବୋଲି ଆୟାଜକ ରମେଶ କୁମାର ସୋନି ପ୍ରକାଶ କରିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *